Biblia Todo Logo
Bib sou entènèt

- Piblisite -




ଯିରିମୀୟ 5:1 - ଓଡିଆ ବାଇବେଲ

1 ତୁମ୍ଭେମାନେ ଯିରୂଶାଲମର ସବୁ ସଡ଼କରେ ଏଣେତେଣେ ଧାଇଁ ଦେଖ ଓ ବୁଝ, ଆଉ ତହିଁର ଛକସ୍ଥାନ ସବୁରେ ଖୋଜ, ଯଦି ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇ ପାର, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତୁମ୍ଭେମାନେ ଯିରୂଶାଲମର ସବୁ ସଡ଼କରେ ଏଣେତେଣେ ଧାଇଁ ଦେଖ ଓ ବୁଝ, ଆଉ ତହିଁର ଛକସ୍ଥାନସବୁରେ ଖୋଜ, ଯେବେ ନ୍ୟାୟାଚାରୀ ଓ ସତ୍ୟ ଅନ୍ଵେଷଣକାରୀ ଏକଜଣ ପାଇ ପାର, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତୁମ୍ଭେମାନେ ଯିରୂଶାଲମର ସବୁ ସଡ଼କରେ ଏଣେତେଣେ ଧାଇଁ ଦେଖ ଓ ବୁଝ, ଆଉ ତହିଁର ଛକସ୍ଥାନ ସବୁରେ ଖୋଜ, ଯଦି ନ୍ୟାୟାଚାରୀ ଓ ସତ୍ୟ ଅନ୍ୱେଷଣକାରୀ ଏକ ଜଣ ପାଇ ପାର, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।

Gade chapit la Kopi

ପବିତ୍ର ବାଇବଲ

1 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଗ୍ଭରିଆଡ଼କୁ ଗ୍ଭହିଁ ବୁଝ। ତହିଁର ଛକସ୍ଥାନ ସବୁ ଖୋଜ। ଯଦି ତୁମ୍ଭେମାନେ ଜଣେ ନ୍ୟାୟପରାୟଣ ଓ ସତ୍ୟାନୁସରଣକାରୀକୁ ପାଇବ, ତେବେ ଆମ୍ଭେ ସେ ନଗରକୁ କ୍ଷମା କରିବା।

Gade chapit la Kopi




ଯିରିମୀୟ 5:1
29 Referans Kwoze  

ପୁଣି, ଆମ୍ଭେ ଯେପରି ଦେଶ ବିନଷ୍ଟ ନ କରୁ, ଏଥିପାଇଁ ଯେ ପ୍ରାଚୀର ଦୃଢ଼ କରି ପାରିବ ଓ ଫାଟ ସ୍ଥାନରେ ଆମ୍ଭ ସମ୍ମୁଖରେ ଦେଶର ସପକ୍ଷରେ ଠିଆ ହେବ, ଏପରି ଏକ ପୁରୁଷ ଆମ୍ଭେ ଅନ୍ଵେଷଣ କଲୁ, ମାତ୍ର ଜଣେ ସୁଦ୍ଧା ପାଇଲୁ ନାହିଁ।


କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ। ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ; ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ।”


କେହି ନ୍ୟାୟରେ ଗୁହାରି ଶୁଣେ ନାହିଁ ଓ କେହି ସତ୍ୟରେ ପ୍ରତିବାଦ କରେ ନାହିଁ; ସେମାନେ ଅସାରତାରେ ନିର୍ଭର କରନ୍ତି ଓ ମିଥ୍ୟା କଥା କହନ୍ତି; ସେମାନେ ଅନିଷ୍ଟକୁ ଗର୍ଭରେ ଧାରଣ କରନ୍ତି ଓ ଅପରାଧ ପ୍ରସବ କରନ୍ତି।


ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି; ସେମାନେ ଏକତ୍ର ଅଶୁଚି ହୋଇଅଛନ୍ତି; ସୁକର୍ମକାରୀ କେହି ନାହିଁ, ନା, ଜଣେ ହେଁ ନାହିଁ।


ଅଧିକାଂଶ ଲୋକ ଆପଣା ଆପଣା ଦୟାଳୁତା ପ୍ରଚାର କରନ୍ତି; ମାତ୍ର ବିଶ୍ୱସ୍ତ ଲୋକ କିଏ ପାଇ ପାରେ ?


