Biblia Todo Logo
Bib sou entènèt

- Piblisite -




ଯିଶାଇୟ 13:5 - ଓଡିଆ ବାଇବେଲ

5 ସେମାନେ, ଅର୍ଥାତ୍‍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ଡଳର ପ୍ରାନ୍ତ ଭାଗରୁ ଆସୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେମାନେ, ଅର୍ଥାତ୍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ତଳର ପ୍ରା; ଭାଗରୁ ଆସୁଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେମାନେ, ଅର୍ଥାତ୍‍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ଡଳର ପ୍ରାନ୍ତଭାଗରୁ ଆସୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

5 ସଦାପ୍ରଭୁ ଓ ତାଙ୍କର ଏହି ସୈନ୍ୟବାହିନୀ ବହୁଦୂର ଦେଶରୁ ଆସିବେ। ସେମାନେ ଦିଗନ୍ତ ବାହାରୁ ଆସିବେ। ଏହି ସୈନ୍ୟବାହିନୀକୁ ସଦାପ୍ରଭୁ ତାଙ୍କର ଅସ୍ତ୍ରସ୍ୱରୂପ ବ୍ୟବହାର କରିବେ ଓ ତାଙ୍କ କ୍ରୋଧଭାବ ପ୍ରକାଶ କରିବେ। ଏହି ବାହିନୀ ସମଗ୍ର ଦେଶକୁ ଧ୍ୱଂସ କରିବେ।”

Gade chapit la Kopi




ଯିଶାଇୟ 13:5
19 Referans Kwoze  

ଆଉ, ସେ ମହାତୂରୀଧ୍ୱନି ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ ।


ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର; ସଦାପ୍ରଭୁ ମାଦୀୟ ରାଜାଗଣର ମନ ଉତ୍ତେଜିତ କରିଅଛନ୍ତି; କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଂକଳ୍ପ ଅଛି; ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ, ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।


କାରଣ ଦେଖ, ଆମ୍ଭେ ଉତ୍ତର ଦେଶରୁ ମହା ମହା ଗୋଷ୍ଠୀର ସମାଜକୁ ଉତ୍ତେଜିତ କରି ବାବିଲ ବିରୁଦ୍ଧରେ ସେମାନଙ୍କୁ ଗମନ କରାଇବା; ଆଉ, ସେମାନେ ତାହା ବିରୁଦ୍ଧରେ ଆପଣାମାନଙ୍କୁ ସଜାଇବେ; ତହିଁରେ ତାହା ଶତ୍ରୁର ହସ୍ତଗତ ହେବ; ସେମାନଙ୍କର ତୀର ନିପୁଣ ବୀର ପୁରୁଷର ତୀର ପରି ହେବ, କୌଣସି ତୀର ବିଫଳ ହେବ ନାହିଁ।


କାରଣ ଉତ୍ତର ଦିଗରୁ ଏକ ଗୋଷ୍ଠୀ ତାହା ବିରୁଦ୍ଧରେ ଉଠି ଆସୁଅଛନ୍ତି, ସେମାନେ ତାହାର ଦେଶ ଧ୍ୱଂସ କରିବେ ଓ ତହିଁ ମଧ୍ୟରେ କେହି ବାସ କରିବ ନାହିଁ; ମନୁଷ୍ୟ ଓ ପଶୁ ଉଭୟ ପଳାଇଲେ, ସେମାନେ ଚାଲିଗଲେ।”


ଦେଖ, ସଦାପ୍ରଭୁ ପୃଥିବୀକୁ ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନଭିନ୍ନ କରୁଅଛନ୍ତି।


ଦେଖ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ମାଦୀୟମାନଙ୍କୁ ଉତ୍ତେଜିତ କରିବା, ସେମାନେ ରୂପାକୁ ଅନାଇବେ ନାହିଁ ଓ ସୁନାରେ ସେମାନେ ତୁଷ୍ଟ ହେବେ ନାହିଁ।


ପୁଣି, ସେ ଦୂର ଦେଶୀୟ ଗୋଷ୍ଠୀଗଣ ପ୍ରତି ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ପ୍ରାନ୍ତରୁ ସେମାନଙ୍କ ପାଇଁ ଶିଷ୍‍ ଦେବେ, ପୁଣି, ଦେଖ, ସେମାନେ ଦ୍ରୁତଗମନ କରି ଶୀଘ୍ର ଆସିବେ;


ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା।”


