Biblia Todo Logo
Bib sou entènèt

- Piblisite -




ଯିରିମୀୟ 46:7 - ଓଡିଆ ବାଇବେଲ

7 ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି, ସେ କିଏ ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍କ୍ଷିପ୍ତ ହେଉଅଛି, ସେ କିଏ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ନୀଳ ନଦୀ ପରି ଯେ ଉଠୁଅଛି, ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି, ସେ କିଏ?

Gade chapit la Kopi

ପବିତ୍ର ବାଇବଲ

7 ସେ କିଏ ଯେ କି ନୀଳନଦୀପରି ଉଠୁଅଛି ଓ ନଦୀ ସମୂହର ଜଳରାଶି ତୁଲ୍ୟ ଉ‌‌‌ତ୍‌‌‌କ୍ଷିପ୍ତ ହେଉଅଛି?

Gade chapit la Kopi




ଯିରିମୀୟ 46:7
11 Referans Kwoze  

“ସଦାପ୍ରଭୁ ଏହି କଥା କହନ୍ତି, ‘ଦେଖ, ଉତ୍ତର ଦିଗରୁ ଜଳ ଉଛୁଳୁଅଛି, ତାହା ପ୍ଳାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ।’”


ଆଉ, ପ୍ଲାବନରୂପ ସୈନ୍ୟଦଳ ଦ୍ୱାରା ସେମାନେ ତାହା ସମ୍ମୁଖରୁ ବହି ଯିବେ ଓ ଭଗ୍ନ ହେବେ; ହଁ, ନିୟମର ଅଧିପତି ମଧ୍ୟ ଭଗ୍ନ ହେବ।


ସେହି ସ୍ତ୍ରୀଲୋକଙ୍କୁ ଜଳସ୍ରୋତରେ ଭସାଇଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍‌ଗାର କଲା ।


ଦେଶ କି ଏଥିନିମନ୍ତେ କମ୍ପିତ ହେବ ନାହିଁ ଓ ତନ୍ନିବାସୀ ସମସ୍ତେ କି ଶୋକ କରିବେ ନାହିଁ ? ହଁ, ତାହା ସମ୍ପୂର୍ଣ୍ଣ ରୂପେ ନଦୀ ତୁଲ୍ୟ ବଢ଼ି ଉଠିବ ଓ ମିସରର ନୀଳ ନଦୀ ତୁଲ୍ୟ ଉଚ୍ଛୁଳି ପୁନର୍ବାର ହ୍ରାସ ହେବ।


ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନା ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଳାବନ ଦ୍ୱାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି।


ଇଦୋମରୁ ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସ୍ରାରୁ ଏ ଯେ ଆସୁଅଛନ୍ତି, ସେ କିଏ ? ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ଆପଣା ମହାଶକ୍ତିରେ ବିଜେ କରୁଅଛନ୍ତି ଯେ ଏ, ସେ କିଏ ? ଆମ୍ଭେ ଯେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।


ଆପଣା ପ୍ରିୟତମଙ୍କ ଉପରେ ଆଉଜି ପଡ଼ି ପ୍ରାନ୍ତରରୁ ଆସୁଅଛି ଯେ, ସେ କିଏ ? ନାଗରଙ୍ଗ ବୃକ୍ଷ ତଳେ ମୁଁ ତୁମ୍ଭକୁ ଜଗାଇଲି; ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ, ସେଠାରେ ସେ ପ୍ରସବ ବେଦନାଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।


ଗନ୍ଧରସ ଓ କୁନ୍ଦୁରୁରେ, ଗନ୍ଧବଣିକର ସର୍ବପ୍ରକାର ସୁଗନ୍ଧି ଚୂର୍ଣ୍ଣରେ ସୁବାସିତ ହୋଇ ଧୂମସ୍ତମ୍ଭ ତୁଲ୍ୟ ପ୍ରାନ୍ତରରୁ ଯେ ଆସୁଅଛନ୍ତି, ସେ କିଏ ?


“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ, ତୁମ୍ଭେ ଗୋଷ୍ଠୀୟମାନଙ୍କର ଯୁବା ସିଂହ ସଙ୍ଗେ ତୁଳନା କରାଯାଇଥିଲ, ତଥାପି ତୁମ୍ଭେ ଜଳଚର କୁମ୍ଭୀର ସଦୃଶ ଅଟ; ପୁଣି, ତୁମ୍ଭେ ଆପଣା ନଦୀସମୂହର ଜଳ ଅତିକ୍ରମ କରି ଓ ଆପଣା ପାଦରେ ଜଳ ହଲାଇ ସେମାନଙ୍କର ନଦୀସମୂହକୁ ଗୋଳିଆ କରିଅଛ।”


ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା-ସୈନିକ ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲି ଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ।


Swiv nou:

Piblisite


Piblisite