Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 9:4 - ଓଡିଆ ବାଇବେଲ

4 ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି।’”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳ ମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି।’”

Gade chapit la Kopi

ପବିତ୍ର ବାଇବଲ

4 ପୁଣି ସହଭାଗିତାର ବଳି ନିମନ୍ତେ ଏକ ଷଣ୍ଢ ଓ ଏକ ମେଷ ନିଅ। ସେମାନେ ସେହି ଜିନିଷଗୁଡ଼ିକ ସଦାପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିବା ଉଚିତ୍। କାରଣ ସଦାପ୍ରଭୁ ଆଜି ସେମାନଙ୍କୁ ଦର୍ଶନ ଦେଉଛନ୍ତି।’”

Gade chapit la Kopi




ଲେବୀୟ ପୁସ୍ତକ 9:4
18 Referans Kwoze  

ଆଉ ସେହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି, ଆମ୍ଭ ପ୍ରତାପରେ (ତମ୍ବୁ) ପବିତ୍ରୀକୃତ ହେବ।


ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।


ଆଉ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ; ଏହା କଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇବ।”


ଆଉ ଦେଖ, ପୂର୍ବଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି; ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା।


ପୁଣି, କୋରହ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା; ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା।


ମାତ୍ର ସମସ୍ତ ମଣ୍ଡଳୀ ସେମାନଙ୍କୁ ପଥରରେ ମାରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ପ୍ରତାପ ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ସନ୍ତାନ ପ୍ରତି ପ୍ରକାଶିତ ହେଲା।


ଆଉ, କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁ ଦେବ;


ତହିଁରେ ସୀନୟ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା; ଆଉ ତାହା ଛଅ ଦିନ ମେଘାଚ୍ଛନ୍ନ ହୋଇ ରହିଲା; ତହିଁ ଉତ୍ତାରେ ସେ ସପ୍ତମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ।


ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ।


ତହିଁରେ ହାରୋଣ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏହା କହିବା ସମୟରେ ସେମାନେ ପ୍ରାନ୍ତର ଆଡ଼େ ଅନାନ୍ତେ, ଦେଖ, ମେଘସ୍ତମ୍ଭ ମଧ୍ୟରେ ସଦାପ୍ରଭୁଙ୍କର ପ୍ରତାପ ଦେଖାଗଲା।


ପୁଣି, ଇସ୍ରାଏଲ ସନ୍ତାନଗଣକୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁରେ ବଳିଦାନାର୍ଥେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷବତ୍ସ ନେବ, ଦୁହେଁ ଏକବର୍ଷୀୟ ଓ ନିଖୁନ୍ତ ଥିବେ,


ତହୁଁ ମୋଶା ଯାହା ଆଜ୍ଞା କଲେ, ତାହା ସେମାନେ ସମାଗମ-ତମ୍ବୁ ନିକଟକୁ ଆଣିଲେ, ପୁଣି ସମସ୍ତ ମଣ୍ଡଳୀ ନିକଟବର୍ତ୍ତୀ ହୋଇ ସଦାପ୍ରଭୁଙ୍କ ଛାମୁରେ ଠିଆ ହେଲେ।


ଆଉ, କୌଣସି ବ୍ୟକ୍ତିର ଉପହାର ଯଦି ମଙ୍ଗଳାର୍ଥକ ବଳିଦାନ ହୁଏ; ଯଦି ସେ ପଲରୁ ଅଣ୍ଡିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁନ୍ତ ପଶୁ ଆଣିବ।


ପୁଣି, ସେମାନେ ସେସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦି ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ, ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।


Swiv nou:

Piblisite


Piblisite