Biblia Todo Logo
Bib sou entènèt

- Piblisite -




ଯିଶାଇୟ 23:18 - ଓଡିଆ ବାଇବେଲ

18 ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ଡାରରେ ରଖାଯିବ ନାହିଁ କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ତାରରେ ରଖା କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଆଉ, ତାହାର ବାଣିଜ୍ୟ ଓ ଭଡ଼ା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ଭଣ୍ଡାରରେ ରଖାଯିବ ନାହିଁ କି ସଞ୍ଚୟ କରାଯିବ ନାହିଁ; କାରଣ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ବାସ କରନ୍ତି, ସେମାନଙ୍କର ଯଥେଷ୍ଟ ଭକ୍ଷ୍ୟ ଓ ଚିରସ୍ଥାୟୀ ବସ୍ତ୍ର ନିମନ୍ତେ ତାହାର ବାଣିଜ୍ୟ ହେବ।

Gade chapit la Kopi

ପବିତ୍ର ବାଇବଲ

18 ମାତ୍ର ସୋର ଉପାର୍ଜିତ ଧନକୁ ସଞ୍ଚୟ କରିବ ନାହିଁ। ତା'ର ଭଡ଼ା ଓ ବାଣିଜ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ। ସେ ସଦାପ୍ରଭୁଙ୍କ ଅନୁସରଣକାରୀମାନଙ୍କୁ ସେ ସଞ୍ଚିତ ଧନରୁ ଦିଆଯିବ। ସଦାପ୍ରଭୁଙ୍କ ସେବକ ପୂର୍ଣ୍ଣ ପ୍ରାଣରେ ଭକ୍ଷ୍ୟଣ କରିବେ ଓ ସେହି ପଇସାରେ ସୁନ୍ଦର ପୋଷାକ ପରିଧାନ କରିବେ।

Gade chapit la Kopi




ଯିଶାଇୟ 23:18
31 Referans Kwoze  

ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ; ଶିବାର ଓ ସବାର ରାଜାଗଣ ଭେଟୀ ଦାନ କରିବେ।


କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟରେ ଶିକ୍ଷା ପ୍ରାପ୍ତ ହୁଏ, ସେ ଶିକ୍ଷାଦାତାଙ୍କୁ ସମସ୍ତ ଉତ୍ତମ ବିଷୟର ସହଭାଗୀ କରାଉ ।


ଆଉ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ଏକ ପତ୍ର ପ୍ରସ୍ତୁତ କରି ମୋହର ନ୍ୟାୟ ତହିଁ ଉପରେ “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର” ଖୋଦନ କରିବ।


ଏଣୁ ପିତର ଉଠି ସେମାନଙ୍କ ସାଙ୍ଗରେ ଗଲେ । ସେ ଆସନ୍ତେ, ସେମାନେ ତାହାଙ୍କୁ ସେହି ଉପର କୋଠରୀକୁ ଘେନିଗଲେ, ଆଉ ବିଧବାମାନେ ସମସ୍ତେ ତାହାଙ୍କୁ ଘେରି ବିଳାପ କରୁ କରୁ, ଦର୍କା ସେମାନଙ୍କ ସାଙ୍ଗରେ ଥିବା ସମୟରେ ଯେଉଁ ସବୁ ଅଙ୍ଗରଖା ଓ ବସ୍ତ୍ରଗୁଡ଼ିକ ବୁଣିଥିଲେ, ସେହି ସବୁ ଦେଖାଇବାକୁ ଲାଗିଲେ ।


ତୁମ୍ଭମାନଙ୍କର ଯାହା ଅଛି; ତାହା ବିକ୍ରୟ କରି ଦାନ କର; ଯାହା କ୍ଷୟ ପାଏ ନାହିଁ, ଏପରି ଥଳି ଆପଣା ଆପଣା ନିମନ୍ତେ ପ୍ରସ୍ତୁତ କର; ଯେଉଁଠାରେ ଚୋର ନିକଟକୁ ଆସେ ନାହିଁ କିମ୍ବା ପୋକ ନଷ୍ଟ କରେ ନାହିଁ, ଏପରି ସ୍ୱର୍ଗରେ ଅକ୍ଷୟ ଧନ ସଞ୍ଚୟ କର,


