Biblia Todo Logo
Bib sou entènèt

- Piblisite -




ଯୋହନ 13:8 - ଓଡିଆ ବାଇବେଲ

8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋର ପାଦ ଧୋଇଦେବେ ନାହିଁ । ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋ' ସହିତ ତୁମ୍ଭର କୌଣସି ଅଂଶ ନାହିଁ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପିତର ତାହାଙ୍କୁ କହିଲେ, ଆପଣ କଦାପି କେବେ ହେଁ ମୋର ପାଦ ଧୋଇଦେବେ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ପିତର ବାରଣ କରି କହିଲେ, “ନା, ମୋ’ ପାଦ ଆପଣ କଦାପି ଧୋଇବେ ନାହିଁ।” କିନ୍ତୁ ଯୀଶୁ କହିଲେ, “ଯଦି ମୁଁ ତୁମ ପାଦ ଧୋଇ ନ ଦିଏ, ତୁମେ ଆଉ ମୋର ଶିଷ୍ୟ ହୋଇ ରହିପାରିବ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପିତର ତାହାଙ୍କୁ କହିଲେ, ଆପଣ କଦାପି ମୋହର ପାଦ ଧୋଇଦେବେ ନାହିଁ। ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।”

Gade chapit la Kopi

ପବିତ୍ର ବାଇବଲ

8 ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।” ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।”

Gade chapit la Kopi




ଯୋହନ 13:8
28 Referans Kwoze  

ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ନୂତନ ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି;


ଆଉ ତୁମ୍ଭେ ଏବେ କାହିଁକି ବିଳମ୍ବ କରୁଅଛ ? ଉଠ, ବାପ୍ତିଜିତ ହୁଅ, ପୁଣି, ତାହାଙ୍କ ନାମରେ ପ୍ରାର୍ଥନା କରି ନିଜ ପାପସବୁ ଧୋଇ ପକାଅ ।


ଆସ, ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ;


ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି,


ଆଉ, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏହି ପ୍ରକାର ଥିଲ; କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ ।


ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ଶୁଚି ଜଳ ଝିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ; ତୁମ୍ଭମାନଙ୍କର ସବୁ ଅଶୌଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା।


ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣ ହିଁ ତାହା ଜାଣନ୍ତି। ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି ।


ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,


ଏହି ପ୍ରକାର ଶିକ୍ଷା ତ ସ୍ୱେଚ୍ଛାଉପାସନା, ନମ୍ରତା ଏବଂ ଶରୀର ପ୍ରତି କଠୋର ବ୍ୟବହାର ଦ୍ୱାରା ଜ୍ଞାନର ନାମ ପାଇଅଛି, କିନ୍ତୁ ସେଥିର ମୂଲ୍ୟ ନାହିଁ, ତଦ୍ଵାରା କେବଳ ଶାରୀରିକ ଭାବର ତୃପ୍ତି ହୁଏ ।


ପୁଣି, କେହି ନମ୍ରତା ଓ ଦୂତମାନଙ୍କ ପୂଜାରେ ସନ୍ତୋଷ ପାଇ ଦର୍ଶନରେ ଦେଖିଥିବା ବିଷୟଗୁଡ଼ିକ ଅନୁସନ୍ଧାନ କରି ଓ ଆପଣା ସାଂସାରିକ ମନ ଦ୍ୱାରା ବୃଥା ଗର୍ବିତ ହୋଇ ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କୁ ନ ଧରି ପୁରସ୍କାରରୁ ତୁମ୍ଭମାନଙ୍କୁ ବଞ୍ଚିତ ନ କରୁ;


ଯୀଶୁ ଉତ୍ତର ଦେଲେ, ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, ଜଳ ଓ ଆତ୍ମାରୁ ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରି ପାରେ ନାହିଁ ।


କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ ।


ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ, କିନ୍ତୁ ପରେ ଅନୁତାପ କରି ଗଲା ।


ସେହି ଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ-ବଂଶର ଓ ଯିରୂଶାଲମର ନିବାସୀଗଣର ପ୍ରତି ଏକ ନିର୍ଝର ଖୋଲାଯିବ।


ସେତେବେଳେ ସିୟୋନରେ ଯେକେହି ଅବଶିଷ୍ଟ ଥାଏ ଓ ଯିରୂଶାଲମରେ ରହେ, ଅର୍ଥାତ୍‍, ଯିରୂଶାଲମସ୍ଥ ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ, ସେ ପବିତ୍ର ବୋଲି ବିଖ୍ୟାତ ହେବ।


ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ । ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ ।


ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ନା ପ୍ରଭୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ ।


ତେବେ ସେ କହିଲେ, “ମୋ’ ପୁଅ ତୁମ୍ଭମାନଙ୍କ ସଙ୍ଗରେ ଯିବ ନାହିଁ, ତାହାର ସହୋଦର ମରିଅଛି, ସେ ହିଁ କେବଳ ଅଛି; ତୁମ୍ଭେମାନେ ଯେଉଁ ପଥରେ ଯାଉଅଛ, ତହିଁରେ ଏହାକୁ ଯଦି କୌଣସି ବିପଦ ଘଟିବ, ତେବେ ତୁମ୍ଭେମାନେ ମୋତେ ଶୋକରେ ଏହି ପକ୍ୱ କେଶରେ କବରକୁ ପଠାଇବ।”


କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋର ପାଦ ଧୋଇ ଦେଉଅଛନ୍ତି ?


ଆଉ ତୁମ୍ଭେମାନେ, ତୁମ୍ଭମାନଙ୍କ ପୁତ୍ରଗଣ, ତୁମ୍ଭମାନଙ୍କ କନ୍ୟାଗଣ, ତୁମ୍ଭମାନଙ୍କ ଦାସଗଣ ଓ ତୁମ୍ଭମାନଙ୍କ ଦାସୀଗଣ, ପୁଣି ତୁମ୍ଭମାନଙ୍କ ନଗରଦ୍ୱାରବର୍ତ୍ତୀ ଲେବୀୟ ଲୋକର କୌଣସି ଅଂଶ କି ଅଧିକାର ତୁମ୍ଭମାନଙ୍କ ମଧ୍ୟରେ ନ ଥିବା ସକାଶୁ ସେ ଏବଂ ତୁମ୍ଭେ ସମସ୍ତେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦ କରିବ।


ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”


ଯେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ, ରାଜା ସେମାନଙ୍କ କଥା ଶୁଣିଲେ ନାହିଁ, ସେତେବେଳେ ଲୋକମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଦାଉଦଙ୍କଠାରେ ଆମ୍ଭମାନଙ୍କର କି ଅଂଶ ଅଛି ? ଏଣିକି ଯିଶୀର ପୁତ୍ରଠାରେ; ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ଆପଣା ଆପଣା ତମ୍ବୁକୁ ଯାଅ; ହେ ଦାଉଦ, ତୁମ୍ଭେ ଏବେ ଆପଣା ଘର କଥା ବୁଝ।” ତହୁଁ ଇସ୍ରାଏଲୀୟମାନେ ଆପଣା ଆପଣା ତମ୍ବୁକୁ ଚାଲିଗଲେ।


ମୋ’ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ’ ପାପରୁ ମୋତେ ଶୁଚି କର।


ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।


ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ ।


Swiv nou:

Piblisite


Piblisite