Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 22:30 - ଓଡିଆ ବାଇବେଲ

30 ସେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍‍ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

30 ସେତେବେଳେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍ ଯାଜକ ଓ ତାହାର ସଙ୍ଗୀ ମଣ୍ତଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ସେତେବେଳେ ରୁବେନ୍‍-ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶି-ସନ୍ତାନଗଣ ଯାହା କହିଲେ, ତାହା ଶୁଣି ପୀନହସ୍‍ ଯାଜକ ଓ ତାହାର ସଙ୍ଗୀ ମଣ୍ଡଳୀର ଅଧିପତିମାନେ ଓ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନେ ସନ୍ତୁଷ୍ଟ ହେଲେ।

Gade chapit la Kopi

ପବିତ୍ର ବାଇବଲ

30 ପୀନହସ୍ ଯାଜକ ଏବଂ ତାଙ୍କ ସହିତ ଯାଇଥିବା ମୁଖିଆ, ଏହିପରି କଥା ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନଙ୍କଠାରୁ ଶୁଣିଲେ। ସେମାନେ ମଧ୍ୟ ବୁଝିଲେ ଯେ ବାସ୍ତବରେ ସତ କଥା ଏବଂ ଠିକ୍ କଥା କହୁଛନ୍ତି।

Gade chapit la Kopi




ଯିହୋଶୂୟ 22:30
11 Referans Kwoze  

ତହିଁରେ ଇସ୍ରାଏଲ ସନ୍ତାନଗଣ ସେହି କଥାରେ ସନ୍ତୁଷ୍ଟ ହେଲେ; ପୁଣି ଇସ୍ରାଏଲ ସନ୍ତାନଗଣ ପରମେଶ୍ୱରଙ୍କର ଧନ୍ୟବାଦ କଲେ, ଆଉ ରୁବେନ୍‍-ସନ୍ତାନଗଣର ଓ ଗାଦ୍‍ ସନ୍ତାନଗଣର ବସତି-ଦେଶ ବିନାଶ କରିବା ପାଇଁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧକୁ ଯିବା କଥା ଆଉ କହିଲେ ନାହିଁ।


ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ଅଣଯିହୂଦୀମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି ।


କୋମଳ ଉତ୍ତର କ୍ରୋଧକୁ ଦମନ କରେ; ମାତ୍ର କଟୁ ବାକ୍ୟ କୋପ ଜନ୍ମାଏ।


ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହୁଅନ୍ତେ, ରାଜା ମମୁଖନ୍‍ର ପରାମର୍ଶାନୁସାରେ କର୍ମ କଲେ।


ଏ ବିଷୟ ରାଜାଙ୍କର ଓ ସମଗ୍ର ସମାଜର ଦୃଷ୍ଟିରେ ଯଥାର୍ଥ ବୋଧ ହେଲା।


ଏଥିରେ ଆଖୀଶ୍‍ ଦାଉଦଙ୍କୁ ଡାକି କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେ ସରଳ ଲୋକ ଓ ମୋ’ ସହିତ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଗମନାଗମନ ମୋ’ ଦୃଷ୍ଟିରେ ଉତ୍ତମ; କାରଣ ତୁମ୍ଭେ ମୋ’ କତିକି ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତୁମ୍ଭଠାରେ କୌଣସି ମନ୍ଦତା ପାଇ ନାହିଁ; ତଥାପି ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ।


ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍‍ ଓ ସେବ୍‍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି ? ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା।


ଏହା ଦେଖି ଏଷୌ ଆପଣା ପିତା ଇସ୍‍ହାକଙ୍କର କିଣାନ ଦେଶୀୟ କନ୍ୟାମାନଙ୍କ ପ୍ରତି ଅସନ୍ତୋଷ ଥିବାର ଜାଣି


ଆମ୍ଭେମାନେ ଯେ ହୋମ କି ଭକ୍ଷ୍ୟ-ନୈବେଦ୍ୟ ଓ ବଳିଦାନ ନିମନ୍ତେ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଆବାସ-ସମ୍ମୁଖସ୍ଥିତ ତାହାଙ୍କ ଯଜ୍ଞବେଦି ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ହେବୁ, କି ଆଜି ସଦାପ୍ରଭୁଙ୍କ ଅନୁସରଣରୁ ବିମୁଖ ହେବୁ, ଏହା ଦୂରେ ଥାଉ।”


ପୁଣି ଇଲୀୟାସର ଯାଜକର ପୁତ୍ର ପୀନହସ୍‍ ରୁବେନ୍‍-ସନ୍ତାନଗଣକୁ ଓ ଗାଦ୍‍-ସନ୍ତାନଗଣକୁ ଓ ମନଃଶି-ସନ୍ତାନଗଣକୁ କହିଲା, “ସଦାପ୍ରଭୁ ଯେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ଆମ୍ଭେମାନେ ଆଜି ଜାଣିଲୁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ କରି ନାହଁ; ଏବେ ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ହସ୍ତରୁ ଉଦ୍ଧାର କଲ।”


Swiv nou:

Piblisite


Piblisite