Biblia Todo Logo
Bib sou entènèt

- Piblisite -




ଯିଶାଇୟ 48:11 - ଓଡିଆ ବାଇବେଲ

11 ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ ? ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ? ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆମ୍ଭେ ଆପଣା ସକାଶୁ, କେବଳ ଆପଣା ସକାଶୁ ତାହା କରିବା; କାରଣ ଆମ୍ଭର ନାମ କାହିଁକି ଅପବିତ୍ରୀକୃତ ହେବ? ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ।

Gade chapit la Kopi

ପବିତ୍ର ବାଇବଲ

11 ଆମ୍ଭେ କେବଳ ନିଜ ପାଇଁ, ନିଜ ସକାଶେ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦେବା ନାହିଁ।

Gade chapit la Kopi




ଯିଶାଇୟ 48:11
23 Referans Kwoze  

ଆମ୍ଭେ ସଦାପ୍ରଭୁ: ଏହି ଆମ୍ଭର ନାମ; ପୁଣି, ଆମ୍ଭେ ଆପଣା ଗୌରବ ଅନ୍ୟକୁ, କିଅବା ଆପଣା ପ୍ରଶଂସା ଖୋଦିତ ପ୍ରତିମାଗଣକୁ ଦେବୁ ନାହିଁ।


ତଥାପି ସେମାନେ ଯେଉଁମାନଙ୍କ ମଧ୍ୟରେ ଥିଲେ, ଯେଉଁମାନଙ୍କ ସାକ୍ଷାତରେ ଆମ୍ଭେ ସେମାନଙ୍କୁ, ମିସର ଦେଶରୁ ବାହାର କରି ଆଣିବା ଦ୍ୱାରା ଆପଣାର ପରିଚୟ ଦେଇଥିଲୁ, ସେହି ଗୋଷ୍ଠୀୟମାନଙ୍କ ସାକ୍ଷାତରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।


ତଥାପି ଯେଉଁ ଗୋଷ୍ଠୀଗଣ ସାକ୍ଷାତରେ ଆମ୍ଭେ ସେମାନଙ୍କୁ ବାହାର କରି ଆଣିଲୁ, ସେମାନଙ୍କ ଦୃଷ୍ଟିରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।


କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବା ପାଇଁ ସପକ୍ଷ ହେବା।”


ତଥାପି ଯେଉଁମାନଙ୍କ ସାକ୍ଷାତରେ ଆମ୍ଭେ ସେମାନଙ୍କୁ ବାହାର କରି ଆଣିଲୁ, ସେହି ଗୋଷ୍ଠୀୟମାନଙ୍କ ନିକଟରେ ଆମ୍ଭର ନାମ ଯେପରି ଅପବିତ୍ର ନ ହୁଏ, ଏଥିପାଇଁ ଆମ୍ଭେ ଆପଣା ହସ୍ତ ସମ୍ବରଣ କଲୁ ଓ ଆପଣା ନାମ ନିମନ୍ତେ କାର୍ଯ୍ୟ କଲୁ।


ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି।


ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ।


ହେ ସଦାପ୍ରଭୁ, ଯଦ୍ୟପି ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦିଏ, ତଥାପି ତୁମ୍ଭେ ଆପଣା ନାମ ସକାଶୁ କାର୍ଯ୍ୟ କର; କାରଣ ଆମ୍ଭମାନଙ୍କର ବିପଥଗମନ ଅପାର; ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।


ପୁଣି, ହେ ଇସ୍ରାଏଲ ବଂଶ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେତେବେଳେ ତୁମ୍ଭମାନଙ୍କର ଦୁଷ୍ଟ ଆଚାର ବ୍ୟବହାରାନୁସାରେ ନୁହେଁ, କିଅବା ତୁମ୍ଭମାନଙ୍କର ଭ୍ରଷ୍ଟ କ୍ରିୟାନୁସାରେ ନୁହେଁ, ମାତ୍ର ଆପଣା ନାମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିବା, ସେତେବେଳେ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।”


