Biblia Todo Logo
Bib sou entènèt

- Piblisite -




ଲୂକ ଲିଖିତ ସୁସମାଚାର 11:51 - ଓଡିଆ ବାଇବେଲ

51 ସେ ସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

51 ସେସବୁର ପରିଶୋଧ ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷଠାରୁ ନିଆଯିବ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

51 ହେବଲର ହତ୍ୟାଠାରୁ ଆରମ୍ଭ କରି ଯିଖରିୟଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବେଦୀ ଓ ପବିତ୍ର ସ୍ଥାନ ମଧ୍ୟରେ ହତ୍ୟା କରାଯାଇଥିଲା। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଯୁଗର ଲୋକମାନେ ସେ ସମସ୍ତଙ୍କ ନିମନ୍ତେ ଦଣ୍ଡ ଭୋଗ କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

51 ସେସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ।

Gade chapit la Kopi

ପବିତ୍ର ବାଇବଲ

51 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି ଓ ମନ୍ଦିରର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ।

Gade chapit la Kopi




ଲୂକ ଲିଖିତ ସୁସମାଚାର 11:51
9 Referans Kwoze  

ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଛାମୁରେ କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ସାକ୍ଷ୍ୟ ପାଇଲେ; ଈଶ୍ୱର ନିଜେ ତାଙ୍କ ଦାନ ସମ୍ବନ୍ଧରେ ସାକ୍ଷ୍ୟ ଦେଲେ, ଆଉ ସେ ମୃତ ହେଲେ ହେଁ ବିଶ୍ୱାସ ଦ୍ୱାରା ଆଜି ପର୍ଯ୍ୟନ୍ତ କଥା କହୁଅଛନ୍ତି ।


ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଯିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ ।


ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା ? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା ।


ଦାରୀୟାବସର ରାଜତ୍ଵର ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଇଦ୍ଦୋଙ୍କ ପୌତ୍ର ବେରିଖୀୟଙ୍କ ପୁତ୍ର ଯିଖରୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,


ନୂତନ ନିୟମର ମଧ୍ୟସ୍ଥ ଯୀଶୁ, ପୁଣି, ଯେଉଁ ସେଚନର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ଉତ୍କୃଷ୍ଟତର ବାକ୍ୟ କହେ, ତାହା ନିକଟକୁ ଆସିଅଛ ।


ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ଯେଉଁମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ ଓ ଶିକ୍ଷା ଗ୍ରହଣ କରି ନାହାନ୍ତି, ସେମାନେ ଏହି ଗୋଷ୍ଠୀ; ସତ୍ୟତା ଲୁପ୍ତ ଓ ତାହା ସେମାନଙ୍କ ମୁଖରୁ ଉଚ୍ଛିନ୍ନ ହୋଇଅଛି।


ଏଥିଉତ୍ତାରେ ସେ ହେବଲ (ଅର୍ଥାତ୍‍ ଅସ୍ଥାୟୀ) ନାମକ ତାହାର ସହୋଦରକୁ ପ୍ରସବ କଲେ। ଏଥର ହେବଲ ମେଷପାଳକ ଓ କୟିନ କୃଷକ ହେଲେ।


Swiv nou:

Piblisite


Piblisite