ପୁଣି, ସେହି ଦିନ ସଦାପ୍ରଭୁ ମିସର ଦେଶୀୟ ନଦୀସବୁର ପ୍ରାନ୍ତସ୍ଥ ମକ୍ଷିକାର ପ୍ରତି ଓ ଅଶୂର ଦେଶୀୟ ମହୁମାଛି ପ୍ରତି ଶିଷ୍‍ ଦେବେ।


ହାୟ ଅଶୂର ! ସେ ଆମ୍ଭର କ୍ରୋଧରୂପ ଦଣ୍ଡ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି।


ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପ କ୍ଷଣ ଆପଣାକୁ ଲୁଚାଅ।


ଦେଖ, ସଦାପ୍ରଭୁଙ୍କର ନାମ ତାହାଙ୍କ କ୍ରୋଧରେ ପ୍ରଜ୍ୱଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି; ତାହାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାହାଙ୍କର ଜିହ୍ୱା ସର୍ବଗ୍ରାସକ ଅଗ୍ନି ତୁଲ୍ୟ;


କାରଣ ଦେଶୀୟ ସମସ୍ତଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ଓ ସେମାନଙ୍କର ସମସ୍ତ ସୈନ୍ୟସାମନ୍ତର ପ୍ରତିକୂଳରେ ତାହାଙ୍କର ପ୍ରଚଣ୍ଡ କୋପ ଅଛି; ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛନ୍ତି, ସେ ସେମାନଙ୍କୁ ହତ ହେବା ନିମନ୍ତେ ସମର୍ପଣ କରିଅଛନ୍ତି।


ତୁମ୍ଭେ ସମସ୍ତେ ଏକତ୍ର ହୋଇ ଶୁଣ; ସେମାନଙ୍କ ମଧ୍ୟରେ କିଏ ଏହିସବୁ ପ୍ରକାଶ କରିଅଛି ? ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି; ସେ ବାବିଲ ଉପରେ ତାହାଙ୍କର ମନସ୍କାମନା ସିଦ୍ଧ କରିବ ଓ କଲ୍‍ଦୀୟମାନଙ୍କ ଉପରେ ତାହାଙ୍କର ବାହୁ ରହିବ।


ପୁଣି, ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ପ୍ରଫୁଲ୍ଲ ହେବ, ଆଉ ତୁମ୍ଭମାନଙ୍କର ଅସ୍ଥି ନବୀନ ତୃଣ ତୁଲ୍ୟ ସତେଜ ହେବ; ପୁଣି, ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ପକ୍ଷରେ ପ୍ରକାଶିତ ହେବ ଓ ସେ ଆପଣା ଶତ୍ରୁମାନଙ୍କ ବିରୁଦ୍ଧରେ କୋପାନ୍ୱିତ ହେବେ।


ଦେଖ, ଅତି ଦୂର ଦେଶରୁ ମୋ’ ଲୋକଙ୍କ କନ୍ୟାର ଆର୍ତ୍ତନାଦ; ସଦାପ୍ରଭୁ କ’ଣ ସିୟୋନରେ ନାହାନ୍ତି ? ତହିଁର ରାଜା କ’ଣ ତହିଁ ମଧ୍ୟରେ ନାହାନ୍ତି ? ସେମାନେ ଆପଣାମାନଙ୍କର ଖୋଦିତ ପ୍ରତିମା ଓ ବିଦେଶୀୟ ଅସାର ବସ୍ତୁ ସମୂହ ଦ୍ୱାରା କାହିଁକି ଆମ୍ଭଙ୍କୁ ବିରକ୍ତ କରିଅଛନ୍ତି ?


ସଦାପ୍ରଭୁ ଆପଣା ଅସ୍ତ୍ରାଗାର ଫିଟାଇ ଆପଣା କ୍ରୋଧରୂପ ଅସ୍ତ୍ରସବୁ ବାହାର କରି ଆଣିଅଛନ୍ତି, କାରଣ କଲ୍‍ଦୀୟମାନଙ୍କ ଦେଶରେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କର ଗୋଟିଏ କାର୍ଯ୍ୟ କରିବାର ଅଛି।


ଏହେତୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି ଦେଇଅଛୁ; ଆମ୍ଭେ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ; ସେମାନଙ୍କ ନିଜ କାର୍ଯ୍ୟର ଫଳ ସେମାନଙ୍କର ମସ୍ତକରେ ବର୍ତ୍ତାଇଅଛୁ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।


Swiv nou:

Piblisite


Piblisite