ହେରୋଦଙ୍କ ପରିଚାଳକ ଖୁଜା ଓ ତାଙ୍କ ଭାର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି, ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତ୍ତି ଦେଇ ସେମାନଙ୍କ ସେବା କରୁଥିଲେ ।


ଯିରୂଶାଲମ, ଇଦୋମ, ଯର୍ଦ୍ଦନର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ ।


“ଆମ୍ଭର ଗୃହରେ ଯେପରି ଖାଦ୍ୟ ରହିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ ଆଣ, ଆଉ ଆମ୍ଭେ ଆକାଶସ୍ଥ ଦ୍ୱାରସବୁ ମୁକ୍ତ କରି, ରଖିବା ପାଇଁ ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବା କି ନାହିଁ, ଏହି ବିଷୟରେ ଏବେ ଆମ୍ଭର ପରୀକ୍ଷା ନିଅ,


ହେ ସିୟୋନ କନ୍ୟେ, ଉଠ, ଶସ୍ୟ ମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାକୁ ଜ୍ଞାନ, ବିଦ୍ୟା ଓ ଆନନ୍ଦ ଦିଅନ୍ତି; ମାତ୍ର ପରମେଶ୍ୱରଙ୍କ ତୁଷ୍ଟିକାରୀ ଲୋକକୁ ଦେବା ପାଇଁ ସଂଗ୍ରହ ଓ ସଞ୍ଚୟ କରଣାର୍ଥେ ପାପୀକୁ ସେ କାର୍ଯ୍ୟ ଦିଅନ୍ତି। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର।


ଯେଉଁ ଲୋକ ସୁଧ ଓ ବୃଦ୍ଧି ଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରେ, ସେ ଦୀନହୀନ ପ୍ରତି ଦୟାକାରୀ ପାଇଁ ତାହା ସଞ୍ଚୟ କରେ।


ଉତ୍ତମ ଲୋକ ଆପଣା ପୌତ୍ରମାନଙ୍କ ପାଇଁ ଅଧିକାର ଛାଡ଼ିଯାଏ; ମାତ୍ର ପାପୀର ଧନ ଧାର୍ମିକମାନଙ୍କ ପାଇଁ ସଞ୍ଚିତ ହୁଏ।


ପୁଣି, ସୋରର କନ୍ୟା ଭେଟୀ ନେଇ ସେଠାରେ ଉପସ୍ଥିତ ହେବ; ଲୋକଙ୍କ ମଧ୍ୟରେ ଧନୀମାନେ ହିଁ ତୁମ୍ଭ ଅନୁଗ୍ରହର ବିନତୀ କରିବେ।


ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ; ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ।


ପୁଣି, ସେମାନେ ତୁମ୍ଭ ସମ୍ପତ୍ତିସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ; ଆଉ, ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହସବୁ ଧ୍ୱଂସ କରିବେ; ଆଉ, ସେମାନେ ତୁମ୍ଭର ପ୍ରସ୍ତର, କାଷ୍ଠ ଓ ଧୂଳିସବୁ ଜଳରେ ନିକ୍ଷେପ କରିବେ।


ଯିହୁଦା ମଧ୍ୟ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବ ଓ ଚତୁର୍ଦ୍ଦିଗସ୍ଥିତ ସବୁ ଗୋଷ୍ଠୀଙ୍କ ସମ୍ପତ୍ତି, ସୁନା, ରୂପା ଓ ବସ୍ତ୍ର ଅତିଶୟ ପ୍ରଚୁର ରୂପେ ସଞ୍ଚୟ କରାଯିବ।


ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା ।


Swiv nou:

Piblisite


Piblisite