Biblia Todo Logo
Bib sou entènèt

- Piblisite -




ଯିଶାଇୟ 7:19 - ଓଡିଆ ବାଇବେଲ

19 ତହିଁରେ ସେସମସ୍ତେ ଆସି ଉଚ୍ଛିନ୍ନ ଉପତ୍ୟକାସମୂହରେ ଓ ଶୈଳମାନଙ୍କର ଛିଦ୍ର ସ୍ଥାନରେ ଓ କଣ୍ଟକ ବନରେ ଓ ଚରାଭୂମିସମୂହରେ ବସିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତହିଁରେ ସେସମସ୍ତେ ଆସି ଉଚ୍ଛିନ୍ନ ଉପତ୍ୟକା-ସମୂହରେ ଓ ଶୈଳମାନଙ୍କର ଛିଦ୍ର ସ୍ଥାନରେ ଓ କଣ୍ଟକ ବନରେ ଓ ଚରାଭୂମିସମୂହରେ ବସିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତହିଁରେ ସେସମସ୍ତେ ଆସି ଉଚ୍ଛିନ୍ନ ଉପତ୍ୟକାସମୂହରେ ଓ ଶୈଳମାନଙ୍କର ଛିଦ୍ର ସ୍ଥାନରେ ଓ କଣ୍ଟକ ବନରେ ଓ ଚରାଭୂମିସମୂହରେ ବସିବେ।

Gade chapit la Kopi

ପବିତ୍ର ବାଇବଲ

19 ସେହି ଶତ୍ରୁଗଣ ଗହ୍ୱରମାନଙ୍କର, ପର୍ବତର ଗୁମ୍ଫାମାନଙ୍କରେ କଣ୍ଟାବୁଦାମାନଙ୍କରେ ଓ ଚରାଭୂମିମାନଙ୍କରେ ବାସ କରିବେ।

Gade chapit la Kopi




ଯିଶାଇୟ 7:19
11 Referans Kwoze  

ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ।


ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଅନେକ ଧୀବର ଅଣାଇବା, ତହିଁରେ ସେମାନେ ମତ୍ସ୍ୟ ପରି ସେମାନଙ୍କୁ ଧରିବେ; ପୁଣି, ତହିଁ ଉତ୍ତାରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା, ତହିଁରେ ସେମାନେ ପ୍ରତ୍ୟେକ ପର୍ବତରୁ ଓ ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଅନୁସନ୍ଧାନ କରି ଆଣିବେ।


ସେମାନେ ସର୍ପ ପରି ଧୂଳି ଚାଟିବେ; ସେମାନେ କମ୍ପି କମ୍ପି ଭୂମିସ୍ଥ ଉରୋଗାମୀ ଜନ୍ତୁଗଣର ନ୍ୟାୟ ଆପଣା ଆପଣା ଗୋପନୀୟ ସ୍ଥାନରୁ ବାହାର ହୋଇ ଆସିବେ; ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟକୁ ଆସିବେ ଓ ତୁମ୍ଭ ସକାଶୁ ଭୀତ ହେବେ।


ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁ ସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ।


ଏହେତୁ ସଦାପ୍ରଭୁ ସେମାନଙ୍କ ପ୍ରତିକୂଳରେ ଅଶୂରୀୟ ରାଜାର ସେନାପତିମାନଙ୍କୁ ଆଣିଲେ, ତହିଁରେ ସେମାନେ ମନଃଶିଙ୍କୁ ବେଡ଼ିରେ ଧରି ଶିକୁଳିରେ ବାନ୍ଧି ବାବିଲ୍‍କୁ ନେଇଗଲେ।


ସେମାନଙ୍କ ଫଳ ଦ୍ୱାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ । ଲୋକମାନେ କି କଣ୍ଟାଗଛରୁ ଦ୍ରାକ୍ଷାଫଳ କିମ୍ବା କାନକୋଳି ଗଛରୁ ଡିମ୍ବିରି ଫଳ ତୋଳନ୍ତି ?


ପୁଣି, ମୁଁ ତାହା ଉଜାଡ଼ କରିବି; ତାହାର ଡାଳ କଟା ହେବ ନାହିଁ କିମ୍ବା ଭୂମି କୋଡ଼ା ହେବ ନାହିଁ; ମାତ୍ର ତାହା କାନକୋଳି ଓ କଣ୍ଟକ ବୃକ୍ଷମୟ ହେବ; ମଧ୍ୟ ତହିଁ ଉପରେ ଜଳ ବର୍ଷଣ ନ କରିବା ପାଇଁ ମୁଁ ମେଘମାଳକୁ ଆଜ୍ଞା କରିବି।


ପୁଣି, ସମୁଦାୟ ଦେଶ କାନକୋଳି ଓ କଣ୍ଟକ ବୃକ୍ଷମୟ ହେବାରୁ ଲୋକେ ତୀର ଓ ଧନୁ ନେଇ ସେସ୍ଥାନକୁ ଯିବେ।


ଆଉ, ଯେସବୁ ପର୍ବତ କୋଡ଼ିରେ ଖୋଳା ହୋଇଥିଲା, ତୁମ୍ଭେ କାନକୋଳି ଓ କଣ୍ଟକ ବନର ଭୟରେ ସେ ସ୍ଥାନକୁ ଗମନ କରିବ ନାହିଁ, ମାତ୍ର ତାହା ବଳଦର ଚରାସ୍ଥାନ ଓ ମେଷର ପାଦ ତଳେ ଦଳିତ ହେବାର ସ୍ଥାନ ହେବ।


କଣ୍ଟକ ବୃକ୍ଷ ବଦଳରେ ଦେବଦାରୁ ଓ କାନକୋଳି କଣ୍ଟା ବଦଳରେ ମେହେନ୍ଦି ବୃକ୍ଷ ଉତ୍ପନ୍ନ ହେବ; ପୁଣି, ତାହା ସଦାପ୍ରଭୁଙ୍କର କୀର୍ତ୍ତି ସ୍ୱରୂପ ଓ ଅକ୍ଷୟ ନିତ୍ୟସ୍ଥାୟୀ ଚିହ୍ନ ସ୍ୱରୂପ ହେବ।”


ଆମ୍ଭେ ସେମାନଙ୍କ ପାଇଁ ଶୀଷ୍‍ ଶବ୍ଦ କରି ସେମାନଙ୍କୁ ଏକତ୍ର କରିବା; କାରଣ ଆମ୍ଭେ ସେମାନଙ୍କୁ ମୁକ୍ତ କରିବା ଓ ସେମାନେ ଯେପରି ବହୁବଂଶ ହୋଇଥିଲେ, ସେପରି ବହୁବଂଶ ହେବେ।


Swiv nou:

Piblisite


Piblisite