Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 17:1 - ଓଡିଆ ବାଇବେଲ

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ଵାରା ତାହା ଘଟିବ, ହାୟ, ସେ ଦଣ୍ତର ପାତ୍ର;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେଉଁସବୁ ପରୀକ୍ଷା ଦ୍ୱାରା ମନୁଷ୍ୟ ପାପରେ ପଡ଼େ, ସେସବୁ ନିଶ୍ଚୟ ଆସିବ; କିନ୍ତୁ ଯେ ଏ ସବୁର କାରଣ ହୁଏ, ତାହାର ଶେଷ ଦଶା କେଡ଼େ ଭୟଙ୍କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର;

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ନିଶ୍ଚିତ ଭାବରେ ଏଭଳି ଘଟଣା ଘଟିବ, ଯେଉଁ କାରଣରୁ ଲୋକେ ପାପ କରିବେ। ମାତ୍ର ଯେଉଁ ଲୋକ ଦ୍ୱାରା ଏଭଳି ଘଟଣାମାନ ଘଟିବ, ସେହି ଲୋକ ପାଇଁ ଏହା ବହୁତ ଖରାପ ହେବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 17:1
14 Referans Kwoze  

ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର ।


ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋ' ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କଦାପି ମାଂସ ଖାଇବି ନାହିଁ ।


ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର ।


ଯେପରି ତୁମ୍ଭମାନଙ୍କ ମଧ୍ୟରେ ପରୀକ୍ଷାସିଦ୍ଧ ଲୋକମାନେ ପ୍ରକାଶିତ ହୁଅନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ତ ଦଳଭେଦ ନିଶ୍ଚୟ ଘଟିବ ।


ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;


କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ ।


ଯିହୂଦୀ ବା ଗ୍ରୀକ୍‍ ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ,


କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ (ଭୋଗ) ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ୱୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି ।


ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ୍ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ ।


କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୋଶା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ ।


ଆତ୍ମା ସ୍ପଷ୍ଟରୂପେ କହୁଅଛନ୍ତି, ଶେଷ କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ


Swiv nou:

Piblisite


Piblisite