Biblia Todo Logo
Bib sou entènèt

- Piblisite -




ଯୋହନ 21:12 - ଓଡିଆ ବାଇବେଲ

12 ଯୀଶୁ ସେମାନଙ୍କୁ କହିଲେ, ଆସି ଭୋଜନ କର । ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯୀଶୁ ସେମାନଙ୍କୁ କହିଲେ, ଆସି ଭୋଜନ କର। ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ଯୀଶୁ ଶିଷ୍ୟମାନଙ୍କୁ ଡାକି କହିଲେ, “ଆସ, ଖାଇବ।” “ତୁମେ କିଏ” ବୋଲି ତାଙ୍କୁ ପଚାରିବାକୁ କେହି ସାହସ କଲେ ନାହିଁ। ସେ ପ୍ରଭୁ ବୋଲି ସେମାନେ ଜାଣିଥିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯୀଶୁ ସେମାନଙ୍କୁ କହିଲେ, “ଆସି ଭୋଜନ କର।” ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁ ନ ଥିଲେ, କାରଣ ସେ ଯେ ପ୍ରଭୁ, ଏହା ସେମାନେ ଜାଣିଥିଲେ।

Gade chapit la Kopi

ପବିତ୍ର ବାଇବଲ

12 ଯୀଶୁ ସେମାନଙ୍କୁ କହିଲେ, “ଆସ ଓ ଖାଅ।” ଶିଷ୍ୟମାନଙ୍କ ଭିତରେ କେହି ଜଣେ ହେଲେ ପଗ୍ଭରିବା ପାଇଁ ସାହସ କଲେ ନାହିଁ, “ତୁମ୍ଭେ କିଏ?” କାରଣ ସେମାନେ ଜାଣିଥିଲେ ଯେ, ସେ ପ୍ରଭୁ।

Gade chapit la Kopi




ଯୋହନ 21:12
9 Referans Kwoze  

ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ ନାହିଁ, ମାତ୍ର ଈଶ୍ୱରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ । ସେ ମୃତମାନଙ୍କ ମଧ୍ୟରୁ ଉଠିଲା ପରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନପାନ କଲୁ,


ସେମାନେ ତାହାଙ୍କୁ ପଚାରିବାକୁ ଇଚ୍ଛା କରୁଅଛନ୍ତି ବୋଲି ବୁଝି ଯୀଶୁ ସେମାନଙ୍କୁ କହିଲେ, ଅଳ୍ପମାତ୍ର ସମୟ ରହିଲା, ତୁମ୍ଭେମାନେ ମୋତେ ଦେଖିବ ନାହିଁ, ପୁନର୍ବାର ଅଳ୍ପ ସମୟ ଉତ୍ତାରେ ତୁମ୍ଭେମାନେ ମୋତେ ଦେଖିବ, ମୁଁ ଏହି ଯେଉଁ କଥା କହିଲି, ସେ ବିଷୟ ଘେନି ତୁମ୍ଭେମାନେ କ'ଣ ପରସ୍ପର ବାଦାନୁବାଦ କରୁଅଛ ?


ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ ? ସେ ତାହାଙ୍କୁ କହିଲେ, ହଁ, ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି, ତାହା ଆପଣ ଜାଣନ୍ତି । ସେ ତାଙ୍କୁ କହିଲେ, ମୋହର ମେଷଶାବକମାନଙ୍କୁ ଚରାଅ ।


କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଏବଂ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ ।


ଏପରି ସମୟରେ ତାହାଙ୍କର ଶିଷ୍ୟମାନେ ଆସି ତାହାଙ୍କୁ ଜଣେ ସ୍ତ୍ରୀଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ଚମତ୍କୃତ ହେଲେ, ତଥାପି ଆପଣ କ'ଣ ଚାହାଁନ୍ତି, କିମ୍ବା କାହିଁକି ତାହା ସାଙ୍ଗରେ କଥା କହୁଅଛନ୍ତି, ଏହା କେହି ପଚାରିଲେ ନାହିଁ ।


କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ , ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ ।


ସେଥିରେ କେହି ତାହାଙ୍କୁ ପଦେ ହେଲେ ଉତ୍ତର ଦେଇ ପାରିଲେ ନାହିଁ, ପୁଣି, ସେହି ଦିନଠାରୁ କେହି ତାହାଙ୍କୁ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ ।


ଶିମୋନ ପିତର ଯାଇ ଏକ ଶହ ତେପନ ବଡ଼ ବଡ଼ ମାଛରେ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ; ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ ।


Swiv nou:

Piblisite


Piblisite