Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 26:11 - ଓଡିଆ ବାଇବେଲ

11 ଏଥିଉତ୍ତାରେ ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, “ଯେ କେହି ସେହି ମନୁଷ୍ୟକୁ କିଅବା ତାହାର ଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ଡ ଅବଶ୍ୟ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଅନନ୍ତର ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, ଯେ କେହି ସେହି ମନୁଷ୍ୟକୁ କିଅବା ତାହାରଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ତ ଅବଶ୍ୟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଏଥିଉତ୍ତାରେ ଅବିମେଲକ ସବୁ ଲୋକଙ୍କୁ ଏହି ଆଜ୍ଞା ଦେଲେ, “ଯେକେହି ସେହି ମନୁଷ୍ୟକୁ କିଅବା ତାହାର ଭାର୍ଯ୍ୟାକୁ ସ୍ପର୍ଶ କରିବ, ତାହାର ପ୍ରାଣଦଣ୍ଡ ଅବଶ୍ୟ ହେବ।”

Gade chapit la Kopi

ପବିତ୍ର ବାଇବଲ

11 ତେଣୁ ଅବିମେଲକ ସମସ୍ତ ଲୋକଙ୍କୁ ଚେତାବନି ଦେଇ କହିଲେ, “କୌଣସି ଲୋକ ସେହି ଲୋକ ଓ ତାଙ୍କର ସ୍ତ୍ରୀଙ୍କୁ ଛୁଇଁବ ନାହିଁ। ଯଦି କୌଣସି ଲୋକ ଏପରି କରେ ତେବେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ।”

Gade chapit la Kopi




ଆଦି ପୁସ୍ତକ 26:11
5 Referans Kwoze  

“ଆମ୍ଭ ଅଭିଷିକ୍ତମାନଙ୍କୁ ସ୍ପର୍ଶ କର ନାହିଁ ଓ ଆମ୍ଭ ଭବିଷ୍ୟଦ୍‍ବକ୍ତାଗଣର କୌଣସି କ୍ଷତି କର ନାହିଁ।”


ତେବେ ପରମେଶ୍ୱର ସ୍ୱପ୍ନ ଯୋଗେ ତାହାକୁ କହିଲେ, “ତୁମ୍ଭେ ମନର ସରଳତାରେ ଏହି କର୍ମ କରିଅଛ; ଏହା ଆମ୍ଭେ ଜାଣୁ; ପୁଣି, ଆମ୍ଭେ ମଧ୍ୟ ଆମ୍ଭ ବିରୁଦ୍ଧରେ ପାପ କରିବାକୁ ତୁମ୍ଭକୁ ବାରଣ କଲୁ; ଏ ନିମନ୍ତେ ତାଙ୍କୁ ସ୍ପର୍ଶ କରିବାକୁ ତୁମ୍ଭଙ୍କୁ ଦେଲୁ ନାହିଁ।


ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ; ଯେ ତାହାକୁ ଛୁଏଁ, ସେ ଅଦଣ୍ଡିତ ନୋହିବ।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି “ଯେଉଁ ଗୋଷ୍ଠୀଗଣ ତୁମ୍ଭମାନଙ୍କୁ ଲୁଟିଲେ, ସେମାନଙ୍କ ନିକଟକୁ ସେ ମୋତେ ସମାଦର କରି ପ୍ରେରଣ କରିଅଛନ୍ତି; କାରଣ ଯେଉଁ ଲୋକ ତୁମ୍ଭମାନଙ୍କୁ ସ୍ପର୍ଶ କରେ, ସେ ମୋ’ର ଚକ୍ଷୁର ପିତୁଳାକୁ ସ୍ପର୍ଶ କରେ।”


ଏଥିଉତ୍ତାରେ ଇସ୍‍ହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ ଶହେ ଗୁଣ ଲାଭ କଲେ; ପୁଣି, ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ।


Swiv nou:

Piblisite


Piblisite