Biblia Todo Logo
Bib sou entènèt

- Piblisite -




ଏବ୍ରୀ 12:1 - ଓଡିଆ ବାଇବେଲ

1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ଵାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ଵାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟକରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଏହିପରି ସାକ୍ଷୀମାନଙ୍କର ଏକ ବିରାଟ ଜନତା ଆମ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି। ଅତଏବ ଆସ, ଯେଉଁସବୁ ବିଷୟ ଆମ୍ଭମାନଙ୍କର ଗତିରୋଧ କରୁଛୁ ଏବଂ ଯେଉଁସବୁ ପାପ ଆମ୍ଭମାନଙ୍କୁ ଟାଣି ଧରୁଛି, ସେ ସମସ୍ତ ପରିତ୍ୟାଗ କରି ଦୃଢ଼ସଂକଳ୍ପ ହୋଇ ଆମ ପାଇଁ ନିରୂପିତ ଦୌଡ଼ରେ ଆଗେଇ ଯିବା। ଏତିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ ଯିବା। ଏଥିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ।

Gade chapit la Kopi

ପବିତ୍ର ବାଇବଲ

1 ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍।

Gade chapit la Kopi




ଏବ୍ରୀ 12:1
52 Referans Kwoze  

ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି;


ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ଦିନରେ ଦର୍ପ କରି ପାରିବି ।


କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ;


ତୁମ୍ଭେମାନେ ତ ଉତ୍ତମ ରୂପେ ଦୌଡ଼ୁଥିଲ; କିଏ ତୁମ୍ଭମାନଙ୍କୁ ବାଧା ଦେଲା ଯେ, ସତ୍ୟର ଅବାଧ୍ୟ ହୋଇଅଛ ?


ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ୱାଦନ କରିଅଛ,


ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ;


ଅତଏବ, ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞାପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ଶୁଚି କରୁ, ପୁଣି, ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ ।


କୌଣସି ଲୋକ ସୖେନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୖେନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରି ପାରେ |


ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ ।


ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।


ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ ।


ଆଉ ଏହି ପ୍ରକାରେ ଦୀର୍ଘସହିଷ୍ଣୁୁ ହୋଇ ଅବ୍ରହାମ ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇଥିଲେ ।


ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ,


ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏ ହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ ।


ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛାନୁସାରେ କ୍ଷେପଣ କର ।


ପୁଣି, ସେ ସେମାନଙ୍କୁ କହିଲେ, ସାବଧାନ, ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ଧନସମ୍ପତ୍ତି ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।


ଜ୍ଞାନ ସହିତ ସଂଯମ, ସଂଯମ ସହିତ ଧୈର୍ଯ୍ୟ, ଧୈର୍ଯ୍ୟ ସହିତ ଧର୍ମପରାୟଣତା,


ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ । ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା ।


ଈଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋ' ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ।


ମେଘର ନ୍ୟାୟ ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣର ନ୍ୟାୟ ଉଡ଼ି ଆସୁଅଛନ୍ତି ଯେ ଏମାନେ, ଏମାନେ କିଏ ?


ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି ।


ସେ ଯାହା ଦେଖିଅଛନ୍ତି ଓ ଶୁଣିଅଛନ୍ତି, ତାହା ସମ୍ବନ୍ଧରେ ସେ ସାକ୍ଷ୍ୟ ଦିଅନ୍ତି, କିନ୍ତୁ ତାହାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ ।


ଆଉ, ତୁମ୍ଭେ ଦେଶକୁ ମେଘ ତୁଲ୍ୟ ଆଚ୍ଛାଦନ କରିବା ପାଇଁ ଆମ୍ଭ ଇସ୍ରାଏଲ ଲୋକଙ୍କ ବିରୁଦ୍ଧରେ ଆସିବ; ହେ ଗୋଗ୍‍, ଶେଷ କାଳରେ ଏହା ଘଟିବ ଯେ, ଗୋଷ୍ଠୀୟମାନେ ଯେପରି ଆମ୍ଭକୁ ଜାଣିବେ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଆମ୍ଭ ଦେଶ ବିରୁଦ୍ଧରେ ଆଣିବା, ସେତେବେଳେ ଆମ୍ଭେ ଗୋଷ୍ଠୀୟମାନଙ୍କ ଦୃଷ୍ଟିରେ ତୁମ୍ଭ ମଧ୍ୟରେ ପବିତ୍ରୀକୃତ ହେବା।


ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ।


କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ଼୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ଼୍ଗ ଦ୍ୱାରା ବଧ କରାଯିବ । ଏହି ସ୍ଥଳରେ ସାଧୁମାନଙ୍କର ଧୖେର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ ।


କାରଣ ମୋହର ପାଞ୍ଚ ଭାଇ ଅଛନ୍ତି; ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବେ ।


ମଧ୍ୟ ମୁଁ ତାହାଙ୍କ ଉଦ୍ଦେଶ୍ୟରେ ସିଦ୍ଧ ଥିଲି ଓ ମୁଁ ନିଜ ଅପରାଧରୁ ଆପଣାକୁ ରକ୍ଷା କଲି।


ମୁଁ ଯାହା ଯାହା କରିଅଛି, ସେହି ସବୁ ସେ ମୋତେ କହିଲେ ବୋଲି ଯେଉଁ ସ୍ତ୍ରୀଲୋକ ସାକ୍ଷ୍ୟ ଦେଇଥିଲା, ତାହାର କଥା ହେତୁ ସେହି ନଗରର ଶମିରୋଣୀୟମାନଙ୍କ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କଲେ ।


କାରଣ ଭାବବାଦୀ ସ୍ୱଦେଶରେ ଆଦର ପାଆନ୍ତି ନାହିଁ ବୋଲି ଯୀଶୁ ଆପେ ସାକ୍ଷ୍ୟ ଦେଲେ ।


ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ ଭାବରେ ବୁଝାଇଲି ।


ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ ।


ଆଉ ମୋତେ ଯେଉଁପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ ।


ଅତଏବ, ଜଣେ ସହପ୍ରାଚୀନ ପୁଣି, ଖ୍ରୀଷ୍ଟଙ୍କ ଦୁଃଖଭୋଗର ସାକ୍ଷୀ ଏବଂ ଆଗାମୀ ଗୌରବର ଅଂଶାଧିକାରୀ ଯେ ମୁଁ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରାଚୀନମାନଙ୍କୁ ଅନୁରୋଧ କରୁଅଛି,


ସେମାନେ କ’ଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ ଜଣାଇବେ ନାହିଁ, ପୁଣି ଆପଣା ଆପଣା ଅନ୍ତଃକରଣରୁ କ’ଣ ବାକ୍ୟ ଉଚ୍ଚାରଣ କରିବେ ନାହିଁ ?


ତହିଁରେ ସେ ଆପଣା ଚାଦର ଫୋପାଡ଼ିଦେଇ ଉଠି ଯୀଶୁଙ୍କ ନିକଟକୁ ଆସିଲା ।


Swiv nou:

Piblisite


Piblisite