Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 24:14 - ଓଡିଆ ବାଇବେଲ

14 “ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଯେଉଁ ଲୋକ ଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ତଳୀ ପଥର ମାରି ତାହାକୁ ବଧ କରନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 “ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ

14 “ସଦାପ୍ରଭୁଙ୍କୁ ଅଭିଶାପ ଦେଇଥିବା ଲୋକକୁ ଛାଉଣି ବାହାରକୁ ଆଣ, ପୁଣି ଯେଉଁମାନେ ତା'ର କଥା ଶୁଣିଲେ, ସେମାନେ ସମସ୍ତେ ଅଭିଶାପ ଦେଇଥିବା ବ୍ୟକ୍ତିର ମସ୍ତକରେ ହାତ ଦିଅନ୍ତୁ। ତା'ପରେ ଲୋକମାନେ ତାକୁ ପଥର ମାରି ହତ୍ୟା କରନ୍ତୁ।

Gade chapit la Kopi




ଲେବୀୟ ପୁସ୍ତକ 24:14
16 Referans Kwoze  

ତାହାର ପ୍ରାଣଦଣ୍ଡ କରିବା ପାଇଁ ତାହା ଉପରେ ପ୍ରଥମେ ସାକ୍ଷୀମାନଙ୍କର ହସ୍ତ, ତହିଁ ଉତ୍ତାରେ ସମସ୍ତ ଲୋକଙ୍କର ହସ୍ତ ଉଠିବ। ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।


ତହିଁରେ ତାହାର ନଗରସ୍ଥ ସମସ୍ତ ପୁରୁଷ ତାହାକୁ ପଥର ପକାଇ ବଧ କରିବେ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ, ତହିଁରେ ସମୁଦାୟ ଇସ୍ରାଏଲ ଶୁଣିବେ ଓ ଭୟ କରିବେ।


ଆଉ, ପୁରୁଷ ଅବା ସ୍ତ୍ରୀ ଯେକେହି ଭୂତୁଡ଼ିଆ ଅବା ଗୁଣିଆ ହୁଏ, ସେ ନିତାନ୍ତ ହତ ହେବ; ଲୋକମାନେ ସେମାନଙ୍କୁ ପଥର ମାରି ବଧ କରିବେ; ସେମାନଙ୍କ ରକ୍ତ ସେମାନଙ୍କ ଉପରେ ବର୍ତ୍ତିବ।”


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆହୁରି କହିବ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଅବା ଇସ୍ରାଏଲ ମଧ୍ୟରେ ପ୍ରବାସକାରୀ ବିଦେଶୀମାନଙ୍କ ମଧ୍ୟରୁ କୌଣସି ଲୋକ ଯଦି ଆପଣା ବଂଶର କାହାକୁ ମୋଲକ୍‍ ଦେବତାର ଉଦ୍ଦେଶ୍ୟରେ ପ୍ରଦାନ କରେ, ତେବେ ତାହାର ନିଶ୍ଚୟ ପ୍ରାଣଦଣ୍ଡ ହେବ ଓ ଦେଶୀୟ ଲୋକମାନେ ତାହାକୁ ପଥର ମାରି ବଧ କରିବେ।


ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରିଗଲେ ।


ପୁଣି ଯିହୋଶୂୟ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ ? ସଦାପ୍ରଭୁ ଆଜି ତୁମ୍ଭକୁ ଦୁଃଖ ଦେବେ। ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ; ପୁଣି ସେମାନେ ସେସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋତି ପକାଇଲେ।


ତେବେ ସେମାନେ ସେହି କନ୍ୟାକୁ ବାହାର କରି ପିତୃଗୃହର ଦ୍ୱାର ନିକଟକୁ ଆଣିବେ, ଆଉ ନଗରସ୍ଥ ଲୋକମାନେ ପ୍ରସ୍ତରାଘାତ କରି ତାହାକୁ ବଧ କରିବେ; କାରଣ ପିତୃଗୃହରେ ବ୍ୟଭିଚାର କରିବାରୁ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ।


ତାହାଠାରେ ଯେତେ ଦିନ ଘା’ ଥିବ, ସେତେ ଦିନ ସେ ଅଶୁଚି ରହିବ; କାରଣ ସେ ଅଶୁଚି ଅଟେ; ସେ ଏକାକୀ ବାସ କରିବ; ଛାଉଣିର ବାହାରେ ତାହାର ବାସସ୍ଥାନ ହେବ।


ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,


ତେବେ ଯେଉଁ ପୁରୁଷ କି ଯେଉଁ ସ୍ତ୍ରୀ ସେହି କୁକର୍ମ କରିଅଛି, ତୁମ୍ଭେ ସେହି ପୁରୁଷକୁ କି ସେହି ସ୍ତ୍ରୀକୁ ନଗରଦ୍ୱାର ନିକଟକୁ ବାହାର କରି ଆଣିବ; ଆଉ ତୁମ୍ଭେ ସେମାନଙ୍କର ମରଣ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରସ୍ତରାଘାତ କରିବ।


ଆଉ ତାହା ସମ୍ମୁଖରେ ଦୁଇଗୋଟି ଦୁଷ୍ଟ ମନୁଷ୍ୟକୁ ବସାଅ ଓ ସେମାନେ ତାହା ବିରୁଦ୍ଧରେ ସାକ୍ଷ୍ୟ ଦେଇ କହନ୍ତୁ, ତୁମ୍ଭେ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଅଛ। ତହିଁ ଉତ୍ତାରେ ତାହାକୁ ବାହାରକୁ ନେଇ ପ୍ରସ୍ତରାଘାତ କରି ବଧ କର।


Swiv nou:

Piblisite


Piblisite