Biblia Todo Logo
Bib sou entènèt

- Piblisite -




ଯିଶାଇୟ 7:9 - ଓଡିଆ ବାଇବେଲ

9 ଆଉ, ଇଫ୍ରୟିମର ମସ୍ତକ ଶମରୀୟା ଓ ଶମରୀୟାର ମସ୍ତକ ରମଲୀୟର ପୁତ୍ର। ଯଦି ତୁମ୍ଭେମାନେ ବିଶ୍ୱାସ ନ କରିବ, ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆଉ, ଇଫ୍ରୟିମର ମସ୍ତକ ଶମରୀୟା ଓ ଶମରୀୟାର ମସ୍ତକ ରମଲୀୟର ପୁତ୍ର। ଯେବେ ତୁମ୍ଭେମାନେ ବିଶ୍ଵାସ ନ କରିବ, ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆଉ, ଇଫ୍ରୟିମର ମସ୍ତକ ଶମରୀୟା ଓ ଶମରୀୟାର ମସ୍ତକ ରମଲୀୟର ପୁତ୍ର। ଯଦି ତୁମ୍ଭେମାନେ ବିଶ୍ୱାସ ନ କରିବ, ତେବେ ସ୍ଥିରୀକୃତ ହେବ ନାହିଁ, ଏହା ନିଶ୍ଚୟ।’”

Gade chapit la Kopi

ପବିତ୍ର ବାଇବଲ

9 ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”

Gade chapit la Kopi




ଯିଶାଇୟ 7:9
18 Referans Kwoze  

ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ ।


ଭଲ କଥା, ସେମାନଙ୍କର ଅବିଶ୍ୱାସ ହେତୁ ସେମାନେ ଉଚ୍ଛିନ୍ନ ହେଲେ, ଆଉ ବିଶ୍ୱାସ ହେତୁ ତୁମ୍ଭେ ସ୍ଥାନ ପ୍ରାପ୍ତ ହୋଇଅଛ । ଗର୍ବିତମନା ହୁଅ ନାହିଁ, କିନ୍ତୁ ଭୟ କର;


ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୋୟ ପ୍ରାନ୍ତର ଆଡ଼କୁ ବାହାରି ଗଲେ; ଆଉ, ସେମାନେ ଯିବା ସମୟରେ ଯିହୋଶାଫଟ୍‍ ଠିଆହୋଇ କହିଲେ, “ହେ ଯିହୁଦା, ହେ ଯିରୂଶାଲମ ନିବାସୀଗଣ, ମୋ’ କଥା ଶୁଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ ତାହାଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ କୃତକାର୍ଯ୍ୟ ହେବ।”


ଯେ ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ୱରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ ।


ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ୱରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍ ସେହିପରି ଘଟିବ ।


କିନ୍ତୁ ଶତସେନାପତି ପାଉଲଙ୍କ କଥା ଅପେକ୍ଷା ଜାହାଜର ଚାଳକ ଓ ଅଧିକାରୀଙ୍କ କଥାରେ ଅଧିକ ମନୋଯୋଗ କଲେ ।


ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ବାବନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ।


ଏଥିନିମନ୍ତେ ଅଗ୍ନିର ଜିହ୍ୱା ଯେପରି ନଡ଼ା ଗ୍ରାସ କରେ ଓ ଶୁଷ୍କ ତୃଣ ଯେପରି ଅଗ୍ନି ଶିଖାରେ ଭସ୍ମସାତ୍‍ ହୁଏ, ସେହିପରି ସେମାନଙ୍କର ମୂଳ ସଢ଼ିଯିବ ଓ ସେମାନଙ୍କର ପୁଷ୍ପ ଧୂଳି ପରି ଉଡ଼ିଯିବ; କାରଣ ସେମାନେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି।


ଓ ତାହାକୁ କୁହ, ସାବଧାନ ଓ ସୁସ୍ଥିର ହୁଅ; ଏହି ଧୂମମୟ କାଷ୍ଠର ଦୁଇ ଲାଞ୍ଜ, ଅର୍ଥାତ୍‍, ରତ୍‍ସୀନ, ଅରାମର ଓ ରମଲୀୟର ପୁତ୍ରର ପ୍ରଚଣ୍ଡ କ୍ରୋଧ ସକାଶୁ ଭୀତ ହୁଅ ନାହିଁ, କିଅବା ଆପଣା ହୃଦୟକୁ ନିରାଶ ହେବାକୁ ଦିଅ ନାହିଁ।


ଏଥିଉତ୍ତାରେ ସଦାପ୍ରଭୁ ଆହସ୍‌କୁ ଆହୁରି କହିଲେ,


କାରଣ ବାଳକ ମୋହର ପିତା ଓ ମୋହର ମାତା ବୋଲି ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବେ ଦମ୍ମେଶକ ଧନ ଓ ଶମରୀୟାର ଲୁଟିତ ଅଶୂର ରାଜାର ଆଗେ ଆଗେ ବହି ନିଆଯିବ।”


ପୁଣି ସମସ୍ତ ଲୋକ, ଇଫ୍ରୟିମ ଓ ଶମରୀୟାର ନିବାସୀମାନେ ହିଁ ତାହା ଜାଣିବେ; ସେମାନେ ଅହଙ୍କାରରେ ଓ ଦର୍ପଚିତ୍ତରେ କହନ୍ତି,


ହୋଶୋୟୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍‍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ; ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ, ଏକଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ପଠାଇ ନାହାନ୍ତି;


କାରଣ ଯାକୁବର ଆଜ୍ଞା-ଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। ଯାକୁବର ଆଜ୍ଞା-ଲଙ୍ଘନ କଅଣ ? ତାହା କି ଶମରୀୟା ନୁହେଁ ? ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ ସେହିସବୁ କି ଯିରୂଶାଲମ ନୁହେଁ ?


ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ, ଫଳଶାଳୀ ଉପତ୍ୟକାର ମସ୍ତକରେ ଥିବା ତାହାର ସୁନ୍ଦର ଭୂଷଣ ସ୍ୱରୂପ ମ୍ଳାନପ୍ରାୟ ପୁଷ୍ପ, ସନ୍ତାପର ପାତ୍ର !


Swiv nou:

Piblisite


Piblisite