Biblia Todo Logo
Bib sou entènèt

- Piblisite -




ବିଳାପ 3:36 - ଓଡିଆ ବାଇବେଲ

36 ମନୁଷ୍ୟର ବିବାଦ ଅଯଥାର୍ଥ ରୂପେ ନିଷ୍ପତ୍ତି ହେବାର, ପ୍ରଭୁ ଭଲ ପାଆନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 ମନୁଷ୍ୟର ବିବାଦ ଅଯଥାର୍ଥ ରୂପେ ନିଷ୍ପତ୍ତି ହେବାର, ପ୍ରଭୁ ଭଲ ପାଆନ୍ତି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 ମନୁଷ୍ୟର ବିବାଦ ଅଯଥାର୍ଥ ରୂପେ ନିଷ୍ପତ୍ତି ହେବାର, ପ୍ରଭୁ ଭଲ ପାଆନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ

36 ଏକ ବ୍ୟକ୍ତିକୁ ନ ଦେଖି ତା'ର ମକଦ୍ଦମାରେ ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ।

Gade chapit la Kopi




ବିଳାପ 3:36
8 Referans Kwoze  

ତୁମ୍ଭେ ତ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ନ ପାର, ତେବେ ଯେଉଁମାନେ ବିଶ୍ୱାସଘାତକତା କରନ୍ତି, ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ ? ଓ ଦୁଷ୍ଟ ଲୋକ ଆପଣା ଅପେକ୍ଷା ଧାର୍ମିକ ଲୋକକୁ ଗ୍ରାସ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ ?


ହଁ, ସତ୍ୟତାର ଅଭାବ ହୋଇଅଛି ଓ ଯେ ଦୁଷ୍କର୍ମ ତ୍ୟାଗ କରେ, ସେ ଆପଣାକୁ ଲୁଟିତ ସ୍ୱରୂପ କରେ; ପୁଣି, ସଦାପ୍ରଭୁ ଏହା ଦେଖିଲେ: ଆଉ, ନ୍ୟାୟବିଚାର ନ ଥିବାରୁ ଅସନ୍ତୁଷ୍ଟ ହେଲେ।


ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ, କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ।


ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ, ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ, ତହୁଁ ସେ ତାଙ୍କର ଭାର୍ଯ୍ୟା ହେଲା ଓ ତାଙ୍କର ଏକ ପୁତ୍ର ପ୍ରସବ କଲା। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ, ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା।


ମନୁଷ୍ୟମାନଙ୍କ ମଧ୍ୟରେ ବିବାଦ ଉପସ୍ଥିତ ହେଲେ, ଯଦି ସେମାନେ ବିଚାରାର୍ଥେ ଆସନ୍ତି ଓ ବିଚାରକର୍ତ୍ତାମାନେ ସେମାନଙ୍କ ବିଚାର କରନ୍ତି; ତେବେ ସେମାନେ ନିର୍ଦ୍ଦୋଷକୁ ନିର୍ଦ୍ଦୋଷ ଓ ଦୋଷୀକୁ ଦୋଷୀ କରିବେ।


ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ଚୂର୍ଣ୍ଣ କରନ୍ତି ଓ ତୁମ୍ଭ ଅଧିକାରକୁ କ୍ଳେଶ ଦିଅନ୍ତି।


ଯଦି ତୁମ୍ଭେ କୁହ, ଦେଖ, ଆମ୍ଭେମାନେ ଏହା ଜାଣି ନାହୁଁ, ତେବେ ଅନ୍ତଃକରଣ ତୌଲିବାକର୍ତ୍ତା କ’ଣ ତାହା ବୁଝନ୍ତି ନାହିଁ ? ପୁଣି, ତୁମ୍ଭ ପ୍ରାଣର ରକ୍ଷାକର୍ତ୍ତା କ’ଣ ତାହା ଜାଣନ୍ତି ନାହିଁ ? ଆଉ, ସେ କ’ଣ ପ୍ରତି ଜଣକୁ ଆପଣା କର୍ମାନୁସାରେ ପ୍ରତିଫଳ ଦେବେ ନାହିଁ ?


ହେ ସଦାପ୍ରଭୁ, ମୋ’ ପ୍ରତି କୃତ ଅନ୍ୟାୟ ତୁମ୍ଭେ ଦେଖିଅଛ; ତୁମ୍ଭେ ମୋହର ବିଚାର ନିଷ୍ପତ୍ତି କର।


Swiv nou:

Piblisite


Piblisite