Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 21:11 - ଓଡିଆ ବାଇବେଲ

11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆଉ ମହା ଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି ଆକାଶମଣ୍ତଳରେ ଭୟଙ୍କର ଦୃଶ୍ୟ ଓ ମହା ମହା ଲକ୍ଷଣ ଦେଖାଯିବ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 ଚାରିଆଡ଼େ ଭୟଙ୍କର ଭୂମିକମ୍ପ, ଦୁର୍ଭିକ୍ଷ ଓ ମହାମାରୀ ହେବ, ଆକାଶରେ ଅଦ୍ଭୁତ ଓ ଭୟାନକ ଲକ୍ଷଣ ଦେଖାଯିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ।

Gade chapit la Kopi

ପବିତ୍ର ବାଇବଲ

11 ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନେକ ସ୍ଥାନରେ ଘଟିବ। କେତେକ ସ୍ଥାନରେ ମରୁଡ଼ି ପଡ଼ିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ଆକାଶରେ ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ଦେଖାଯିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 21:11
8 Referans Kwoze  

ସୈନ୍ୟାଧିପତି ସଦାପ୍ରଭୁ ମେଘଗର୍ଜ୍ଜନ, ଭୂମିକମ୍ପ, ମହାଶବ୍ଦ, ଘୂର୍ଣ୍ଣିବାୟୁ, ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ।


ପୁଣି, ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ, ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା।


କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ ।


ତାପରେ ସେ ସେମାନଙ୍କୁ କହିଲେ, ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,


କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;


ଦେଖ, ତାହା ବିଷୟକ ପ୍ରତ୍ୟାଶା ବୃଥା; କେହି ତାହାକୁ ଦେଖିବା ମାତ୍ର କି ତଳେ ପଡ଼ିଯିବ ନାହିଁ ?


Swiv nou:

Piblisite


Piblisite