Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 47:1 - ଓଡିଆ ବାଇବେଲ

1 ଏଥିଉତ୍ତାରେ ଯୋଷେଫ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିଲେ, “ମୋ’ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ନେଇ ଆସି ଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଯୋଷେଫ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିଲେ, ମୋʼ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ନେଇ ଆସି ଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଯୋଷେଫ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିଲେ, “ମୋʼ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ନେଇ ଆସିଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ

1 ଯୋଷେଫ ଫାରୋଙ୍କ ନିକଟକୁ ଯାଇ କହିଲେ, “ମୋର ପିତା ଓ ଭାଇମାନେ ସେମାନଙ୍କର ସମସ୍ତ ପରିବାର ଏବେ କିଣାନ ଦେଶରୁ ଆସିଛନ୍ତି। ସେମାନଙ୍କର ସର୍ବଶ୍ୱ ଓ ପଶୁପଲ ସହ ସେମାନେ ଏହିଠାରେ ଅଛନ୍ତି। ସେମାନେ ବର୍ତ୍ତମାନ ଗୋଶନ ପ୍ରଦେଶରେ ଅଛନ୍ତି।”

Gade chapit la Kopi




ଆଦି ପୁସ୍ତକ 47:1
8 Referans Kwoze  

ଏଥିଉତ୍ତାରେ ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, “ମୁଁ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିବି, କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋ’ ନିକଟକୁ ଆସିଅଛନ୍ତି।”


ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବସ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋହର ନିକଟବର୍ତ୍ତୀ ହେବ।


ଏଥିଉତ୍ତାରେ ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ।


ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି, ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ; ସେଥିନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହଁନ୍ତି,


କେବଳ ଇସ୍ରାଏଲ ସନ୍ତାନଗଣର ବାସସ୍ଥାନ ଗୋଶନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ।


ପୁଣି, ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝିଙ୍କ ହେବ ନାହିଁ।”


ସେତେବେଳେ ତୁମ୍ଭେମାନେ କହିବ, “ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁ ବ୍ୟବସାୟୀ; ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସ୍ରୀୟମାନଙ୍କ ନିକଟରେ ଘୃଣାଯୋଗ୍ୟ ଅଟନ୍ତି।”


ଆଉ ଯୋଷେଫଙ୍କର ଭାଇମାନେ ଆସିଅଛନ୍ତି, ଜନରବ ଫାରୋଙ୍କର ଗୃହରେ ଶୁଣାଯାଆନ୍ତେ, ଫାରୋ ଓ ତାଙ୍କର ଦାସ ସମସ୍ତେ ସନ୍ତୁଷ୍ଟ ହେଲେ।


Swiv nou:

Piblisite


Piblisite