Biblia Todo Logo
Bib sou entènèt

- Piblisite -




ହୋଶେୟ 12:3 - ଓଡିଆ ବାଇବେଲ

3 ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ଵରଙ୍କ ସହିତ ଯୁଦ୍ଧ କଲା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା;

Gade chapit la Kopi

ପବିତ୍ର ବାଇବଲ

3 ଯାକୁବ ମାତୃଗର୍ଭରେ ଥିଲା ଏବଂ ତା'ର ଭାଇ ସହିତ କୌଶଳ କରିଥିଲା। ସେ ଗୋଟିଏ ଶକ୍ତିଶାଳୀ ଯୁବକ ଥିଲା ଏବଂ ସେତେବେଳେ ସେ ପରମେଶ୍ୱରଙ୍କ ସହିତ ଲଢ଼ୁଥିଲା।

Gade chapit la Kopi




ହୋଶେୟ 12:3
14 Referans Kwoze  

ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଥିପାଇଁ ତାହାର ନାମ ଯାକୁବ ଦିଆଗଲା। ଇସ୍‍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ।


ଯେତେବେଳେ ସନ୍ତାନମାନେ ଜନ୍ମ ହୋଇ ନ ଥିଲେ, ଆଉ ଭଲ କିମ୍ବା ମନ୍ଦ କିଛି କରି ନ ଥିଲେ, ସେତେବେଳେ କର୍ମ ହେତୁ ନୁହେଁ, ମାତ୍ର ଆହ୍ୱାନକାରୀଙ୍କ ଇଚ୍ଛା ହେତୁ ନିର୍ବାଚନାନୁସାରେ ଈଶ୍ୱରଙ୍କ ସଂକଳ୍ପ ଯେପରି ସ୍ଥିର ରହେ,


ଏହେତୁ ସଦାପ୍ରଭୁ ଇସ୍ରାଏଲ ଉପରେ ଅତିଶୟ କ୍ରୁଦ୍ଧ ହେଲେ ଓ ସେମାନଙ୍କୁ ଆପଣା ଦୃଷ୍ଟିରୁ ଦୂର କଲେ। କେବଳ ଯିହୁଦା ଗୋଷ୍ଠୀ ଛଡ଼ା ଆଉ କେହି ଅବଶିଷ୍ଟ ରହିଲା ନାହିଁ।


ଏଣୁ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ବଂଶକୁ ଅଗ୍ରାହ୍ୟ କଲେ ଓ ସେମାନଙ୍କୁ କ୍ଳେଶ ଦେଲେ ଓ ଆପଣା ଦୃଷ୍ଟିରୁ ସେମାନଙ୍କୁ ଦୂର ନ କରିବା ପର୍ଯ୍ୟନ୍ତ ଲୁଟକାରୀମାନଙ୍କ ହସ୍ତରେ ସମର୍ପଣ କଲେ।


ଶେଷରେ ସଦାପ୍ରଭୁ ଆପଣାର ସମସ୍ତ ସେବକ ଭବିଷ୍ୟଦ୍‍ବକ୍ତାଙ୍କ ହସ୍ତରେ ଯେପରି କହିଥିଲେ, ତଦନୁସାରେ ସେ ଆପଣା ଦୃଷ୍ଟିରୁ ଇସ୍ରାଏଲକୁ ଦୂର କଲେ। ତେଣୁ ଇସ୍ରାଏଲ ଆପଣାମାନଙ୍କ ଦେଶରୁ ଅଶୂରକୁ ନିଆଗଲେ ଓ ଆଜି ପର୍ଯ୍ୟନ୍ତ ସେଠାରେ ଅଛନ୍ତି।


ଏହେତୁ ସଦାପ୍ରଭୁ କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ସହିତ ଆହୁରି ପ୍ରତିବାଦ କରିବା ଓ ତୁମ୍ଭମାନଙ୍କ ସନ୍ତାନଗଣର ସନ୍ତାନ ସହିତ ଆମ୍ଭେ ପ୍ରତିବାଦ କରିବା।


ଏବେ ତୁମ୍ଭର ଅନ୍ତିମ କାଳ ଉପସ୍ଥିତ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ପ୍ରେରଣ କରିବା ଓ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା ଓ ତୁମ୍ଭର ଘୃଣାଯୋଗ୍ୟ ସକଳ କର୍ମର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।


ଏବେ ଆମ୍ଭେ ଅବିଳମ୍ବରେ ଆମ୍ଭର କୋପ ତୁମ୍ଭ ଉପରେ ଢାଳି ଦେବା ଓ ତୁମ୍ଭ ବିରୁଦ୍ଧରେ ଆପଣା କ୍ରୋଧ ସଫଳ କରିବା, ଆଉ ତୁମ୍ଭର ଆଚରଣାନୁସାରେ ତୁମ୍ଭର ବିଚାର କରିବା; ଆମ୍ଭେ ତୁମ୍ଭର ଘୃଣାଯୋଗ୍ୟ ସକଳ କ୍ରିୟାର ଫଳ ତୁମ୍ଭ ଉପରେ ବର୍ତ୍ତାଇବା।


ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; କାରଣ ଦେଶରେ ସତ୍ୟ ଅବା ଦୟା କିଅବା ପରମେଶ୍ୱର ବିଷୟକ ଜ୍ଞାନ ନ ଥିବାରୁ ଦେଶନିବାସୀଗଣ ସହିତ ସଦାପ୍ରଭୁଙ୍କର ବିବାଦ ଅଛି।


ଏଣୁ ଯେପରି ଲୋକମାନଙ୍କ ଉପରେ ସେହିପରି ଯାଜକମାନଙ୍କ ଉପରେ ବର୍ତ୍ତିବ; ପୁଣି, ଆମ୍ଭେ ସେମାନଙ୍କ ଆଚରଣ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦେବା ଓ ସେମାନଙ୍କ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।


ସଦାପ୍ରଭୁ ଏହି କଥା କହନ୍ତି, “ଯିହୁଦାର ତିନି, ହଁ, ଚାରି ଅପରାଧ ସକାଶୁ ଆମ୍ଭେ ତହିଁର ଦଣ୍ଡ ନିବାରଣ କରିବା ନାହିଁ; କାରଣ ସେମାନେ ସଦାପ୍ରଭୁଙ୍କର ବ୍ୟବସ୍ଥା ଅଗ୍ରାହ୍ୟ କରିଅଛନ୍ତି ଓ ତାହାଙ୍କର ବିଧିସବୁ ପାଳନ କରି ନାହାନ୍ତି, ପୁଣି ସେମାନଙ୍କର ପିତୃପୁରୁଷମାନେ ଯେଉଁ ମିଥ୍ୟା ଦେବଗଣର ଅନୁଗାମୀ ହେଲେ, ତଦ୍ଦ୍ୱାରା ସେମାନେ ଭ୍ରାନ୍ତ ହୋଇଅଛନ୍ତି;


ହେ ପର୍ବତଗଣ, ହେ ପୃଥିବୀର ଅଟଳ ଭିତ୍ତିମୂଳସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବିବାଦ ବାକ୍ୟ ଶୁଣ; କାରଣ ଆପଣା ଲୋକମାନଙ୍କ ସହିତ ସଦାପ୍ରଭୁଙ୍କର ବିବାଦ ଅଛି ଓ ସେ ଇସ୍ରାଏଲ ସହିତ ବାଦାନୁବାଦ କରିବେ।


Swiv nou:

Piblisite


Piblisite