Biblia Todo Logo
Bib sou entènèt

- Piblisite -




ଯିରିମୀୟ 11:12 - ଓଡିଆ ବାଇବେଲ

12 ତହୁଁ ଯିହୁଦାର ନଗରସମୂହ ଓ ଯିରୂଶାଲମ ନିବାସୀଗଣ ଯେଉଁ ଦେବଗଣ ନିକଟରେ ଧୂପ ଜ୍ୱଳାନ୍ତି, ସେମାନଙ୍କ ନିକଟକୁ ଯାଇ ଆର୍ତ୍ତସ୍ୱର କରିବେ; ମାତ୍ର ସେମାନେ ସେହି ବିପଦ ସମୟରେ ସେମାନଙ୍କୁ କିଛି ଉଦ୍ଧାର କରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ତହୁଁ ଯିହୁଦାର ନଗରସମୂହ ଓ ଯିରୂଶାଲମ ନିବାସୀଗଣ ଯେଉଁ ଦେବଗଣ ନିକଟରେ ଧୂପ ଜ୍ଵଳାନ୍ତି, ସେମାନଙ୍କ ନିକଟକୁ ଯାଇ ଆର୍ତ୍ତସ୍ଵର କରିବେ; ମାତ୍ର ସେମାନେ ସେହି ବିପଦ ସମୟରେ ସେମାନଙ୍କୁ କିଛି ଉଦ୍ଧାର କରିବେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହୁଁ ଯିହୁଦାର ନଗରସମୂହ ଓ ଯିରୂଶାଲମ ନିବାସୀଗଣ ଯେଉଁ ଦେବଗଣ ନିକଟରେ ଧୂପ ଜ୍ୱଳାନ୍ତି, ସେମାନଙ୍କ ନିକଟକୁ ଯାଇ ଆର୍ତ୍ତସ୍ୱର କରିବେ; ମାତ୍ର ସେମାନେ ସେହି ବିପଦ ସମୟରେ ସେମାନଙ୍କୁ କିଛି ଉଦ୍ଧାର କରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

12 ଯିହୁଦାର ଲୋକମାନେ ଓ ଯିରୁଶାଲମର ନିବାସୀମାନେ ସେମାନଙ୍କ ପାଖରେ ପ୍ରାର୍ଥନା କରିବେ, ଯେଉଁମାନଙ୍କ ପାଇଁ ସେମାନେ ସୁଗନ୍ଧ ଧୂପ ଜାଳିଛନ୍ତି। ମାତ୍ର ସେହି ବିପଦ ସମୟରେ ସେମାନଙ୍କର ସେହି ମୂର୍ତ୍ତିମାନେ ସେମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ।

Gade chapit la Kopi




ଯିରିମୀୟ 11:12
10 Referans Kwoze  

ମାତ୍ର ତୁମ୍ଭେ ନିଜ ପାଇଁ ଯେଉଁ ଦେବତାମାନଙ୍କୁ ନିର୍ମାଣ କରିଅଛ, ସେମାନେ କାହାନ୍ତି ? ସେମାନେ ଉଠନ୍ତୁ, ଯେବେ ପାରନ୍ତି, ତେବେ ତୁମ୍ଭ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ; କାରଣ ହେ ଯିହୁଦା, ତୁମ୍ଭ ନଗରସମୂହର ସଂଖ୍ୟା ପ୍ରମାଣେ ତୁମ୍ଭର ଦେବତାମାନେ ଅଛନ୍ତି।


ପୁଣି ସେ କହିବେ, ସେମାନଙ୍କ ଦେବତାମାନେ କାହାନ୍ତି ? ଯେଉଁ ଶୈଳରେ ସେମାନେ ଶରଣ ନେଲେ, ସେ କାହିଁ ?


ହେ ନାନା ଗୋଷ୍ଠୀ ମଧ୍ୟରୁ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ର ହୋଇ ଆସ, ଏକ ସଙ୍ଗେ ନିକଟକୁ ଆସ; ଯେଉଁମାନେ ଆପଣାମାନଙ୍କ ଖୋଦିତ ପ୍ରତିମାର କାଷ୍ଠ ବୋହି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।


ପୁଣି, ସେହି ଆହସ୍‌ ରାଜା ଆପଣାର କ୍ଳେଶ ସମୟରେ ସଦାପ୍ରଭୁଙ୍କ ବିରୁଦ୍ଧରେ ଆହୁରି ସତ୍ୟ-ଲଙ୍ଘନ କଲେ।


ତୁମ୍ଭେମାନେ ଯେଉଁ ଦେବଗଣକୁ ମନୋନୀତ କରିଅଛ, ସେମାନଙ୍କ ନିକଟକୁ ଯାଇ କ୍ରନ୍ଦନ କର; ତୁମ୍ଭମାନଙ୍କ ସଙ୍କଟ ସମୟରେ ସେମାନେ ତୁମ୍ଭମାନଙ୍କୁ ଉଦ୍ଧାର କରନ୍ତୁ।


ଯେଉଁମାନେ ସେମାନଙ୍କ ବଳିର ମେଦ ଭୋଜନ କଲେ ଓ ପେୟ-ନୈବେଦ୍ୟର ଦ୍ରାକ୍ଷାରସ ପାନ କଲେ, ସେମାନେ କାହାନ୍ତି ? ସେମାନେ ଉଠି ତୁମ୍ଭମାନଙ୍କର ଉପକାର କରନ୍ତୁ, ସେମାନେ ତୁମ୍ଭମାନଙ୍କର ଆଶ୍ରୟ ହେଉନ୍ତୁ।


ତୁମ୍ଭେମାନେ ଏହି ଯେ ମିସର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏହି ସ୍ଥାନରେ ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ କାହିଁକି ଆପଣାମାନଙ୍କର ହସ୍ତକୃତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ ? ତୁମ୍ଭେମାନେ ଉଚ୍ଛିନ୍ନ ହେବ ଓ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ଅଭିଶାପ ଓ ନିନ୍ଦାର ପାତ୍ର ହେବ।


ସେମାନେ ତାହାକୁ ସ୍କନ୍ଧରେ ବହନ କରନ୍ତି ଓ ତାହାକୁ ବୋହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ; ଆହୁରି, କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇ ପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରି ପାରିବ ନାହିଁ।


ମାତ୍ର ଆମ୍ଭର ଲୋକମାନେ ଆମ୍ଭକୁ ପାସୋରି ଅସାର ଦେବଗଣର ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି, ଆଉ ସେମାନେ ଅପ୍ରସ୍ତୁତ ମାର୍ଗର ନାନା ଉପପଥରେ ସେମାନଙ୍କୁ ଗମନ କରାଇବା ନିମନ୍ତେ ସେମାନଙ୍କ ପଥରେ, ପୁରାତନ ପଥରେ ସେମାନଙ୍କର ବିଘ୍ନ ଜନ୍ମାଇ ଅଛନ୍ତି;


Swiv nou:

Piblisite


Piblisite