Biblia Todo Logo
Bib sou entènèt

- Piblisite -




ଯିରିମୀୟ 2:37 - ଓଡିଆ ବାଇବେଲ

37 ତୁମ୍ଭେ ଆପଣା ମୁଣ୍ଡରେ ହାତ ଦେଇ ତାହା ନିକଟରୁ ମଧ୍ୟ ବାହାରି ଯିବ; କାରଣ ସଦାପ୍ରଭୁ ତୁମ୍ଭର ବିଶ୍ୱାସପାତ୍ରମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ସେମାନଙ୍କ ଦ୍ୱାରା ତୁମ୍ଭେ କୃତକାର୍ଯ୍ୟ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

37 ତୁମ୍ଭେ ଆପଣା ମୁଣ୍ତରେ ହାତ ଦେଇ ତାହା ନିକଟରୁ ମଧ୍ୟ ବାହାରି ଯିବ; କାରଣ ସଦାପ୍ରଭୁ ତୁମ୍ଭର ବିଶ୍ଵାସପାତ୍ରମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ସେମାନଙ୍କ ଦ୍ଵାରା ତୁମ୍ଭେ କୃତକାର୍ଯ୍ୟ ହେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

37 ତୁମ୍ଭେ ଆପଣା ମୁଣ୍ଡରେ ହାତ ଦେଇ ତାହା ନିକଟରୁ ମଧ୍ୟ ବାହାରି ଯିବ; କାରଣ ସଦାପ୍ରଭୁ ତୁମ୍ଭର ବିଶ୍ୱାସପାତ୍ରମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି ଓ ସେମାନଙ୍କ ଦ୍ୱାରା ତୁମ୍ଭେ କୃତକାର୍ଯ୍ୟ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ

37 ଆଉ ତୁମ୍ଭେ ମିଶରରୁ ମଧ୍ୟ ବାହାରି ଯିବ ଓ ଲଜ୍ଜାରେ ତୁମ୍ଭେ ଆପଣା ମୁହଁ ଲୁଗ୍ଭଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରିଅଛନ୍ତି। ତୁମ୍ଭେମାନେ ସେମାନଙ୍କ ସାହାଯ୍ୟ ଦ୍ୱାରା ଉନ୍ନତି କରି ପାରିବ ନାହିଁ।

Gade chapit la Kopi




ଯିରିମୀୟ 2:37
16 Referans Kwoze  

ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା।


ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।


ପୁଣି, ସେ ସିଦିକୀୟକୁ ବାବିଲକୁ ଘେନି ଯିବ, ପୁଣି ଆମ୍ଭେ ଯେପର୍ଯ୍ୟନ୍ତ ତାହାର ତତ୍ତ୍ୱାନୁସନ୍ଧାନ ନ କରୁ, ସେପର୍ଯ୍ୟନ୍ତ ସେ ସେଠାରେ ରହିବ; ତୁମ୍ଭେମାନେ କଲ୍‍ଦୀୟମାନଙ୍କ ସହିତ ଯୁଦ୍ଧ କଲେ ହେଁ କୃତକାର୍ଯ୍ୟ ହେବ ନାହିଁ।’”


ତୁମ୍ଭେ ଆପଣା ପଥ ପରିବର୍ତ୍ତନ କରିବା ପାଇଁ କାହିଁକି ଏଣେତେଣେ ମିଥ୍ୟାରେ ଏତେ ଭ୍ରମଣ କରୁଅଛ ? ତୁମ୍ଭେ ଅଶୂରର ବିଷୟରେ ଯେପରି ଲଜ୍ଜିତା ହୋଇଥିଲ, ସେପରି ମିସରର ବିଷୟରେ ହେଁ ଲଜ୍ଜିତା ହେବ।


ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ। ଏହି ସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି।


ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ରଣତୂରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର; କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ।”


ତହିଁରେ ମୋଶା କହିଲେ, “ଏବେ ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞା-ଲଙ୍ଘନ କରୁଅଛ ? ତୁମ୍ଭମାନଙ୍କର ଏହି କର୍ମ ସଫଳ ହେବ ନାହିଁ।


ପୁଣି, ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି; ସେମାନେ ଗର୍ତ୍ତ ନିକଟକୁ ଆସି କିଛି ଜଳ ପାଆନ୍ତି ନାହିଁ; ସେମାନେ ଶୂନ୍ୟପାତ୍ର ଘେନି ଫେରି ଯାଆନ୍ତି; ସେମାନେ ଲଜ୍ଜିତ ଓ ଘାବରା ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।


ଦେଶରେ ବୃଷ୍ଟି ନ ହେବା ସକାଶୁ ଭୂମି ଫାଟି ଯିବାରୁ କୃଷକମାନେ ଲଜ୍ଜିତ ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।


ସଦାପ୍ରଭୁ ଏହି କଥା କହନ୍ତି, “ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷର ଆପଣା ଜୀବନ ମଧ୍ୟରେ ଉନ୍ନତି ହେବ ନାହିଁ ବୋଲି ତୁମ୍ଭେମାନେ ଲେଖ; କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ ଓ ଯିହୁଦାର ଉପରେ ଆଉ କର୍ତ୍ତୃତ୍ୱ କରି ସମୃଦ୍ଧି ହେବ ନାହିଁ।”


ଏଥିରେ ଦାଉଦ ଊରୀୟକୁ କହିଲେ, “ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି।” ତହୁଁ ଊରୀୟ ସେ ଦିନ ଓ ପର ଦିନ ଯିରୂଶାଲମରେ ରହିଲା।


ପୁଣି, ମୃତ୍ୟୁୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ୱାରା ଦଳିତ ହେବ।


ତୁମ୍ଭେ ଲିବାନୋନକୁ ଯାଇ କ୍ରନ୍ଦନ କର; ତୁମ୍ଭେ ବାଶନରେ ଉଚ୍ଚସ୍ୱର କର ଓ ଅବାରୀମ୍‍ରୁ କ୍ରନ୍ଦନ କର; କାରଣ ତୁମ୍ଭର ପ୍ରେମକାରୀ ସମସ୍ତେ ବିନଷ୍ଟ ହୋଇଅଛନ୍ତି।


ଏବେ ହେଁ ମିଥ୍ୟା ସାହାଯ୍ୟର ଅପେକ୍ଷାରେ ଆମ୍ଭମାନଙ୍କର ଚକ୍ଷୁ କ୍ଷୀଣ ହୁଅଇ; ଆମ୍ଭେମାନେ ଅପେକ୍ଷାରେ ରହି ରହି ଉଦ୍ଧାର କରିବାକୁ ଅସମର୍ଥ ଗୋଷ୍ଠୀର ଅପେକ୍ଷା କରିଅଛୁ।


Swiv nou:

Piblisite


Piblisite