Biblia Todo Logo
Bib sou entènèt

- Piblisite -




ଯିଶାଇୟ 11:3 - ଓଡିଆ ବାଇବେଲ

3 ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣପ୍ରାନ୍ତରେ ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣର ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣପ୍ରାନ୍ତରେ ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ,

Gade chapit la Kopi

ପବିତ୍ର ବାଇବଲ

3 ସଦାପ୍ରଭୁଙ୍କୁ ଭକ୍ତି କରିବେ ଏବଂ ସଦାପ୍ରଭୁଙ୍କ ଅଭୟ ଯୋଗୁଁ ସୁଖୀ ହେବେ। ଏହି ପିଲା ନିଜ ଦୃଷ୍ଟି ବଳରେ ଲୋକମାନଙ୍କୁ ବିଗ୍ଭର କରିବ ନାହିଁ କିମ୍ବା ନିଜର ଶୁଣିବାନୁସାରେ ଅନୁଯୋଗ କରିବ ନାହିଁ।

Gade chapit la Kopi




ଯିଶାଇୟ 11:3
20 Referans Kwoze  

ବାହ୍ୟ ବିଷୟ ଦେଖି ବିଚାର ନ କରି ନ୍ୟାୟବିଚାର କର ।


ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି, ଈଶ୍ୱରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ ।


ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ; ପୁଣି, ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି;


ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।


କିନ୍ତୁ ବୃଦ୍ଧ ଲୋକେ, ଅର୍ଥାତ୍‍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।


ଆଉ ସମଗ୍ର ଇସ୍ରାଏଲ ରାଜାଙ୍କର ଏହି ବିଚାରର ନିଷ୍ପତ୍ତି ବିଷୟ ଶୁଣି ରାଜାଙ୍କୁ ଭୟ କଲେ; କାରଣ, ସେମାନେ ଦେଖିଲେ ଯେ, ବିଚାର କରିବା ନିମନ୍ତେ ତାଙ୍କର ଅନ୍ତରରେ ପରମେଶ୍ୱର-ଦତ୍ତ ଜ୍ଞାନ ଅଛି।


ତହୁଁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ୟାୟ ଓ ମଙ୍ଗଳର ସମସ୍ତ ପଥ ଜାଣିବ।


ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣି ପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ; କାରଣ, ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ ?”


ଆପଣଙ୍କ ଦାସୀ ଆହୁରି କହିଲା, ‘ମୋର ପ୍ରଭୁ ମହାରାଜଙ୍କ ବାକ୍ୟ ଅବଶ୍ୟ ଶାନ୍ତିଦାୟକ ହେବ, କାରଣ ଭଲ ମନ୍ଦ ଶୁଣିବାକୁ ମୋର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ,’ ପୁଣି ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଆପଣଙ୍କ ସଙ୍ଗେ ଥାଉନ୍ତୁ।”


ପୁଣି, କେହି ଯେ ମନୁଷ୍ୟ ବିଷୟରେ ସାକ୍ଷ୍ୟ ଦେବ, ଏହା ତାହାଙ୍କର ପ୍ରୟୋଜନ ନ ଥିଲା, ଯେଣୁ ମନୁଷ୍ୟ ଅନ୍ତରରେ କ'ଣ ଅଛି, ତାହା ସେ ଆପେ ଜାଣୁଥିଲେ ।


କାରଣ ସ୍ୱାଦ ଯେପରି ଭକ୍ଷ୍ୟର ସ୍ୱାଦ ବୁଝେ, କର୍ଣ୍ଣ ସେପରି ବାକ୍ୟର ପରୀକ୍ଷା କରେ।


ଯେପରି ରସନା ଖାଦ୍ୟର ଆସ୍ୱାଦ ପାଏ, ସେପରି କର୍ଣ୍ଣ କ’ଣ କଥାର ପରୀକ୍ଷା ନ କରେ ?


ପୁଣି, ତୁମ୍ଭ ସମୟରେ ସୁସ୍ଥିରତା ହେବ; ପରିତ୍ରାଣର, ଜ୍ଞାନର ଓ ବୁଦ୍ଧିର ବାହୁଲ୍ୟ ହେବ; ସଦାପ୍ରଭୁ ବିଷୟକ ଭୟ ତାହାର ଭଣ୍ଡାର।


ଏହା ଦେଶ ମଧ୍ୟରେ ତାହାର, ଅର୍ଥାତ୍‍, ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ; ପୁଣି, ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।


ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।


ଏଥିରେ ରାଜା ସେହି ସ୍ତ୍ରୀଙ୍କୁ କହିଲେ, “ଘରକୁ ଯାଅ, ମୁଁ ତୁମ୍ଭ ବିଷୟରେ ଆଜ୍ଞା ଦେବି।”


Swiv nou:

Piblisite


Piblisite