ସଦାପ୍ରଭୁ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି; ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି।


କାରଣ ପରିତ୍ରାଣ ପାଇବା ନିମନ୍ତେ ସେମାନେ ସତ୍ୟ ପ୍ରତି ପ୍ରେମ ପାଇନାହାଁନ୍ତି ।


ପୁଣି, ସେହି ଦାସ ଆସି ଆପଣା ପ୍ରଭୁଙ୍କୁ ସେହି ସବୁ ଜଣାଇଲା । ସେଥିରେ ଗୃହକର୍ତ୍ତା ରାଗିଯାଇ ଆପଣା ଦାସକୁ କହିଲେ, ଶୀଘ୍ର ନଗରର ଦାଣ୍ଡ ଓ ଗଳିଗୁଡ଼ିକୁ ଯାଇ ଦରିଦ୍ର, ପଙ୍ଗୁ, ଅନ୍ଧ ଓ ଖଞ୍ଜମାନଙ୍କୁ ଏଠାକୁ ନେଇଆସ ।


ପୁଣି, ତାହାଙ୍କୁ କହିଲେ, “ଦୌଡ଼, ଏହି ଯୁବାଲୋକକୁ କୁହ ଯିରୂଶାଲମର ମନୁଷ୍ୟ ଓ ପଶୁଗଣର ବାହୁଲ୍ୟ ହେତୁ ତାହା ପ୍ରାଚୀରବିହୀନ ଗ୍ରାମସମୂହର ତୁଲ୍ୟ ବସତି-ସ୍ଥାନ ହେବ।”


ଲୋକମାନେ ଏକ ସମୁଦ୍ର ଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଉତ୍ତର ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ; ସେମାନେ ସଦାପ୍ରଭୁଙ୍କର ବାକ୍ୟର ଅନ୍ଵେଷଣ କରିବା ପାଇଁ ଏଣେତେଣେ ଦୌଡ଼ିବେ, ଆଉ ତାହା ପାଇବେ ନାହିଁ।


ସେମାନେ ନଗର ଉପରେ କୁଦନ୍ତି; ସେମାନେ ନଗରର ପ୍ରାଚୀର ଉପରେ ଦୌଡ଼ନ୍ତି; ସେମାନେ ଗୃହ ଉପରେ ଚଢ଼ନ୍ତି; ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି।


ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ କରି ଓ ଏହି ନଳାକାର ପୁସ୍ତକ ମୁଦ୍ରାଙ୍କନ କରି ରଖ; ଅନେକେ ଏଣେତେଣେ ଧାବମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ।


ମୁଁ କହିଲି, ମୁଁ ଏବେ ଉଠି ନଗର ଭ୍ରମଣ କରିବି, ଯାହାଙ୍କୁ ମୋ’ ପ୍ରାଣ ପ୍ରେମ କରେ, ତାଙ୍କୁ ମୁଁ ଗଳି ଗଳି ଓ ଛକେ ଛକେ ଖୋଜିବି; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇଲି ନାହିଁ।


ସତ୍ୟତା କିଣ, ପୁଣି, ତାହା ବିକ ନାହିଁ; ଜ୍ଞାନ, ଉପଦେଶ ଓ ସୁବିବେଚନା କିଣ।


ସେ ନଗରଦ୍ୱାର ନିକଟରେ, ନଗରର ପ୍ରବେଶ-ଦ୍ୱାରରେ, ଦ୍ୱାରର ପ୍ରବେଶ ସ୍ଥାନରେ ଥାଇ ଉଚ୍ଚସ୍ୱରେ ଡାକି କହେ,


