Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 4:7 - ଓଡିଆ ବାଇବେଲ

7 ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ହୋମବେଦି ମୂଳରେ ଢାଳିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ଵୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ଵୁର ଦ୍ଵାରସ୍ଥିତ ହୋମବେଦି ମୂଳରେ ଢାଳିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ହୋମବେଦି ମୂଳରେ ଢାଳିବ।

Gade chapit la Kopi

ପବିତ୍ର ବାଇବଲ

7 ଯାଜକ ସଦାପ୍ରଭୁଙ୍କ ଆଗରେ କିଛି ରକ୍ତ ନେଇ ସମାଗମ-ତମ୍ବୁର ସୁଗନ୍ଧି ଧୂପବେଦିର ପାର୍ଶ୍ୱରେ ରଖିବା ଉଚିତ୍ ହେବ। ତା'ପରେ ସେ ଉତ୍ସର୍ଗୀକୃତ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ଯଜ୍ଞବେଦି ମୂଳରେ ଢାଳିବ।

Gade chapit la Kopi




ଲେବୀୟ ପୁସ୍ତକ 4:7
17 Referans Kwoze  

ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ୱାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକୁ ପବିତ୍ର କଲେ; ଆଉ, ବେଦି ମୂଳରେ ସେହି ରକ୍ତ ଢାଳି ଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ।


ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ଡୁବାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦିମୂଳରେ ଢାଳିଲେ;


ଆଉ, ସେ ବାହାର ହୋଇ ସମ୍ମୁଖସ୍ଥ ବେଦି ପାଖକୁ ଯାଇ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ପୁଣି ସେହି ଗୋବତ୍ସର କିଛି ରକ୍ତ ଓ ଛାଗର କିଛି ରକ୍ତ ନେଇ ବେଦିର ଶୃଙ୍ଗ ଉପରେ ଚାରିଆଡ଼େ ଦେବ।


ତହୁଁ ସେ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ବେଦି ପାର୍ଶ୍ୱରେ ଛିଞ୍ଚିବ, ପୁଣି ଅବଶିଷ୍ଟ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ; ତାହା ପାପାର୍ଥକ ବଳିଦାନ।


ତହୁଁ ଯାଜକ ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିର ଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ହୋମବେଦି ମୂଳରେ ତାହାର ସମସ୍ତ ରକ୍ତ ଢାଳିବ।


ତହୁଁ ଯାଜକ ଅଙ୍ଗୁଳିରେ ତାହାର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ, ଆଉ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ ।


ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ୱରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି ।


କିନ୍ତୁ ପୂର୍ବେ ତୁମ୍ଭେମାନେ ଦୂରରେ ଥିଲ ଯେ, ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ୱାରା ନିକଟସ୍ଥ ହୋଇଅଛ ।


ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି; ବେଦିର ଶୃଙ୍ଗରେ ରଜ୍ଜୁ ଦ୍ୱାରା ବଳିକୁ ବାନ୍ଧ।


ମେଷଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦିଆଯାଇଥିବା ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ମୁଁ ବେଦି ତଳେ ଦେଖିଲି ।


ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ।”


ଏଥିଉତ୍ତାରେ ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି, ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ।


ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ; ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ବେଦି ଉପର ଚାରିଆଡ଼େ ଛିଞ୍ଚିବେ।


Swiv nou:

Piblisite


Piblisite