Biblia Todo Logo
Bib sou entènèt

- Piblisite -




ଯାକୁବଙ୍କ ପତ୍ର 4:2 - ଓଡିଆ ବାଇବେଲ

2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 କାରଣ ତୁମେ ଯାହା ପାଇବାକୁ ଇଚ୍ଛା କରୁଛ, ତାହା ପାଇ ନ ପାରିଲେ, ହତ୍ୟା କରିବାକୁ ଉଦ୍ୟତ ହେଉଛ। ଯାହା ପାଇବାକୁ ତୁମର ପ୍ରବଳ ଅଭିଳାଷ ହୁଏ, ତାହା ନ ପାଇଲେ କଳହ ଓ ସଂଘର୍ଷ ଲାଗେ। ତୁମର ଇପ୍ସିତ ବିଷୟ ନ ପାଇବାର କାରଣ ହେଉଛି, ତୁମେ ଈଶ୍ୱରଙ୍କୁ ମାଗି ନ ଥାଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ;

Gade chapit la Kopi

ପବିତ୍ର ବାଇବଲ

2 ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ।

Gade chapit la Kopi




ଯାକୁବଙ୍କ ପତ୍ର 4:2
14 Referans Kwoze  

ଏପର୍ଯ୍ୟନ୍ତ ତୁମ୍ଭେମାନେ ମୋ' ନାମରେ କିଛି ମାଗି ନାହଁ; ମାଗ, ପୁଣି, ତୁମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ସେଥିନିମନ୍ତେ ତୁମ୍ଭେମାନେ ତାହା ପାଇବ ।


କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।


ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ ।


ସମସ୍ତ ଧନଲୋଭୀର ଗତି ଏହି; ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।


ଆହୁରି, ଧନ ବିଶ୍ୱାସଘାତକ ବଣିକ, ଅହଙ୍କାରୀ ଲୋକ, ଆଉ ସେ ଘରେ ରହେ ନାହିଁ, ସେ ପାତାଳର ପରି ଆପଣା ବାଞ୍ଛା ବଢ଼ାଏ ଓ ସେ ମୃତ୍ୟୁୁ ସଦୃଶ, ଆଉ ସେ ତୃପ୍ତ ହୋଇ ନ ପାରେ, ମାତ୍ର ସେ ଆପଣା ନିକଟରେ ଯାବତୀୟ ଗୋଷ୍ଠୀ ଏକତ୍ର କରଇ ଓ ଯାବତୀୟ ଜନବୃନ୍ଦକୁ ଆପଣା ନିକଟରେ ସଂଗ୍ରହ କରେ।


ମାତ୍ର ଆହସ୍‌ କହିଲା, “ମୁଁ ମାଗିବି ନାହିଁ କି ସଦାପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ।”


କୌଣସି ଲୋକ ଏକାକୀ ଥାଏ ଓ ତାହାର ଦ୍ୱିତୀୟ କେହି ନାହିଁ; କିଅବା ତାହାର ପୁତ୍ର କି ଭ୍ରାତା ନାହିଁ; ତଥାପି ତାହାର ସମସ୍ତ ପରିଶ୍ରମର ସୀମା ନାହିଁ, ଅଥବା ଧନରେ ତାହାର ଚକ୍ଷୁ ତୃପ୍ତ ନୁହେଁ। ସେ କହେ, ତେବେ ମୁଁ କାହା ପାଇଁ ପରିଶ୍ରମ କରୁଅଛି ଓ ଆପଣା ପ୍ରାଣକୁ ମଙ୍ଗଳରୁ ବଞ୍ଚିତ କରିଅଛି ? ଏହା ହିଁ ଅସାର ଓ ଅତ୍ୟନ୍ତ କ୍ଲେଶଜନକ।


ତୁମ୍ଭେମାନେ ଧାର୍ମିକକୁ ଦୋଷୀ କରି ବଧ କରିଅଛ; ସେ ତୁମ୍ଭମାନଙ୍କର ପ୍ରତିରୋଧ କରେ ନାହିଁ ।


ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ; ଆଉ ନରଘାତକଠାରେ ଯେ ଅନନ୍ତ ଜୀବନ ନ ଥାଏ, ଏହା ତୁମ୍ଭେମାନେ ଜାଣ ।


ତହିଁରେ ସେ ତାହାକୁ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭେ ରୂପା-ମୁଦ୍ରା ନେଇ ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ; ଅବା ଯେବେ ତୁମ୍ଭର ସନ୍ତୋଷ ହୁଏ, ତେବେ ମୁଁ ତୁମ୍ଭକୁ ତହିଁ ବଦଳେ ଆଉ ଏକ ଦ୍ରାକ୍ଷାକ୍ଷେତ୍ର ଦେବି,” ମାତ୍ର ସେ ଉତ୍ତର କଲା, “ମୁଁ ତୁମ୍ଭକୁ ଆପଣା ଦ୍ରାକ୍ଷାକ୍ଷେତ୍ର ଦେବି ନାହିଁ।”


Swiv nou:

Piblisite


Piblisite