ତହୁଁ ଏଲୀୟ କହିଲେ, “ମୁଁ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରଙ୍କ ପକ୍ଷରେ ଅତ୍ୟନ୍ତ ଉଦ୍‍ଯୋଗୀ ହେଲି; କାରଣ ଇସ୍ରାଏଲ ସନ୍ତାନଗଣ ତୁମ୍ଭ ନିୟମ ପରିତ୍ୟାଗ କଲେ, ତୁମ୍ଭର ଯଜ୍ଞବେଦିସବୁ ଉତ୍ପାଟନ କଲେ ଓ ତୁମ୍ଭ ଭବିଷ୍ୟଦ୍‍ବକ୍ତାମାନଙ୍କୁ ଖଡ୍ଗରେ ବଧ କଲେ; ତହିଁରେ ମୁଁ, କେବଳ ମୁଁ ଅବଶିଷ୍ଟ ରହିଲି; ଆଉ ସେମାନେ ମୋ’ ପ୍ରାଣ ନେବାକୁ ଅନ୍ୱେଷଣ କରୁଅଛନ୍ତି।”


“ତୁମ୍ଭେମାନେ କାହିଁକି ଆମ୍ଭ ସଙ୍ଗେ ବିବାଦ କରିବ ?” ସଦାପ୍ରଭୁ କହନ୍ତି, “ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛ।”


ସେତେବେଳେ ଯେଉଁମାନେ, ଆପଣା ସ୍ତ୍ରୀମାନେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାନ୍ତି ବୋଲି ଜାଣିଲେ, ସେମାନେ ଓ ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନଙ୍କର ମହାସମାଜ, ଅର୍ଥାତ୍‍, ମିସରର ପଥ୍ରୋଷ ପ୍ରଦେଶରେ ବାସକାରୀ ସମସ୍ତ ଲୋକ ଯିରିମୀୟଙ୍କୁ ଉତ୍ତର ଦେଇ କହିଲେ,


ବିବେଚକ ଓ ପରମେଶ୍ୱରଙ୍କ ଅନ୍ୱେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ସଦାପ୍ରଭୁ ସ୍ୱର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କରନ୍ତି।


କିଏ ମୋହର ସପକ୍ଷ ହୋଇ କୁକର୍ମକାରୀମାନଙ୍କ ବିରୁଦ୍ଧରେ ଉଠିବ ? କିଏ ମୋହର ସପକ୍ଷ ହୋଇ ଅଧର୍ମାଚାରୀମାନଙ୍କ ବିରୁଦ୍ଧରେ ଠିଆ ହେବ ?


ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ; ହାୟ ହାୟ, ମୁଁ କ’ଣ କରିଅଛି ! ଏହା କହି କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ; ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ, ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ।


ଆଃ, ପଥିକମାନଙ୍କର ବସା ପରି ଯଦି ପ୍ରାନ୍ତରରେ ମୋର ଗୋଟିଏ ବସା ଥା’ନ୍ତା, ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ସ୍ଥାନାନ୍ତରକୁ ଯାଇ ପାରନ୍ତି ! କାରଣ ସେମାନେ ସମସ୍ତେ ବ୍ୟଭିଚାରୀ, ବିଶ୍ୱାସଘାତକ ଲୋକଙ୍କର ସମାଜ।


ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କୁ ତରଳାଇବା ଓ ସେମାନଙ୍କୁ ପରୀକ୍ଷା କରିବା; କାରଣ ଆମ୍ଭ ଲୋକଙ୍କର କନ୍ୟା ହେତୁରୁ ଏହା ଛଡ଼ା ଆଉ କଅଣ କରିବା ?


ତହିଁରେ ସେ ମୋତେ କହିଲେ, “ଇସ୍ରାଏଲ ଓ ଯିହୁଦା ବଂଶର ଅଧର୍ମ ଅତ୍ୟନ୍ତ ବଡ଼ ଓ ଦେଶ ରକ୍ତରେ ପରିପୂର୍ଣ୍ଣ, ଆଉ ନଗର ଅନ୍ୟାୟ ବିଚାରରେ ପରିପୂର୍ଣ୍ଣ ହୋଇଅଛି; କାରଣ ସେମାନେ କହନ୍ତି, ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି ଓ ସଦାପ୍ରଭୁ ଦେଖନ୍ତି ନାହିଁ।


Swiv nou:

Piblisite


Piblisite