Biblia Todo Logo
Bib sou entènèt

- Piblisite -




ଯିଶାଇୟ 14:23 - ଓଡିଆ ବାଇବେଲ

23 ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା ଓ ଆମ୍ଭେ ସଂହାରରୂପ ଝାଡ଼ୁ ଦ୍ୱାରା ତାହାକୁ ଝାଡ଼ି ପକାଇବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା ଓ ଆମ୍ଭେ ସଂହାରରୂପ ଝାଡ଼ୁ ଦ୍ଵାରା ତାହାକୁ ଝାଡ଼ି ପକାଇବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଆହୁରି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଆମ୍ଭେ ସେହି ନଗରକୁ ଝିଙ୍କ ପକ୍ଷୀର ଅଧିକାର ଓ ଜଳାଶୟ କରିବା ଓ ଆମ୍ଭେ ସଂହାରରୂପ ଝାଡୁ ଦ୍ୱାରା ତାହାକୁ ଝାଡ଼ି ପକାଇବା।”

Gade chapit la Kopi

ପବିତ୍ର ବାଇବଲ

23 ସଦାପ୍ରଭୁ ସର୍ବଶକ୍ତିମାନ ପୁଣି କହିଲେ, “ମୁଁ ମନୁଷ୍ୟର ବାସସ୍ଥଳୀ ବାବିଲକୁ ଝିଙ୍କ ପକ୍ଷୀର ବାସସ୍ଥଳୀ ଓ ଜଳାଶୟରେ ପରିଣତ କରିବି। ମୁଁ ସଂହାର ରୂପକ ଝାଡ଼ୁ ଧରି ତାକୁ ସମ୍ପୂର୍ଣ୍ଣ ସଫା କରି ଦେବି।”

Gade chapit la Kopi




ଯିଶାଇୟ 14:23
17 Referans Kwoze  

ଆଉ, ତହିଁ ମଧ୍ୟରେ ପଶୁପଲ ଓ ଗୋଷ୍ଠୀଗଣର ଯାବତୀୟ ପଶୁ ଶୟନ କରିବେ; ପାଣିଭେଳା ପକ୍ଷୀ ଓ ଝିଙ୍କ ଜନ୍ତୁ ତହିଁର ସ୍ତମ୍ଭମାନର ମଥାଣି ଉପରେ ରାତ୍ରି କ୍ଷେପଣ କରିବେ; ଝରକାରେ ସେମାନଙ୍କ ରବ ଶୁଣାଯିବ; ଚୌକାଠର ଉପରେ ଉଚ୍ଛିନ୍ନତା ରହିବ; କାରଣ ସେ ତାହାର ଏରସ କାଷ୍ଠର କର୍ମ ଅନାବୃତ କରିଅଛନ୍ତି।


ତାହାଙ୍କ ପଶ୍ଚାତରେ ଆଉ ଜଣେ, ଅର୍ଥାତ୍ ଦ୍ୱିତୀୟ ଦୂତ ଆସି କହିଲେ, ଯେଉଁ ମହାନଗରୀ ବାବିଲ୍ ସମସ୍ତ ଜାତିଙ୍କୁ ଆପଣା ବ୍ୟଭିଚାରର କାମରୂପ ସୁରା ପାନ କରାଇଅଛି, ସେ ପତିତ, ଅଧଃପତିତ ହୋଇଅଛି ।


ଏହେତୁ ଦେଖ, ଆମ୍ଭେ ଯାରବୀୟାମ-ବଂଶ ପ୍ରତି ଅମଙ୍ଗଳ ଘଟାଇବା, ପୁଣି, ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ପୁଂସନ୍ତାନକୁ ଯାରବୀୟାମଠାରୁ ଲୋପ କରିବା ଓ ଯେପରି କୌଣସି ମନୁଷ୍ୟ ମଇଳା ସମ୍ପୂର୍ଣ୍ଣ ଯିବା ପର୍ଯ୍ୟନ୍ତ ଝାଡୁ କରେ, ସେପରି ଆମ୍ଭେ ଯାରବୀୟାମ ଗୃହକୁ ନିଃଶେଷରେ ବିନାଶ କରିବା।


ସେ ମହା ଶଦ୍ଦ କରି ଉଚ୍ଚ ସ୍ଵରରେ କହିଲେ, ମହାନଗରୀ ବାବିଲ୍ ପତିତ, ଅଧଃପତିତ ହୋଇଅଛି, ତାହା ଭୂତମାନଙ୍କ ବାସସ୍ଥାନ ପୁଣି, ଅଶୁଚି ଆତ୍ମାମାନଙ୍କର ଏବଂ ଅଶୁଚି ଓ ଘୃଣ୍ୟ ପକ୍ଷୀମାନଙ୍କର ଆଶ୍ରୟସ୍ଥାନ ହୋଇଅଛି ।


ପୁଣି ଆମ୍ଭେ ଯିରୂଶାଲମ ଉପରେ ଶମରୀୟାର ରଜ୍ଜୁ ଓ ଆହାବ ବଂଶର ଓଳମ ଟାଣିବା ଓ ମନୁଷ୍ୟ ଯେପରି ଥାଳୀ ପୋଛେ, ଆଉ ପୋଛୁ ପୋଛୁ ତାହା ଓଲଟ ପାଲଟ କରେ, ସେପରି ଆମ୍ଭେ ଯିରୂଶାଲମକୁ ପୋଛି ପକାଇବା।


ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ; ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ।


ତାହା କଦାଚ ବସତି ସ୍ଥାନ ହେବ ନାହିଁ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ; ଆରବୀୟ ଲୋକେ ସେଠାରେ ତମ୍ବୁ ପକାଇବେ ନାହିଁ, କିଅବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ।


ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି।


କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।”


ତୁମ୍ଭେମାନେ ପ୍ରାନ୍ତ ସୀମାରୁ ତାହାର ବିରୁଦ୍ଧରେ ଆସ, ତାହାର ଭଣ୍ଡାରସବୁ ଫିଟାଅ; ତାହାକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରି ରାଶି ପରି ଢିପି କର; ତାହାର କିଛି ଅବଶିଷ୍ଟ ରଖ ନାହିଁ।


ଆଉ କହିବ, ‘ହେ ସଦାପ୍ରଭୁ, ତୁମ୍ଭେ ଏହି ସ୍ଥାନ ବିଷୟରେ କହିଅଛ ଯେ, ତୁମ୍ଭେ ତାହା ଉଚ୍ଛିନ୍ନ କରିବ, ତହିଁ ମଧ୍ୟରେ ମନୁଷ୍ୟ କି ପଶୁ କେହି ବାସ କରିବ ନାହିଁ, ମାତ୍ର ତାହା ଚିରକାଳ ଧ୍ୱଂସସ୍ଥାନ ହେବ।’


Swiv nou:

Piblisite


Piblisite