Biblia Todo Logo
Bib sou entènèt

- Piblisite -




ଯିରିମୀୟ 48:40 - ଓଡିଆ ବାଇବେଲ

40 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ସେ ଉତ୍କୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ଵୟ ବିସ୍ତାର କରିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ।

Gade chapit la Kopi

ପବିତ୍ର ବାଇବଲ

40 ସଦାପ୍ରଭୁ ମଧ୍ୟ କହନ୍ତି, “ଦେଖ, ଏକ ଉତ୍କ୍ରୋଶପକ୍ଷୀ ପରି ତୀବ୍ର ଗତିରେ ତଳକୁ ଖସିବ ଏବଂ ମୋୟାବ ବିରୁଦ୍ଧରେ ତା'ର ପକ୍ଷ ବିସ୍ତାର କରିବ।

Gade chapit la Kopi




ଯିରିମୀୟ 48:40
11 Referans Kwoze  

ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠ ସରିକି ଉଠିବ; ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ୱାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ।”


ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକୁ ତୁମ୍ଭ ପ୍ରତିକୂଳରେ ଆଣିବେ; ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ;


ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଠି ଉଡ଼ି ଆସିବ ଓ ବସ୍ରା ଉପରେ ଆପଣା ପକ୍ଷ ବିସ୍ତାର କରିବ; ପୁଣି, ସେସମୟରେ ଇଦୋମର ବୀର ପୁରୁଷମାନଙ୍କ ଅନ୍ତଃକରଣ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀର ଅନ୍ତଃକରଣର ସମାନ ହେବ।”


“ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ଶତ୍ରୁ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥା ବିରୁଦ୍ଧରେ ଅପରାଧ କରିଅଛନ୍ତି।


ତୁମ୍ଭେ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଗୋଟିଏ ବଡ଼ ଉତ୍କ୍ରୋଶ ପକ୍ଷୀର ପକ୍ଷ ଥିଲା, ତାହାର ପକ୍ଷ ବଡ଼, ଡେଣା ଦୀର୍ଘ ଓ ଚିତ୍ରବିଚିତ୍ର ଲୋମରେ ପରିପୂର୍ଣ୍ଣ, ସେ ଲିବାନୋନକୁ ଆସି ଏରସ ବୃକ୍ଷର ଅଗ୍ରଭାଗ ନେଇଗଲା:


ଆହୁରି, ସେମାନଙ୍କର ଅଶ୍ୱଗଣ ଚିତାବାଘଠାରୁ ବେଗଗାମୀ ଓ ସନ୍ଧ୍ୟାକାଳରେ କେନ୍ଦୁଆଗଣଠାରୁ ଦୂରନ୍ତ; ଆଉ, ସେମାନଙ୍କର ଅଶ୍ୱାରୋହୀମାନେ ଆପଣାମାନଙ୍କୁ ବ୍ୟାପ୍ତ କରୁଅଛନ୍ତି; ହଁ, ସେମାନଙ୍କର ଅଶ୍ୱାରୋହୀଗଣ ଦୂରରୁ ଆସୁଅଛନ୍ତି; ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କ୍ରୋଶ ପକ୍ଷୀ ପରି ସେମାନେ ଉଡ଼ୁଅଛନ୍ତି।


ପ୍ରଥମ ପଶୁ ସିଂହ ତୁଲ୍ୟ ଓ ଉତ୍କ୍ରୋଶ ପକ୍ଷୀ ପରି ତାହାର ଡେଣା ଥିଲା; ମୁଁ ଦେଖୁ ଦେଖୁ ତାହାର ସେହି ଡେଣା ଉପୁଡ଼ା ଗଲା, ଆଉ ସେ ପୃଥିବୀରୁ ଉଠାଗଲା ଓ ମନୁଷ୍ୟ ପରି ଦୁଇ ଚରଣରେ ତାକୁ ଠିଆ କରାଗଲା, ପୁଣି ତାହାକୁ ମନୁଷ୍ୟର ଅନ୍ତଃକରଣ ଦିଆଗଲା।


ଆମ୍ଭମାନଙ୍କୁ ଗୋଡ଼ାଇବା ଲୋକମାନେ ଆକାଶର ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ବେଗଗାମୀ; ସେମାନେ ପର୍ବତରେ ଆମ୍ଭମାନଙ୍କୁ ଗୋଡ଼ାଇଲେ, ସେମାନେ ଆମ୍ଭମାନଙ୍କୁ ଧରିବା ପାଇଁ ପ୍ରାନ୍ତରରେ ଛକି ବସିଲେ।


ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ୱରୂପ ହେବ; ତାହାର ଅଶ୍ୱଗଣ ଉତ୍କ୍ରୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ ! ଆମ୍ଭେମାନେ ବିନଷ୍ଟ ହେଲୁ।


ଆକାଶରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି।


ପୁଣି, ସେମାନେ ପଶ୍ଚିମ ଦିଗରେ ପଲେଷ୍ଟୀୟମାନଙ୍କ ସ୍କନ୍ଧ ଉପରେ ଝାମ୍ପ ମାରିବେ; ସେମାନେ ଏକତ୍ର ହୋଇ ପୂର୍ବଦେଶୀୟ ସନ୍ତାନଗଣର ଦ୍ରବ୍ୟ ଲୁଟିତ କରିବେ; ସେମାନେ ଇଦୋମ ଓ ମୋୟାବ ଉପରେ ହସ୍ତକ୍ଷେପ କରିବେ ଓ ଅମ୍ମୋନର ଲୋକମାନେ ସେମାନଙ୍କର ଆଜ୍ଞାବହ ହେବେ।


Swiv nou:

Piblisite


Piblisite