ହେ ଇସ୍ରାଏଲ ବଂଶ, ପ୍ରଭୁ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି କଥା କହନ୍ତି; “ତୁମ୍ଭେମାନେ ଯଦି ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ତୁମ୍ଭେମାନେ ପ୍ରତ୍ୟେକେ ଯାଇ ଏବେ ଓ ଏଥିଉତ୍ତାରେ ମଧ୍ୟ ଆପଣା ଆପଣା ପ୍ରତିମାଗଣର ସେବା କର; ମାତ୍ର ତୁମ୍ଭେମାନେ ଆପଣାମାନଙ୍କର ଉପହାର ଓ ପ୍ରତିମାଗଣ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅପବିତ୍ର କରିବ ନାହିଁ।”


କାରଣ ଯେପରି ଲେଖା ଅଛି, "ତୁମ୍ଭମାନଙ୍କ ହେତୁ ଅଣଯିହୂଦୀମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନାମ ନିନ୍ଦିତ ହେଉଅଛି ।''


ଯେ ପୁତ୍ରଙ୍କୁ ସମାଦର କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମାଦର କରେ ନାହିଁ ।


ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭର ଲୋକମାନେ ତ ଅକାରଣରେ ନିଆ ଯାଉଅଛନ୍ତି, ଆମ୍ଭେ ଏଠାରେ ଥାଇ କଅଣ କରୁଅଛୁ ?” ସଦାପ୍ରଭୁ କହନ୍ତି, ସେମାନଙ୍କ ଉପରେ କର୍ତ୍ତୃତ୍ୱକାରୀମାନେ ଗର୍ଜ୍ଜନ କରୁଅଛନ୍ତି ଓ ଆମ୍ଭର ନାମ ସାରାଦିନ ନିରନ୍ତର ନିନ୍ଦିତ ହେଉଅଛି।


ଏଥିପାଇଁ ଆମ୍ଭେ ପ୍ରାଚୀନକାଳରୁ ତୁମ୍ଭ ପ୍ରତି ତାହା ପ୍ରକାଶ କଲୁ; ତାହା ଘଟିବା ପୂର୍ବେ ତୁମ୍ଭକୁ ଜଣାଇଲୁ; ନୋହିଲେ ଅବା ତୁମ୍ଭେ କୁହନ୍ତ, “ଆମ୍ଭର ଦେବତା ଏହା କରିଅଛି,” “ଆମ୍ଭର ଖୋଦିତ ଓ ଛାଞ୍ଚରେ ଢଳା ପ୍ରତିମା ଏହା ଆଜ୍ଞା କରିଅଛି।”


ହେ ସଦାପ୍ରଭୁ, ଆପଣା ନାମ ସକାଶୁ ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।


ତେବେ ହେଁ ସେ ଆପଣା ମହାପରାକ୍ରମର ପରିଚୟ ଦେବା ନିମନ୍ତେ ଆପଣା ନାମ ସକାଶୁ ସେମାନଙ୍କୁ ପରିତ୍ରାଣ କଲେ।


ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ ଆପଣା ନାମକୁ ଗୌରବାନ୍ୱିତ କର।


ଆମ୍ଭେ ଯେପରି ତୁମ୍ଭକୁ ଉଚ୍ଛିନ୍ନ ନ କରୁ, ଏଥିପାଇଁ ଆମ୍ଭେ ଆପଣା ନାମ ସକାଶୁ ଆପଣା କ୍ରୋଧ ସମ୍ବରଣ କରିବା ଓ ଆପଣା ପ୍ରଶଂସା ପାଇଁ ତୁମ୍ଭ ପ୍ରତି କ୍ଷାନ୍ତ ହେବା।


ଏହେତୁ ହେ ଆମ୍ଭମାନଙ୍କର ପରମେଶ୍ୱର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ୱଂସିତ ହୋଇଅଛି, ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର।


ମୋ’ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।


ଏହେତୁ ଇସ୍ରାଏଲ ବଂଶକୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲ ବଂଶ, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଏପରି କରୁ ନାହୁଁ, ମାତ୍ର ତୁମ୍ଭେମାନେ ନାନା ଗୋଷ୍ଠୀ ମଧ୍ୟକୁ ଯାଇ ଯାହା ଅପବିତ୍ର କରିଅଛ, ଆମ୍ଭ ନିଜର ସେହି ପବିତ୍ର ନାମ ସକାଶୁ କରୁଅଛୁ।


Swiv nou:

Piblisite


Piblisite