Biblia Todo Logo
Bib sou entènèt

- Piblisite -




ଏବ୍ରୀ 10:4 - ଓଡିଆ ବାଇବେଲ

4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 କାରଣ ବୃକ୍ଷ ଓ ଛାଗର ରକ୍ତ କଦାପି ପାପ ମୋଚନ କରିପାରେ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ, ଏହା ଅସମ୍ଭବ।

Gade chapit la Kopi

ପବିତ୍ର ବାଇବଲ

4 ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହନ୍ତି।

Gade chapit la Kopi




ଏବ୍ରୀ 10:4
19 Referans Kwoze  

ଆହୁରି ମଧ୍ୟ, ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାଆନ୍ତି; ଏହି ସବୁ କେବେ ପାପ ହରଣ କରି ପାରେ ନାହିଁ ।


ଆଉ ତୁମ୍ଭେମାନେ ଜାଣ ଯେ, ସେ ପାପ ବୋହିନେଇଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କଠାରେ ପାପ ନାହିଁ ।


ଆଉ, ଯେତେବେଳେ ଆମ୍ଭେ ସେମାନଙ୍କର ପାପସବୁ ହରଣ କରିବା, ସେତେବେଳେ ଏହା ସେମାନଙ୍କ ସହିତ ଆମ୍ଭର ନିୟମ ହେବ ।


ଏସବୁ ଊର୍ଦ୍ଧ୍ୱରେ ସେ କହନ୍ତି, ବଳିଦାନ, ନୈବେଦ୍ୟ, ହୋମବଳି ଓ ପାପାର୍ଥକ ବଳି ତୁମ୍ଭେ ଲୋଡ଼ିଲ ନାହିଁ, କିମ୍ବା ସେଥିରେ ତୁମ୍ଭର ସନ୍ତୋଷ ନ ଥିଲା (ଯାହାସବୁ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଉତ୍ସର୍ଗ କରାଯାଏ;)


ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହି ସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରି ପାରେ ନାହିଁ;


ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି ।


ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଗୁରୁତର ।


କାରଣ ବଳିଦାନ ନୁହେଁ, ମାତ୍ର ଦୟା ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାଞ୍ଛା କରୁ।


କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।


ତୁମ୍ଭେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ; ତାହାଙ୍କୁ କୁହ, ଅଧର୍ମସକଳ କ୍ଷମା କର ଓ ଯାହା ଉତ୍ତମ, ତାହା ଗ୍ରହଣ କର; ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠାଧରର ଉପହାର ବୃଷ ରୂପରେ ଉତ୍ସର୍ଗ କରିବା।


ଶିବା ଦେଶରୁ କୁନ୍ଦୁରୁ ଓ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ ? ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ, କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।


ଯେ ଗୋବଧ କରେ, ସେ ମନୁଷ୍ୟ ହତ୍ୟାକାରୀ ପରି ହୁଏ; ଯେ ମେଷଶାବକ ବଳିଦାନ କରେ, ସେ କୁକ୍କୁର ବେକ କାଟି ପକାଇବା ଲୋକ ପରି ହୁଏ; ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକ ପରି ହୁଏ; ଯେ କୁନ୍ଦୁରୁ ଜ୍ୱଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକ ପରି ହୁଏ; ହଁ, ସେମାନେ ଆପଣାମାନଙ୍କର ପଥ ମନୋନୀତ କରିଅଛନ୍ତି ଓ ସେମାନଙ୍କର ପ୍ରାଣ ଆପଣାମାନଙ୍କ ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ;


କାରଣ ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟର ଛାୟା ସ୍ୱରୂପ ହୋଇ ସେହି ସବୁ ବିଷୟର ଅବିକଳ ପ୍ରତିମୂର୍ତ୍ତି ନ ହେବାରୁ ଯାଜକମାନଙ୍କର ବର୍ଷକୁ ବର୍ଷ ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ଦ୍ୱାରା ଉପାସକମାନଙ୍କୁ କଦାପି ସିଦ୍ଧ କରି ପାରନ୍ତି ନାହିଁ ।


Swiv nou:

Piblisite


Piblisite