Biblia Todo Logo
Bib sou entènèt

- Piblisite -




ହୋଶେୟ 8:4 - ଓଡିଆ ବାଇବେଲ

4 ସେମାନେ ରାଜାଗଣକୁ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେମାନେ ରାଜଗଣ ସ୍ଥାପନ କରିଅଛନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେମାନେ ରାଜାଗଣକୁ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

4 ଇସ୍ରାଏଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସେମାନେ ଆମ୍ଭ ଉପଦେଶ ମାନି ନ ଥିଲେ। ଇସ୍ରାଏଲୀୟମାନେ ସେମାନଙ୍କର ନେତା ବାଛିଲେ କିନ୍ତୁ ସେମାନେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନ ଥିଲେ। ସେମାନେ ସୁନା, ରୂପା ବ୍ୟବହାର କରି ସେମାନଙ୍କ ପାଇଁ ପ୍ରତିମା ଗଢ଼ିଲେ। ତେଣୁ ସେମାନେ ଧ୍ୱଂସ ହେବେ।

Gade chapit la Kopi




ହୋଶେୟ 8:4
20 Referans Kwoze  

ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା, ଅର୍ଥାତ୍‍, ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେସବୁ କାରିଗରର କର୍ମ; ସେହି ସବୁର ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି, ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ।


“ଯେହେତୁ ଆମ୍ଭେ ଯେ ତାହାକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଦେଲୁ ଓ ତାହାର ରୂପା ଓ ସୁନା ବୃଦ୍ଧି କଲୁ, ଏହା ସେ ଜାଣିଲା ନାହିଁ, ସେମାନେ ସେହି ରୂପା, ସୁନା ବାଲ୍‍ଦେବ ଉଦ୍ଦେଶ୍ୟରେ ବ୍ୟୟ କଲେ।


ପୁଣି, ନବାଟର ପୁତ୍ର ଯାରବୀୟାମଙ୍କ ପାପ-ପଥରେ ଚାଲିବାର ତାଙ୍କ ପ୍ରତି ତୁଚ୍ଛ ବିଷୟ ହେଲା ପରି ସେ ସୀଦୋନୀୟମାନଙ୍କ ଇତ୍‍ବାଲ ରାଜାର କନ୍ୟା ଈଷେବଲ୍‍କୁ ବିବାହ କଲେ ଓ ଯାଇ ବାଲ୍‍ର ସେବା କରି ତାହାକୁ ପ୍ରଣାମ କଲେ।


କିନ୍ତୁ ଏବେ ଈଶ୍ୱରଙ୍କ ପରିଚୟ ପାଇଅଛ; ବରଂ ଈଶ୍ୱରଙ୍କ ଦ୍ୱାରା ପରିଚିତ ହୋଇଅଛ, ତେବେ କିପରି ଆଉ ଥରେ ଦୁର୍ବଳ ଓ ଅକିଞ୍ଚନ ପ୍ରାଥମିକ ବିଷୟଗୁଡ଼ାକ ପ୍ରତି ଫେରିଯାଇ ପୁନର୍ବାର ସେହି ସବୁର ଦାସ ହେବାକୁ ଇଚ୍ଛା କରୁଅଛ ?


ମୁଁ ଉତ୍ତମ ମେଷପାଳକ । ପିତା ଯେପରି ମୋତେ ଜାଣନ୍ତି ଓ ମୁଁ ପିତାଙ୍କୁ ଜାଣେ,


ଏହେତୁ ରାଜା ପରାମର୍ଶ କରି ସୁବର୍ଣ୍ଣର ଦୁଇ ଗୋବତ୍ସ ନିର୍ମାଣ କଲେ; ପୁଣି, ସେ ଲୋକମାନଙ୍କୁ କହିଲେ, “ଯିରୂଶାଲମକୁ ଯିବା ପାଇଁ ତୁମ୍ଭମାନଙ୍କୁ ବହୁତ କଷ୍ଟ ପଡ଼ୁଅଛି; ହେ ଇସ୍ରାଏଲ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ।”


ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋ’ ପାଖରୁ ଦୂର ହୁଅ ।


ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ, ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ ।


କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ ।


ତୁମ୍ଭେମାନେ ଆପଣାମାନଙ୍କର କୃତ ସମସ୍ତ ଅପରାଧ ଆପଣାମାନଙ୍କଠାରୁ ଦୂର କରି ଦିଅ ଓ ଆପଣାମାନଙ୍କ ପାଇଁ ନୂତନ ଅନ୍ତଃକରଣ ଓ ନୂତନ ଆତ୍ମା ପ୍ରସ୍ତୁତ କର; କାରଣ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ କାହିଁକି ମରିବ ?”


ମାତ୍ର ଏହି କାର୍ଯ୍ୟ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବା ପାଇଁ ଓ ପୃଥିବୀରୁ ଲୁପ୍ତ କରିବା ପାଇଁ ତହିଁ ପ୍ରତି ପାପର କାରଣ ହେଲା।


ମନୁଷ୍ୟ କି ଆପଣା ନିମନ୍ତେ ଈଶ୍ୱର ନିର୍ମାଣ କରିବ ? ସେ ତ ଈଶ୍ୱର ନୁହେଁ।


ରାଜା ନବୂଖଦ୍‍ନିତ୍ସର ଷାଠିଏ ହାତ ଉଚ୍ଚ ଓ ଛଅ ହାତ ପ୍ରସ୍ଥ ଏକ ସୁବର୍ଣ୍ଣମୟ ପ୍ରତିମା ନିର୍ମାଣ କଲା; ବାବିଲ ପ୍ରଦେଶର ଦୂରା ନାମକ ପଦାରେ ସେ ତାହା ସ୍ଥାପନ କଲା।


ଯାହା ଉତ୍ତମ, ତାହା ଇସ୍ରାଏଲ ଅଗ୍ରାହ୍ୟ କରିଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ।


ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ; ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା; ମାତ୍ର ବାଲ୍‍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ସେ ମଲା।


ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ ଓ ଆପଣା କୋପରେ ତାହାକୁ ନେଇ ଯାଇଅଛୁ।


Swiv nou:

Piblisite


Piblisite