Biblia Todo Logo
Bib sou entènèt

- Piblisite -




ଯିଶାଇୟ 34:1 - ଓଡିଆ ବାଇବେଲ

1 ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀଗଣ, ତୁମ୍ଭେମାନେ ମନୋଯୋଗ କର; ପୃଥିବୀ ଓ ତତ୍ପୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନ ସକଳ ପଦାର୍ଥ ଶ୍ରବଣ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀ-ଗଣ, ତୁମ୍ଭେମାନେ ମନୋ-ଯୋଗ କର; ପୃଥିବୀ ଓ ତତ୍ପ ୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନ ସକଳ ପଦାର୍ଥ ଶ୍ରବଣ କରୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର, ହେ ଗୋଷ୍ଠୀଗଣ, ତୁମ୍ଭେମାନେ ମନୋଯୋଗ କର; ପୃଥିବୀ ଓ ତତ୍ପୂର୍ଣ୍ଣତା ଶ୍ରବଣ କରୁ; ଜଗତ ଓ ତଦୁତ୍ପନ୍ନସକଳ ପଦାର୍ଥ ଶ୍ରବଣ କରୁ।

Gade chapit la Kopi

ପବିତ୍ର ବାଇବଲ

1 ହେ ସମସ୍ତ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଧ୍ୟାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଶ୍ରବଣ କରନ୍ତୁ, ଜଗତ ଓ ସେଥିରୁ ସୃଷ୍ଟି ସମସ୍ତ ପଦାର୍ଥ ଶ୍ରବଣ କରୁ।

Gade chapit la Kopi




ଯିଶାଇୟ 34:1
25 Referans Kwoze  

କାରଣ ପୃଥିବୀ ଓ ସେଥିରେ ଥିବା ସମସ୍ତ ବିଷୟ ପ୍ରଭୁଙ୍କର ।


ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ।


“ହେ ଦ୍ୱୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଶୁଣ; ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।


ହେ ଆକାଶମଣ୍ଡଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତି; “ଆମ୍ଭେ ସନ୍ତାନଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।”


ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ।


ହେ ଦୂରବର୍ତ୍ତୀ ଲୋକସମସ୍ତେ, ତୁମ୍ଭେମାନେ ଆମ୍ଭ କୃତ କର୍ମର କଥା ଶୁଣ; ପୁଣି, ହେ ନିକଟବର୍ତ୍ତୀ ଲୋକ ସମସ୍ତେ, ତୁମ୍ଭେମାନେ ଆମ୍ଭର ପରାକ୍ରମ ସ୍ୱୀକାର କର।”


ହେ ଆକାଶମଣ୍ଡଳ, କର୍ଣ୍ଣ ଦିଅ, ଆମ୍ଭେ କହିବା; ପୁଣି ପୃଥିବୀ ଆମ୍ଭ ମୁଖର ବାକ୍ୟ ଶ୍ରବଣ କରୁ;


ମଣ୍ଡଳୀଗଣଙ୍କୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ ।


ହେ ଦ୍ୱୀପସମୂହ, ମୋ’ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି;


ହେ ଜଗନ୍ନିବାସୀଗଣ; ହେ ପୃଥିବୀର ନିବାସୀ ସମସ୍ତେ, ପର୍ବତମାନର ଉପରେ ଧ୍ୱଜା ଉତ୍ଥିତ ହେବା ବେଳେ ତୁମ୍ଭେମାନେ ଦୃଷ୍ଟି କର ଓ ତୂରୀ ବାଜିବା ବେଳେ ତୁମ୍ଭେମାନେ ଶ୍ରବଣ କର।


“ସଦାପ୍ରଭୁ ରାଜ୍ୟ କରନ୍ତି,” ଏହା ଗୋଷ୍ଠୀବର୍ଗ ମଧ୍ୟରେ କୁହ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ନ ପାରେ; ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ।


ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର କଥା କହିଅଛନ୍ତି ଓ ସୂର୍ଯ୍ୟର ଉଦୟ-ସ୍ଥାନଠାରୁ ତହିଁର ଅସ୍ତ-ସ୍ଥାନ ପର୍ଯ୍ୟନ୍ତ ସେ ପୃଥିବୀକୁ ଆହ୍ୱାନ କରିଅଛନ୍ତି।


ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।


ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ଏହିରୂପେ ବିନଷ୍ଟ ହେଉନ୍ତୁ, ମାତ୍ର ତାହାଙ୍କ ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରୀ ସୂର୍ଯ୍ୟ ତୁଲ୍ୟ ହେଉନ୍ତୁ।” ଏଥିଉତ୍ତାରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।


ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର; ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।


ତେବେ ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରୁ ଶୀଘ୍ର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହେବ; ତୁମ୍ଭେମାନେ ତହିଁ ମଧ୍ୟରେ ଦୀର୍ଘାୟୁ ପାଇବ ନାହିଁ, ମାତ୍ର ନିର୍ମୂଳରେ ଉଚ୍ଛିନ୍ନ ହେବ।


ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, “ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି, ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।


ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହି କଥା ଶୁଣ; ଆମ୍ଭେ ପ୍ରଥମରୁ ଗୋପନରେ କହି ନାହୁଁ; ତାହା ହେଉଥିବା ସମୟରୁ ଆମ୍ଭେ ସେଠାରେ ଅଛୁ; ପୁଣି, ଏବେ ପ୍ରଭୁ, ସଦାପ୍ରଭୁ ମୋତେ ଓ ତାହାଙ୍କ ଆତ୍ମାକୁ ପ୍ରେରଣ କରିଅଛନ୍ତି।


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି : ଆମ୍ଭେ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବା ବୋଲି ଯାହାର ବିଷୟରେ ପ୍ରାଚୀନ କାଳରେ ଆପଣା ଦାସଗଣ ଦ୍ୱାରା, ଅର୍ଥାତ୍‍, ଯେଉଁମାନେ ସେହି କାଳରେ ଅନେକ ବର୍ଷଯାଏ ଭବିଷ୍ୟଦ୍‍-ବାକ୍ୟ ପ୍ରଚାର କରିଥିଲେ, ଏପରି ଯେ ଇସ୍ରାଏଲ ଭବିଷ୍ୟଦ୍‍ବକ୍ତାଗଣ, ସେମାନଙ୍କ ଦ୍ୱାରା ଆମ୍ଭେ କହିଥିଲୁ, ତୁମ୍ଭେ କି ସେହି ବ୍ୟକ୍ତି ?


ଓବଦୀୟଙ୍କ ଦର୍ଶନ। ପ୍ରଭୁ, ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।


ଇଦୋମରୁ ରଙ୍ଗୀକୃତ ବସ୍ତ୍ର ପିନ୍ଧି ବସ୍ରାରୁ ଏ ଯେ ଆସୁଅଛନ୍ତି, ସେ କିଏ ? ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ ଓ ଆପଣା ମହାଶକ୍ତିରେ ବିଜେ କରୁଅଛନ୍ତି ଯେ ଏ, ସେ କିଏ ? ଆମ୍ଭେ ଯେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁ।


ଇଦୋମର ବିଷୟ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୈମନ୍‍ରେ କି ଆଉ ଜ୍ଞାନ ନାହିଁ ? ବୁଦ୍ଧିମାନମାନଙ୍କଠାରୁ କି ପରାମର୍ଶ ଲୁପ୍ତ ହୋଇଅଛି ? ସେମାନଙ୍କର ଜ୍ଞାନ କି ଅନ୍ତର୍ହିତ ହୋଇଅଛି ?


Swiv nou:

Piblisite


Piblisite