Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 26:7 - ଓଡିଆ ବାଇବେଲ

7 ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ଼୍‍ଗରେ ପଡ଼ିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କୁ ଘଉଡ଼ାଇ ଦେବ ଓ ସେମାନେ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।

Gade chapit la Kopi

ପବିତ୍ର ବାଇବଲ

7 “ତୁମ୍ଭେମାନେ ତୁମ୍ଭମାନଙ୍କ ଶତ୍ରୁକୁ ଘଉଡ଼ାଇ ଦେବ। ସେମାନେ ତୁମ୍ଭମାନଙ୍କର ‌‌ଖ‌ଡ଼୍‌ଗରେ ଧରାଶାୟୀ ହେବେ।

Gade chapit la Kopi




ଲେବୀୟ ପୁସ୍ତକ 26:7
13 Referans Kwoze  

ଆଉ, ଆମ୍ଭେ ଦେଶରେ ଶାନ୍ତି ପ୍ରଦାନ କରିବା, ତହିଁରେ ତୁମ୍ଭେମାନେ ଶୟନ କଲେ, କେହି ତୁମ୍ଭମାନଙ୍କୁ ଭୟ ଦେଖାଇବ ନାହିଁ; ପୁଣି ଆମ୍ଭେ ହିଂସ୍ରକ ଜନ୍ତୁମାନଙ୍କୁ ଦେଶରୁ ଦୂର କରିବା ଓ ତୁମ୍ଭମାନଙ୍କ ଦେଶରେ ଖଡ୍ଗ ଭ୍ରମଣ କରିବ ନାହିଁ।


ପୁଣି ତୁମ୍ଭମାନଙ୍କର ପାଞ୍ଚ ଜଣ ଶହେ ଜଣଙ୍କୁ ଘଉଡ଼ାଇ ଦେବ ଓ ତୁମ୍ଭମାନଙ୍କର ଶହେ ଜଣ ଦଶସହସ୍ର ଜଣଙ୍କୁ ଘଉଡ଼ାଇ ଦେବ; ଆଉ ତୁମ୍ଭମାନଙ୍କର ଶତ୍ରୁଗଣ ତୁମ୍ଭମାନଙ୍କ ଆଗେ ଖଡ୍ଗରେ ପଡ଼ିବେ।


ଯେବେ ସେମାନଙ୍କର ଶୈଳ ସେମାନଙ୍କୁ ବିକ୍ରୟ କରିଦେଇ ନ ଥା’ନ୍ତେ ଓ ଯେବେ ସଦାପ୍ରଭୁ ସେମାନଙ୍କୁ ସମର୍ପଣ କରି ଦେଇ ନ ଥା’ନ୍ତେ, ତେବେ ସହସ୍ର ଜଣଙ୍କୁ ଏକ ଜଣ କିପରି ତଡ଼ି ଦିଅନ୍ତା, ପୁଣି ଦଶ ସହସ୍ର ଜଣଙ୍କୁ ଦୁଇ ଜଣ କିପରି ବିମୁଖ କରନ୍ତେ ?


ଏଥି ମଧ୍ୟରେ ରାଜାଙ୍କ ନାନା ପ୍ରଦେଶ-ନିବାସୀ ଅନ୍ୟ ସକଳ ଯିହୁଦୀୟ ଲୋକମାନେ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ନିମନ୍ତେ ଠିଆ ହେଲେ; ପୁଣି, ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇ ଘୃଣାକାରୀମାନଙ୍କର ପଞ୍ଚସ୍ତରି ସହସ୍ର ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ।


ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେତେ ଅବଶିଷ୍ଟ ରହିବେ, ଆମ୍ଭେ ଶତ୍ରୁଗଣର ଦେଶରେ ସେମାନଙ୍କ ହୃଦୟରେ ଭୀରୁତା ପଠାଇବା ଯଦ୍ଦ୍ୱାରା (ବାୟୁରେ) ଚାଳିତ ପତ୍ରର ଶବ୍ଦ ମଧ୍ୟ ସେମାନଙ୍କୁ ଘଉଡ଼ାଇ ଦେବ; ପୁଣି ଖଡ୍ଗଧାରରୁ ପଳାଇଲା ଲୋକ ପରି ସେମାନେ ପଳାଇବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ।


ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେ; ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ।


ତୁମ୍ଭମାନଙ୍କର ଏକ ଲୋକ ସହସ୍ର ଲୋକଙ୍କୁ ଘଉଡ଼ାଇ ଦେବ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେରୂପ କହିଅଛନ୍ତି, ତଦନୁସାରେ ସେ ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି।


ମାତ୍ର ବାରକ୍‍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍‍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ୍ଗ ଧାରରେ ପତିତ ହେଲେ; ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ।


ଏଥିଉତ୍ତାରେ ନପ୍ତାଲି ଓ ଆଶେର ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।


ସେତେବେଳେ ସେ ଗର୍ଦ୍ଦଭର ଗୋଟିଏ କଞ୍ଚା ଥୋମଣି ପାଇ ହାତ ବଢ଼ାଇ ତାହା ନେଲା ଓ ତଦ୍ଦ୍ୱାରା ଏକ ହଜାର ଲୋକଙ୍କୁ ବଧ କଲା।


ଏଥିରେ ଯୋନାଥନ ଆପଣା ହାତ ଓ ଗୋଡ଼ ଦେଇ ଉପରକୁ ଉଠି ଗଲା ଓ ତାହାର ଅସ୍ତ୍ରବାହକ ତାହା ପଛେ ପଛେ ଗଲା; ତହିଁରେ ସେହି ଲୋକମାନେ ଯୋନାଥନର ଆଗେ ଆଗେ ପତିତ ହେଲେ, ପୁଣି, ତାହାର ଅସ୍ତ୍ରବାହକ ତାହାର ପଛେ ପଛେ ବଧ କରିବାକୁ ଲାଗିଲା।


ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ତାହାର ଭ୍ରାତା ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ; ତହୁଁ ଯୋୟାବ ଯିରୂଶାଲମକୁ ଆସିଲା।


ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା ସ୍ୱୀକାର କରନ୍ତେ; ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା।


Swiv nou:

Piblisite


Piblisite