Biblia Todo Logo
Bib sou entènèt

- Piblisite -




ଯିରିମୀୟ 14:19 - ଓଡିଆ ବାଇବେଲ

19 ତୁମ୍ଭେ କି ଯିହୁଦାକୁ ନିତାନ୍ତ ଅଗ୍ରାହ୍ୟ କରିଅଛ ? ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି ? କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ ? ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ ଓ ଆମ୍ଭେମାନେ ସ୍ୱାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତୁମ୍ଭେ କି ଯିହୁଦାକୁ ନିତା; ଅଗ୍ରାହ୍ୟ କରିଅଛ? ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି? କିହେତୁ ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ? ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ ଓ ଆମ୍ଭେମାନେ ସ୍ଵାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତୁମ୍ଭେ କି ଯିହୁଦାକୁ ନିତାନ୍ତ ଅଗ୍ରାହ୍ୟ କରିଅଛ? ତୁମ୍ଭର ପ୍ରାଣ କି ସିୟୋନକୁ ଘୃଣା କରିଅଛି? କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ପ୍ରହାର କଲ ଓ ଆମ୍ଭମାନଙ୍କ ପୀଡ଼ାର କୌଣସି ପ୍ରତିକାର ନାହିଁ? ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ ଓ ଆମ୍ଭେମାନେ ସ୍ୱାସ୍ଥ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ!

Gade chapit la Kopi

ପବିତ୍ର ବାଇବଲ

19 ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।

Gade chapit la Kopi




ଯିରିମୀୟ 14:19
26 Referans Kwoze  

ମାତ୍ର ତୁମ୍ଭେ ଆମ୍ଭମାନଙ୍କୁ ସର୍ବତୋଭାବରେ ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇଅଛ।


ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ; ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !


ଯେତେବେଳେ ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ ।


ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।


ତୁମ୍ଭର କ୍ଷତ ଯେପରି ବନ୍ଧା ଯିବ, ଏଥିପାଇଁ ତୁମ୍ଭ ସପକ୍ଷରେ ପ୍ରତିବାଦ କରିବାକୁ କେହି ନାହିଁ, ତୁମ୍ଭର ସ୍ୱାସ୍ଥ୍ୟଜନକ ଔଷଧ ନାହିଁ।’


ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ ସୁସ୍ଥ ହେବାକୁ ଅସ୍ୱୀକାର କରେ କାହିଁକି ? ତୁମ୍ଭେ କି ମୋ’ ପ୍ରତି ନିତାନ୍ତ ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ ?


ଆମ୍ଭର ଅଧିକାର ଆମ୍ଭ ପ୍ରତି ଅରଣ୍ୟସ୍ଥ ସିଂହ ପରି ହୋଇଅଛି; ସେ ଆମ୍ଭ ବିରୁଦ୍ଧରେ ହୁଙ୍କାର କରିଅଛି; ଏଥିପାଇଁ ଆମ୍ଭେ ତାହାକୁ ଘୃଣା କରିଅଛୁ।


ପରମେଶ୍ୱର ଏହା ଶୁଣି କୋପାନ୍ୱିତ ହେଲେ ଓ ଇସ୍ରାଏଲକୁ ଅତିଶୟ ଘୃଣା କଲେ;


ମୁଁ ମଙ୍ଗଳ ଅପେକ୍ଷା କରିବା ବେଳେ ଅମଙ୍ଗଳ ଉପସ୍ଥିତ ହେଲା; ପୁଣି, ମୁଁ ଆଲୁଅର ଅପେକ୍ଷା କଲା ବେଳେ ଅନ୍ଧକାର ଆସିଲା।


ଏବେ ହେଁ ମିଥ୍ୟା ସାହାଯ୍ୟର ଅପେକ୍ଷାରେ ଆମ୍ଭମାନଙ୍କର ଚକ୍ଷୁ କ୍ଷୀଣ ହୁଅଇ; ଆମ୍ଭେମାନେ ଅପେକ୍ଷାରେ ରହି ରହି ଉଦ୍ଧାର କରିବାକୁ ଅସମର୍ଥ ଗୋଷ୍ଠୀର ଅପେକ୍ଷା କରିଅଛୁ।


