Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 4:2 - ଓଡିଆ ବାଇବେଲ

2 “ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ଭୁଲବଶତଃ ପାପ କରେ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯେବେ କୌଣସି ପ୍ରାଣୀ ତହିଁ ମଧ୍ୟରୁ କୌଣସି କର୍ମ କରି ଭ୍ରାନ୍ତିରେ ପାପ କରେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ଭୁଲବଶତଃ ପାପ କରେ;

Gade chapit la Kopi

ପବିତ୍ର ବାଇବଲ

2 “ଇସ୍ରାଏଲ ଲୋକମାନଙ୍କୁ କୁହ, ଯଦି କେହି ଅଜଣାତରେ ଗୋଟିଏ ପାପ କରେ ଏବଂ ତାହା କରେ, ଯାହା ସଦାପ୍ରଭୁଙ୍କ ଆଜ୍ଞାରେ ମନା କରାଯାଇଅଛି।

Gade chapit la Kopi




ଲେବୀୟ ପୁସ୍ତକ 4:2
18 Referans Kwoze  

କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ ।


ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ ? ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।


ଆଉ, ସଦାପ୍ରଭୁ ଯାହା ନ କରିବାକୁ ଆଜ୍ଞା କରିଅଛନ୍ତି, ତହିଁରୁ କୌଣସି କର୍ମ କରିବାରେ ଯଦି ସାଧାରଣ ଲୋକଙ୍କ ମଧ୍ୟରୁ କୌଣସି ପ୍ରାଣୀ ଭୁଲବଶତଃ ପାପ କରି ଦୋଷୀ ହୁଏ


ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ । ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ ।


ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ , କାରଣ ସେ ନିଜେ ମଧ୍ୟ ଦୁର୍ବଳତା ବିଶିଷ୍ଟ;


ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି;


ମାତ୍ର ଯୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣି ନ ଥିଲା; ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା; ତହିଁରେ ତାହାର ଚକ୍ଷୁ ସତେଜ ହେଲା।


ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ;


ଆଉ, ଯଦି କୌଣସି ଅଧ୍ୟକ୍ଷ ପାପ କରେ ଓ ଯାହା ନ କରିବାକୁ ତାହାର ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଇଅଛନ୍ତି, ସେସମସ୍ତ ମଧ୍ୟରୁ କୌଣସି ଏକ କର୍ମ ଭୁଲବଶତଃ କରି ଦୋଷୀ ହୁଏ;


ଆଉ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଯଦି ଭୁଲବଶତଃ ପାପ କରନ୍ତି ଓ ତାହା ସମାଜର ଦୃଷ୍ଟିରେ ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯଦି କୌଣସି କର୍ମ କରି ଦୋଷୀ ହୁଅନ୍ତି;


ତହିଁରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି ବ୍ୟବହାର କଲ ? ତୁମ୍ଭେ ଯେ ଆମ୍ଭକୁ ଓ ଆମ୍ଭର ରାଜ୍ୟକୁ ମହା ପାପଗ୍ରସ୍ତ କଲ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଏପରି କି ଦୋଷ କରିଅଛୁ ? ତୁମ୍ଭେ ଆମ୍ଭ ପ୍ରତି ଅକର୍ତ୍ତବ୍ୟ କର୍ମ କଲ।”


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,


ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ।


ଆପଣାମାନଙ୍କର ଆଶ୍ରୟ ନଗର ହେବା ନିମନ୍ତେ କେତେଗୁଡ଼ିଏ ନଗର ନିରୂପଣ କରିବ, ତହିଁରେ ଯେଉଁ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ଏପରି ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।


ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ; କିଅବା ଏହା ଭୁଲବଶତଃ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ; କାହିଁକି ପରମେଶ୍ୱର ତୁମ୍ଭ ରବରେ କ୍ରୁଦ୍ଧ ହୋଇ ତୁମ୍ଭ ହସ୍ତର କାର୍ଯ୍ୟ ବିନାଶ କରିବେ ?


ଦୁଃସାହସଜନିତ ସବୁ ପାପରୁ ହିଁ ଆପଣା ଦାସକୁ ଅଟକାଇ ରଖ; ତାହାସବୁ ମୋ’ ଉପରେ କର୍ତ୍ତୃତ୍ୱ ନ କରୁ; ତହିଁରେ ମୁଁ ସିଦ୍ଧ ହେବି, ପୁଣି, ମହାପରାଧରୁ ପରିଷ୍କୃତ ହେବି।


Swiv nou:

Piblisite


Piblisite