Biblia Todo Logo
Bib sou entènèt

- Piblisite -




ଯିହୋଶୂୟ 22:25 - ଓଡିଆ ବାଇବେଲ

25 କାରଣ ହେ ରୁବେନ୍‍-ସନ୍ତାନଗଣ, ହେ ଗାଦ୍‍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ; ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କାରଣ ହେ ରୁବେନ୍-ସନ୍ତାନଗଣ, ହେ ଗାଦ୍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ; ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷା; କରାଇବେ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କାରଣ ହେ ରୁବେନ୍‍-ସନ୍ତାନଗଣ, ହେ ଗାଦ୍‍-ସନ୍ତାନଗଣ, ସଦାପ୍ରଭୁ ଆମ୍ଭ ଓ ତୁମ୍ଭ ମଧ୍ୟରେ ଯର୍ଦ୍ଦନକୁ ସୀମା କରିଅଛନ୍ତି; ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ;’ ଏରୂପେ ତୁମ୍ଭମାନଙ୍କ ସନ୍ତାନଗଣ କେଜାଣି ଆମ୍ଭମାନଙ୍କ ସନ୍ତାନଗଣକୁ ସଦାପ୍ରଭୁଙ୍କୁ ଭୟ କରିବାରୁ କ୍ଷାନ୍ତ କରାଇବେ;

Gade chapit la Kopi

ପବିତ୍ର ବାଇବଲ

25 ସଦାପ୍ରଭୁ ଯର୍ଦ୍ଦନ ସେପାରିରେ ଆମ୍ଭକୁ ଭୂମି ଦେଇଛନ୍ତି। ଏହାର ଅର୍ଥ ଯର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭେମାନେ ଆଶଙ୍କା କରୁଅଛୁ ଯେ ଯେତେବେଳେ ତୁମ୍ଭମାନଙ୍କ ପିଲାମାନେ ବଡ଼ ହୋଇ ଦେଶ ଶାସନ କରିବେ ସେମାନେ ବିଶ୍ୱାସ କରିବେ ନାହିଁ ଯେ ଆମ୍ଭେମାନେ ତୁମ୍ଭର ଲୋକ ବୋଲି। ସେମାନେ ଯେତେବେଳେ ବଡ଼ ହୋଇ ଶାସନ କରିବେ, ସେମାନେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, ‘ତୁମ୍ଭେ, ରୁବେନ୍, ଗାଦ୍, ଆମ୍ଭମାନଙ୍କର ଅଂଶ ନୁହଁ।’ ଏହା ପରେ ତୁମ୍ଭମାନଙ୍କର ସନ୍ତାନମାନେ ଆମ୍ଭମାନଙ୍କ ପିଲାମାନଙ୍କୁ ସେଠାରେ ଉପାସନା କରିବାକୁ ମନା କରି ପାରନ୍ତି।

Gade chapit la Kopi




ଯିହୋଶୂୟ 22:25
13 Referans Kwoze  

ଏବିଷୟରେ ତୁମ୍ଭର ଅଂଶ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ୱରଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ ।


ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି, “ଯେ ସ୍ୱର୍ଗସ୍ଥ ପରମେଶ୍ୱର, ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ; ଆମ୍ଭେମାନେ ତାହାଙ୍କର ଦାସ ଏଥିପାଇଁ ଉଠି ନିର୍ମାଣ କରିବୁ; ମାତ୍ର ଯିରୂଶାଲମରେ ତୁମ୍ଭମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତିଚିହ୍ନ ନାହିଁ।”


କାରଣ ଯାରବୀୟାମ ନିଜେ ପାପ କରି ତଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଲେ ଓ ବିରକ୍ତିଜନକ କର୍ମ ଦ୍ୱାରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କୁ ବିରକ୍ତ କଲେ।


ପୁଣି, ଯାରବୀୟାମ ଯେଉଁ ପାପ କରିଅଛି ଓ ଯଦ୍ଦ୍ୱାରା ସେ ଇସ୍ରାଏଲକୁ ପାପ କରାଇଅଛି, ତାହାର ସେହିସବୁ ପାପ ସକାଶୁ ସେ ଇସ୍ରାଏଲକୁ ତ୍ୟାଗ କରିବେ।


ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି ? ଏଣିକି ଯିଶୀର ପୁତ୍ରଠାରେ; ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ।” ତହୁଁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।


ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”


ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାଆନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ ସନ୍ତାନମାନେ ତାହା କରିଥା’ନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ଯାଅ ଅନ୍ୟ ଦେବଗଣର ସେବା କର।


ମାତ୍ର ଆମ୍ଭେମାନେ ଯେ ହୋମ ଓ ବଳି ଓ ମଙ୍ଗଳାର୍ଥକ ଉପହାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେବା କରି ପାରୁ, ଏଥିପାଇଁ ତାହା ତୁମ୍ଭମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ, ପୁଣି ଆମ୍ଭମାନଙ୍କ ଭବିଷ୍ୟତ ପୁରୁଷ ମଧ୍ୟରେ ଏକ ସାକ୍ଷୀ ହେବ; ତହିଁରେ ସଦାପ୍ରଭୁଙ୍କଠାରେ ତୁମ୍ଭମାନଙ୍କର କୌଣସି ଅଂଶ ନାହିଁ, ଏପରି କଥା ଆସନ୍ତା କାଳରେ ତୁମ୍ଭମାନଙ୍କ ସନ୍ତାନଗଣ ଆମ୍ଭମାନଙ୍କ ସନ୍ତାନଗଣକୁ କହି ପାରିବେ ନାହିଁ।


ବରଞ୍ଚ ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଚାର କରି ଏହା କରିଅଛୁ, ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ ତୁମ୍ଭମାନଙ୍କର କି ସମ୍ପର୍କ ଅଛି।


ଏହେତୁ ଆମ୍ଭେମାନେ କହିଲୁ, ଆସ, ଆମ୍ଭେମାନେ ଏକ ବେଦି ନିର୍ମାଣ କରିବାକୁ ଉଦ୍‍ଯୋଗ କରୁ, ହୋମ କି ବଳିଦାନ ନିମନ୍ତେ ନୁହେଁ,


ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ।


Swiv nou:

Piblisite


Piblisite