ଆଗୋ ଯିରୂଶାଲମର କନ୍ୟେ, ମୁଁ ତୁମ୍ଭକୁ କିପରି ସାନ୍ତ୍ଵନା ଦେବି ? ମୁଁ କାହା ସହିତ ତୁମ୍ଭର ଉପମା ଦେବି ? ଆଗୋ ସିୟୋନ କୁମାରୀ, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ କାହାର ସମାନ ତୁମ୍ଭକୁ କରିବି ? କାରଣ ତୁମ୍ଭର କ୍ଷତ ସମୁଦ୍ର ପରି ବଡ଼; କିଏ ତୁମ୍ଭକୁ ସୁସ୍ଥ କରି ପାରେ ?


ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।


ଗିଲୀୟଦରେ କ’ଣ ଔଷଧ ନାହିଁ ? ସେଠାରେ କ’ଣ ବୈଦ୍ୟ ନାହାନ୍ତି ? ତେବେ ମୋ’ ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ ?


ହେ ଯିରୂଶାଲମ, ଆପଣା ମସ୍ତକର କେଶ କାଟି ପକାଇଦିଅ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରେ ବିଳାପ କର; କାରଣ ସଦାପ୍ରଭୁ ଆପଣାର କ୍ରୋଧପାତ୍ର ଏହି ବଂଶକୁ ଅଗ୍ରାହ୍ୟ ଓ ପରିତ୍ୟାଗ କରିଅଛନ୍ତି।


ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ।


ମାତ୍ର ସେମାନେ ପରମେଶ୍ୱରଙ୍କ ଦୂତଗଣକୁ ପରିହାସ କଲେ, ତାହାଙ୍କର ବାକ୍ୟ ତୁଚ୍ଛ କଲେ ଓ ତାହାଙ୍କ ଭବିଷ୍ୟଦ୍‍ବକ୍ତାଗଣକୁ ବିଦ୍ରୂପ କଲେ; ଏଣୁ ଆପଣା ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ କୋପ ଉତ୍‍ଥିତ ହେଲା, ଶେଷରେ ଆଉ ପ୍ରତିକାର ନୋହିଲା।


ଆମ୍ଭେ ଆପଣା ଗୃହ ତ୍ୟାଗ କରିଅଛୁ, ଆମ୍ଭେ ଆପଣା ଅଧିକାର ଛାଡ଼ି ଦେଇଅଛୁ; ଆମ୍ଭେ ଆପଣା ପ୍ରାଣର ପ୍ରିୟତମାକୁ ତାହାର ଶତ୍ରୁମାନଙ୍କ ହସ୍ତରେ ସମର୍ପି ଦେଇଅଛୁ।


କାରଣ ମାରୋତ୍‍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି।


ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍‍ ଭଗ୍ନ ହେବ।


କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭର କ୍ଷତ ଅପ୍ରତୀକାର୍ଯ୍ୟ ଓ ତୁମ୍ଭର ଘା’ ବ୍ୟଥାଜନକ।


କାରଣ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧ ଦୋଷରେ ସେମାନଙ୍କ ଦେଶ ପରିପୂର୍ଣ୍ଣ ହେଲେ ମଧ୍ୟ ଇସ୍ରାଏଲ କିଅବା ଯିହୁଦା ଆପଣା ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ଦ୍ୱାରା ପରିତ୍ୟକ୍ତ ହୋଇ ନାହାନ୍ତି।


ତୁମ୍ଭେ ମୋର ଚତୁର୍ଦ୍ଦିଗସ୍ଥ ଆଶଙ୍କାସକଳକୁ ମହାସଭା ଦିନର ନ୍ୟାୟ ଆହ୍ୱାନ କରିଅଛ। ସଦାପ୍ରଭୁଙ୍କ କ୍ରୋଧର ଦିନରେ କେହି ରକ୍ଷା ପାଇ ନ ଥିଲେ, କି ଅବଶିଷ୍ଟ ରହି ନ ଥିଲେ; ଯେଉଁମାନଙ୍କୁ ମୁଁ ଲାଳନ ପାଳନ କରିଅଛି, ସେମାନଙ୍କୁ ମୋର ଶତ୍ରୁ ସଂହାର କରିଅଛି।


Swiv nou:

Piblisite


Piblisite