Biblia Todo Logo
Bib sou entènèt

- Piblisite -




ଲେବୀୟ ପୁସ୍ତକ 13:6 - ଓଡିଆ ବାଇବେଲ

6 ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ, ଯଦି ଘା’ ମଳିନ ହୋଇଥାଏ ଓ ଘା’ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା କାଛୁକୁଣ୍ଡିଆ ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ ଦେଖ, ଯେବେ ଘା ମଳିନ ହୋଇଥାଏ ଓ ଘା ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା ପାମା ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ପୁଣି, ସପ୍ତମ ଦିନରେ ଯାଜକ ତାହାକୁ ପୁନର୍ବାର ଦେଖିବ; ଆଉ, ଯଦି ଘାʼ ମଳିନ ହୋଇଥାଏ ଓ ଘାʼ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଶୁଚି ବୋଲି ପ୍ରକାଶ କରିବ; ତାହା କାଛୁକୁଣ୍ଡିଆ ଅଟେ; ତହୁଁ ସେ ଆପଣା ବସ୍ତ୍ର ଧୋଇ ଶୁଚି ହେବ।

Gade chapit la Kopi

ପବିତ୍ର ବାଇବଲ

6 ପୁଣି ସାତ ଦିନ ପରେ ଯାଜକ ପୁନର୍ବାର ତାହାକୁ ପରୀକ୍ଷା କରିବ। ଯଦି ଘା’ ମଳିନ ହୋଇଯାଇଥାଏ ଘା’ ଚର୍ମରେ ଆଉ ବ୍ୟାପି ନ ଥାଏ, ତେବେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବା ଉଚିତ୍। ତାହା ଗୋଟିଏ ସାଧାରଣ ବକଳା ପରି ଥିଲା। ତେଣୁ ସେ ନିଜର ବସ୍ତ୍ର ଧୋଇ ଶୁଚି ହେବା ଉଚିତ୍।

Gade chapit la Kopi




ଲେବୀୟ ପୁସ୍ତକ 13:6
23 Referans Kwoze  

ପୁଣି, ଯେକେହି ସେମାନଙ୍କ ଶବର କୌଣସି ଅଂଶ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ତହୁଁ ସେହି ଶୁଚିଯୋଗ୍ୟ ଲୋକ ଆପଣା ବସ୍ତ୍ର ଧୋଇ ଓ ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତହିଁରେ ସେ ଶୁଚି ହେବ; ତହିଁ ଉତ୍ତାରୁ ସେ ଛାଉଣି ଭିତରକୁ ଆସିବ, ମାତ୍ର ସେ ସାତ ଦିନ ଆପଣା ତମ୍ବୁର ବାହାରେ ରହିବ।


ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ । ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ ।


ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ;


ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର ।


ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ ।


ବିଶ୍ୱାସରେ ଯେ ଦୁର୍ବଳ, ତାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ ।


ସେ ଛେଚାନଳ ଭାଙ୍ଗିବେ ନାହିଁ ଓ ସଧୂମ ବଳିତା ଲିଭାଇବେ ନାହିଁ; ସେ ସତ୍ୟତାରେ ନ୍ୟାୟ ବିଚାର ଆଣିବେ।


ପାପ ନ କରି ସତ୍କର୍ମ କରେ, ଏପରି ଜଣେ ଧାର୍ମିକ ନିଶ୍ଚୟ ପୃଥିବୀରେ ନାହିଁ।


ଆମ୍ଭେ ଆପଣା ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣା ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ ?


ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ ? ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।


ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କ ବିଚାର-ନିଷ୍ପତ୍ତି କର।


ତେବେ, ଆପଣା ଆପଣା ମନଃପୀଡ଼ା ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ;


ସେମାନେ ତାହାଙ୍କ ଉଦ୍ଦେଶ୍ୟରେ ଭ୍ରଷ୍ଟାଚରଣ କରିଅଛନ୍ତି, ସେମାନେ ତାହାଙ୍କର ସନ୍ତାନ ନୁହନ୍ତି, ମାତ୍ର ସନ୍ତାନମାନଙ୍କର କଳଙ୍କ; ସେମାନେ ବିପଥଗାମୀ ଓ କୁଟିଳ ବଂଶ।


“ଯଦି କୌଣସି ମନୁଷ୍ୟର ଶରୀରର ଚର୍ମରେ ଫୁଲା କି କାଛୁକୁଣ୍ଡିଆ କି ଚିକ୍କଣ ଚିହ୍ନ ହୁଏ ଓ ତାହା ଶରୀରର ଚର୍ମରେ କୁଷ୍ଠରୋଗର ଘା’ ହୁଏ, ତେବେ ସେ ହାରୋଣ ଯାଜକ ନିକଟକୁ କିଅବା ତାହାର ପୁତ୍ରଗଣଙ୍କ ମଧ୍ୟରେ କୌଣସି ଯାଜକ ନିକଟକୁ ଅଣାଯିବ।


ପୁଣି, ଯେକେହି ତାହାର ଶବ ଖାଏ, ସେ ଆପଣା ବସ୍ତ୍ର ଧୋଇବ, ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ଯେକେହି ତାହା ବହେ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ପୁଣି, ଯେକେହି ସେମାନଙ୍କର ଶବ ବହିବ, ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି।


ତହୁଁ ସପ୍ତମ ଦିନରେ ଯାଜକ ତାହାକୁ ଦେଖିବ; ପୁଣି, ଯଦି ତାହାର ଦୃଷ୍ଟିରେ ସେହି ଘା’ ସେହି ପ୍ରକାର ଥାଏ ଓ ଚର୍ମରେ ବ୍ୟାପି ନ ଥାଏ, ତେବେ ଯାଜକ ତାହାକୁ ଆହୁରି ସାତ ଦିନ ପର୍ଯ୍ୟନ୍ତ ବନ୍ଦ କରି ରଖିବ।


ମାତ୍ର ସେ ଶୁଚି ହେବା ନିମନ୍ତେ ଆପଣାକୁ ଯାଜକକୁ ଦେଖାଇଲା ଉତ୍ତାରେ ଯଦି ତାହାର କାଛୁକୁଣ୍ଡିଆ ଚର୍ମରେ ବ୍ୟାପେ, ତେବେ ସେ ଆପଣାକୁ ପୁନର୍ବାର ଯାଜକକୁ ଦେଖାଇବ।


Swiv nou:

Piblisite


Piblisite