Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 24:9 - ଓଡିଆ ବାଇବେଲ

9 ତେବେ ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକ୍‍ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲୀୟମ୍‍କୁ ଡକାଇଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତେବେ ମୋୟାବ-ରାଜା ସିପ୍ପୋର୍ର ପୁତ୍ର ବାଲାକ୍ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲୀୟମକୁ ଡକାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତେବେ ମୋୟାବ-ରାଜା ସିପ୍ପୋରର ପୁତ୍ର ବାଲାକ ଉଠି ଇସ୍ରାଏଲ ପ୍ରତିକୂଳରେ ଯୁଦ୍ଧ କଲା, ପୁଣି ସେ ଲୋକ ପଠାଇ ତୁମ୍ଭମାନଙ୍କୁ ଶାପ ଦେବା ନିମନ୍ତେ ବିୟୋରର ପୁତ୍ର ବିଲୀୟମ୍‍କୁ ଡକାଇଲା।

Gade chapit la Kopi

ପବିତ୍ର ବାଇବଲ

9 “‘ଏହା ପରେ ସି‌‌‌ପ୍‌‌‌ପୋରର ପୁତ୍ର ବାଲାକ୍ ଯେ କି ମୋୟାବର ରାଜା ଥିଲା ସେ ପ୍ରସ୍ତୁତ ହେଲା। ଇସ୍ରାଏଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ତାଙ୍କର ରାଜା ବିୟୋର ପୁତ୍ର ବିଲିୟମକୁ ପଠାଇଲା। ସେ ତୁମ୍ଭମାନଙ୍କୁ ଶାପ ଦେବା ପାଇଁ ବିଲିୟମକୁ ପଠାଇଲା।

Gade chapit la Kopi




ଯିହୋଶୂୟ 24:9
6 Referans Kwoze  

ହେ ଆମ୍ଭର ଲୋକେ, ମୋୟାବର ରାଜା ବାଲାକ୍‍ କି ମନ୍ତ୍ରଣା କରିଥିଲା ଓ ବିୟୋରର ପୁତ୍ର ବିଲୀୟମ୍‍ ତାହାକୁ କି ଉତ୍ତର ଦେଇଥିଲା, ତାହା ଏବେ ସ୍ମରଣ କର; ଶିଟୀମଠାରୁ ଗିଲ୍‍ଗଲ୍‍ ପର୍ଯ୍ୟନ୍ତ ସ୍ମରଣ କର, ତହିଁରେ ତୁମ୍ଭେମାନେ ସଦାପ୍ରଭୁଙ୍କର ନ୍ୟାୟ କର୍ମସକଳ ଜ୍ଞାତ ହୋଇ ପାରିବ।


କୁହ ଦେଖି, ତୁମ୍ଭେ କି ମୋୟାବ ରାଜା ସିପ୍ପୋରର ପୁତ୍ର ବାଲାକ୍‍ଠାରୁ କିଛି ଅଧିକ ? ସେ କି ଇସ୍ରାଏଲ ସଙ୍ଗେ କେବେ ବିବାଦ କରିଥିଲେ ? ଅବା ସେ କି କେବେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ ?


ପୁଣି, ଇସ୍ରାଏଲ ଇମୋରୀୟମାନଙ୍କ ପ୍ରତି ଯାହା ଯାହା କରିଥିଲେ, ତାହା ସିପ୍ପୋରର ପୁତ୍ର ବାଲାକ ଦେଖିଲେ।


ସେତେବେଳେ ଇସ୍ରାଏଲ ଇଦୋମର ରାଜା ନିକଟକୁ ଦୂତ ପଠାଇ କହିଲେ, ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ; ମାତ୍ର ଇଦୋମର ରାଜା ଶୁଣିଲା ନାହିଁ। ପୁଣି ସେହି ପ୍ରକାର ସେ ମୋୟାବର ରାଜା ନିକଟକୁ କହି ପଠାଇଲେ; ସେ ମଧ୍ୟ ସମ୍ମତ ହେଲା ନାହିଁ; ତେଣୁ ଇସ୍ରାଏଲ କାଦେଶରେ ରହିଲେ।


Swiv nou:

Piblisite


Piblisite