Biblia Todo Logo
Bib sou entènèt

- Piblisite -




ଏବ୍ରୀ 10:2 - ଓଡିଆ ବାଇବେଲ

2 ସେହି ସବୁ ବଳିର ଉତ୍ସର୍ଗ କ'ଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଯଦି ପାରିଥାଆନ୍ତା, ତେବେ ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ନ ପାଇବାରୁ ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

2 ଏହିପରି ଭାବରେ ଈଶ୍ୱରଙ୍କ ଉପାସକମାନେ ଯଦି ପ୍ରକୃତରେ ପାପରୁ ପରିଷ୍କୃତ ହୋଇପାରୁଥାନ୍ତେ, ତେବେ ସେମାନେ ଆଉ ନିଜକୁ ପାପୀ ମନେ କରରନ୍ତେ ନାହିଁ ଏବଂ ସମସ୍ତ ବଳିଦାନର ଅବସାନ ଘଟନ୍ତା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ?

Gade chapit la Kopi

ପବିତ୍ର ବାଇବଲ

2 ଯଦି ବ୍ୟବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥା’ନ୍ତା ତା'ହେଲେ ସେହି ବଳିଗୁଡ଼ିକ ବନ୍ଦ ହୋଇ ଯାଇ ସାରିଥା’ନ୍ତା। ସେହି ଲୋକମାନେ ମଧ୍ୟ ପାପରୁ ଶୁଦ୍ଧ ହୋଇଯାଇ ସାରିଥା’ନ୍ତେ। ସେମାନେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥା’ନ୍ତେ। କିନ୍ତୁ ବ୍ୟବସ୍ଥା କଦାପି ତାହା କରି ପାରିବ ନାହିଁ।

Gade chapit la Kopi




ଏବ୍ରୀ 10:2
8 Referans Kwoze  

ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ।


ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ।


ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି।


ଆମ୍ଭେ ତୁମ୍ଭର ଅଧର୍ମସବୁ ନିବିଡ଼ କୁହୁଡ଼ିର ନ୍ୟାୟ ଓ ତୁମ୍ଭର ପାପସବୁ ମେଘ ପରି ମାର୍ଜନା କରିଅଛୁ; ଆମ୍ଭ ନିକଟକୁ ଫେରି ଆସ; କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ।


ସେମାନଙ୍କ ପାପ ଓ ସେମାନଙ୍କ ଅପରାଧସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ ।


ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ।


କାରଣ କେହି ଯେବେ ଈଶ୍ୱରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ ।


Swiv nou:

Piblisite


Piblisite