Biblia Todo Logo
Bib sou entènèt

- Piblisite -




ଯୋହନ 4:53 - ଓଡିଆ ବାଇବେଲ

53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ‍୍ ସେହି ସମୟରେ ଏହା ଘଟିଥିଲା । ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ତରେ ତୁମ୍ଭର ପୁତ୍ର ବଞ୍ଚିଲାଣି ବୋଲି ତାଙ୍କୁ କହିଥିଲେ, ଠିକ୍ ସେହି ଦଣ୍ତରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାଙ୍କ ସମସ୍ତ ପରିବାର ବିଶ୍ଵାସ କଲେ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

53 କର୍ମଚାରୀଙ୍କ ମନେ ପଡ଼ିଲା, ଠିକ୍ ସେତିକିବେଳେ ଯୀଶୁ କହିଥିଲେ “ତୁମର ପୁତ୍ର ବଞ୍ଚିବ।” ଏ ଘଟଣା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

53 ଏଥିରେ ପିତା ବୁଝିଲେ ଯେ, ଯୀଶୁ ଯେଉଁ ଦଣ୍ଡରେ “ତୁମ୍ଭର ପୁତ୍ର ବଞ୍ଚିଲାଣି” ବୋଲି ତାହାଙ୍କୁ କହିଥିଲେ, ଠିକ୍ ସେହି ସମୟରେ ଏହା ଘଟିଥିଲା। ଆଉ, ସେ ଆପେ ଓ ତାହାଙ୍କ ସମସ୍ତ ପରିବାର ବିଶ୍ୱାସ କଲେ।

Gade chapit la Kopi

ପବିତ୍ର ବାଇବଲ

53 “ତୁମ୍ଭର ପୁଅ ବଞ୍ଚିବ,” ବୋଲି ଯୀଶୁ ଠିକ୍ ସେହି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସେହି ରାଜକର୍ମଗ୍ଭରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠାରେ ବିଶ୍ୱାସ କଲେ।

Gade chapit la Kopi




ଯୋହନ 4:53
12 Referans Kwoze  

ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରାହାମଙ୍କ ଜଣେ ସନ୍ତାନ;


ସେ ଆପଣା ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି, ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି।


କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରୀଷ୍ପ ଏବଂ ସପରିବାର ପ୍ରଭୁଙ୍କଠାରେ ବିଶ୍ୱାସ କଲେ, ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ ।


ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ୱରଙ୍କଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ ।


ଯେ ସମସ୍ତ ବାକ୍ୟ ଦ୍ୱାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହି ସବୁ କହିବେ ।


ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ ।


କାରଣ ଏହି ପ୍ରତିଜ୍ଞା ଆପଣମାନଙ୍କ ନିମନ୍ତେ, ଆପଣମାନଙ୍କର ସନ୍ତାନସନ୍ତତିମାନଙ୍କ ନିମନ୍ତେ, ପୁଣି, ଦୂରବର୍ତ୍ତୀ ଯେତେ ଲୋକଙ୍କୁ ପ୍ରଭୁ ଆମ୍ଭମାନଙ୍କ ଈଶ୍ୱର ଆପଣା ନିକଟକୁ ଡାକିବେ, ସେହି ସମସ୍ତଙ୍କ ନିମନ୍ତେ ଅଟେ ।


ଆଉ ଯୀଶୁ ଶତସେନାପତିଙ୍କୁ କହିଲେ, ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ । ସେହିକ୍ଷଣି ଦାସଟି ସୁସ୍ଥ ହେଲା ।


ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବାମାତ୍ରେ ସ୍ଥିତି ହେଲା।


ତେଣୁ କେଉଁ ଦଣ୍ଡରେ ତାହାର ସୁସ୍ଥତା ହେଲା, ତାହା ସେ ସେମାନଙ୍କୁ ପଚାରିଲେ । ସେଥିରେ ସେମାନେ ତାଙ୍କୁ କହିଲେ, କାଲି ସାତଟାବେଳେ ତାହାକୁ ଜ୍ୱର ଛାଡ଼ିଗଲା ।


ପୁଣି, ସେ ଯାଉ ଯାଉ ତାଙ୍କ ଦାସମାନେ ତାଙ୍କୁ ଭେଟି ତାଙ୍କର ପୁତ୍ର ବଞ୍ଚିଲାଣି ବୋଲି କହିଲେ ।


Swiv nou:

Piblisite


Piblisite