Biblia Todo Logo
Bib sou entènèt

- Piblisite -




ଯିଶାଇୟ 36:16 - ଓଡିଆ ବାଇବେଲ

16 ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କୁହନ୍ତି, ତୁମ୍ଭେମାନେ ମୋ’ ସଙ୍ଗେ ସନ୍ଧି କର ଓ ମୋ’ କତିକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପଜଳ ପାନ କର;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କୁହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ କତିକି ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ-ଜଳ ପାନ କର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କୁହନ୍ତି, ତୁମ୍ଭେମାନେ ମୋʼ ସଙ୍ଗେ ସନ୍ଧି କର ଓ ମୋʼ କତିକି ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର;

Gade chapit la Kopi

ପବିତ୍ର ବାଇବଲ

16 ହିଜକିୟଙ୍କ କଥା ଶୁଣ ନାହିଁ। କାରଣ ଅଶୂର ରାଜା ଏହିକଥା କୁହନ୍ତି, “ତୁମ୍ଭେମାନେ ମୋ’ ସହିତ ଚୁକ୍ତି କର। ତୁମ୍ଭେମାନେ ନଗରରୁ ବାହାରି ମୋ’ ନିକଟକୁ ଗ୍ଭଳିଆସ। ତା'ପରେ ପ୍ରତ୍ୟେକ ନିଜ ନିଜ ଗୃହକୁ ଯିବାକୁ ମୁକ୍ତ ଅଟ। ପ୍ରତ୍ୟେକ ଆପଣା ଆପଣା ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଭୋଜନ କର। ପ୍ରତ୍ୟେକ ନିଜ ନିଜ କୂପରୁ ଜଳ ପାନକର।

Gade chapit la Kopi




ଯିଶାଇୟ 36:16
16 Referans Kwoze  

ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,” ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକୁ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବିଶ୍ରାମ ନେବା ପାଇଁ ନିମନ୍ତ୍ରଣ କରିବ।”


ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରି ବୃକ୍ଷ ମୂଳରେ ନିରାପଦରେ ବାସ କଲେ।


ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ତଳେ ବସିବେ ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ; କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି।


ଏଣୁ ତୁମ୍ଭମାନଙ୍କର ପୂର୍ବରୁ ପ୍ରତିଜ୍ଞା କରିଥିବା ଦାନ ଯେପରି କୃପଣତାର ବିଷୟ ନ ହୋଇ ସ୍ୱଚ୍ଛନ୍ଦତାର ବିଷୟ ହୁଏ,ଏଥି ନିମନ୍ତେ ପୂର୍ବରୁ ସେହି ଦାନସଂଗ୍ରହର ଆୟୋଜନ କରିବାକୁ ଆଗେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଭାଇମାନଙ୍କୁ ଅନୁରୋଧ କରିବାକୁ ଆବଶ୍ୟକ ମନେ କଲି ।


ତୁମ୍ଭେ ନିଜ ଜଳାଶୟରୁ ଜଳ ପାନ କର ଓ ନିଜ କୂପରୁ ସ୍ରୋତଜଳ ପାନ କର।


ହିଜକୀୟର କଥା ଶୁଣ ନାହିଁ; କାରଣ ଅଶୂରୀୟ ରାଜା ଏହି କଥା କହନ୍ତି, ‘ତୁମ୍ଭେମାନେ ମୋ’ ସଙ୍ଗେ ସନ୍ଧି କର ଓ ମୋ’ ନିକଟକୁ ବାହାରି ଆସ ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର, ଆଉ ପ୍ରତ୍ୟେକେ ଆପଣା ଆପଣା କୂପ ଜଳ ପାନ କର।


ଏଥିଉତ୍ତାରେ ନାମାନ୍‍ ଓ ତାହାର ସଙ୍ଗୀ ସମସ୍ତେ ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ଫେରି ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ; ଆଉ ନାମାନ୍‍ କହିଲା, “ଦେଖନ୍ତୁ, ଏବେ ମୁଁ ଜାଣିଲି ଯେ, ଇସ୍ରାଏଲ ପରମେଶ୍ୱରଙ୍କ ବ୍ୟତୀତ ସମୁଦାୟ ପୃଥିବୀରେ ପରମେଶ୍ୱର କେହି ନାହାନ୍ତି; ଏହେତୁ ଏବେ ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣା ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”


ଯିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ-ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ବହୁସଂଖ୍ୟକ ଥିଲେ।


ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ କର ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦେଲେ।


ଏଣୁ ଆପଣଙ୍କ ଦାସୀ ମୋର ପ୍ରଭୁଙ୍କ ନିକଟକୁ ଯେଉଁ ଭେଟୀ ଆଣିଅଛି, ତାହା ମୋର ପ୍ରଭୁଙ୍କ ଅନୁଗାମୀ ଯୁବାମାନଙ୍କୁ ଦିଆଯାଉ।


ତେବେ ଯାବେଶର ପ୍ରାଚୀନମାନେ ତାହାକୁ କହିଲେ, ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭେମାନେ ଇସ୍ରାଏଲ ସୀମାର ସର୍ବତ୍ର ଦୂତ ପଠାଇବା; ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭେମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ।


ଏଣୁ ନିବେଦନ କରୁଅଛି, ଆପଣଙ୍କ ନିକଟକୁ ଆନୀତ ଏହି ଆଶୀର୍ବାଦ ଗ୍ରହଣ କରନ୍ତୁ; କାରଣ ପରମେଶ୍ୱର ମୋତେ ଅନୁଗ୍ରହ କରିଅଛନ୍ତି, ପୁଣି, ମୋହର ସବୁ ଅଛି।” ଏହିରୂପେ ଅତ୍ୟନ୍ତ ଆଗ୍ରହ ସହିତ ପ୍ରାର୍ଥନା କରନ୍ତେ, ଏଷୌ ତାହା ଗ୍ରହଣ କଲା।


ଆହୁରି କହିବ, “ଦେଖନ୍ତୁ, ଆପଣଙ୍କ ଦାସ ଯାକୁବ ଆମ୍ଭମାନଙ୍କ ପଛେ ଆସୁଅଛନ୍ତି; କାରଣ ସେ ମନେ କଲେ, ଆଗେ ଭେଟି ପଠାଇ ତାଙ୍କୁ ଶାନ୍ତ କରି ପଛେ ତାଙ୍କ ସଙ୍ଗରେ ସାକ୍ଷାତ କରିବା, ତହିଁରେ ସେ ଆମ୍ଭ ପ୍ରତି ଅନୁଗ୍ରହ କଲେ କରି ପାରନ୍ତି।”


ଯେକେହି ଡିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ; ପୁଣି, ଯେ ଆପଣା ପ୍ରଭୁ ପ୍ରତି ମନୋଯୋଗୀ ଥାଏ, ସେ ସମ୍ମାନ ପାଏ।


ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ, ଅର୍ଥାତ୍‍, ଶସ୍ୟ ଓ ଦ୍ରାକ୍ଷାରସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶକୁ ତୁମ୍ଭମାନଙ୍କୁ ନେଇ ଯିବି।


Swiv nou:

Piblisite


Piblisite