Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 14:16 - ଓଡିଆ ବାଇବେଲ

16 କିନ୍ତୁ ସେ ତାହାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କିନ୍ତୁ ସେ ତାଙ୍କୁ କହିଲେ, ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଯୀଶ ତାକୁ କହିଲେ, “ଥରେ ଜଣେ ଲୋକ ବଡ଼ ଭୋଜି ପ୍ରସ୍ତୁତ କରି ବହୁତ ଲୋକଙ୍କୁ ନିମନ୍ତ୍ରଣ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କିନ୍ତୁ ସେ ତାହାଙ୍କୁ କହିଲେ, “ଜଣେ ବ୍ୟକ୍ତି ରାତ୍ର ସମୟରେ ମହାଭୋଜ ଦେବାକୁ ଇଚ୍ଛା କରି ଅନେକଙ୍କୁ ନିମନ୍ତ୍ରଣ କଲେ;

Gade chapit la Kopi

ପବିତ୍ର ବାଇବଲ

16 ଯୀଶୁ ସେହି ଲୋକକୁ କହିଲେ, “ଥରେ ଜଣେ ଲୋକ ଗୋଟିଏ ବଡ଼ ରାତ୍ରିଭୋଜିର ବ୍ୟବସ୍ଥା କରିଥିଲେ। ସେ ବହୁତ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ।

Gade chapit la Kopi




ଲୂକ ଲିଖିତ ସୁସମାଚାର 14:16
11 Referans Kwoze  

ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।


ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ ।


ପୁଣି, ଇଫ୍ରୟିମର ଲୋକମାନେ ବୀରପୁରୁଷ ପରି ହେବେ ଓ ଦ୍ରାକ୍ଷାରସରେ ଆନନ୍ଦ କଲା ପରି ସେମାନଙ୍କ ଅନ୍ତଃକରଣ ଆନନ୍ଦ କରିବ; ହଁ, ସେମାନଙ୍କର ସନ୍ତାନଗଣ ତାହା ଦେଖିବେ ଓ ଆନନ୍ଦ କରିବେ; ସେମାନଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।


ହେ ମୋହର ପ୍ରିୟେ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି; ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି; ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି; ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର।


Swiv nou:

Piblisite


Piblisite