Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 24:2 - ଓଡିଆ ବାଇବେଲ

2 ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ମୋ’ ଜଙ୍ଘରେ ହସ୍ତ ଦିଅ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭେ ମୋʼ ଜଙ୍ଘରେ ହସ୍ତ ଦିଅ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏଣୁ ସେ ଆପଣା ଗୃହର ସର୍ବକାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, “ମୁଁ ବିନୟ କରୁଅଛି, ତୁମ୍ଭେ ମୋʼ ଜଙ୍ଘରେ ହସ୍ତ ଦିଅ;

Gade chapit la Kopi

ପବିତ୍ର ବାଇବଲ

2 ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।

Gade chapit la Kopi




ଆଦି ପୁସ୍ତକ 24:2
14 Referans Kwoze  

ଇସ୍ରାଏଲଙ୍କର ମରଣ ଦିନ ସନ୍ନିକଟ ହେବାରୁ ସେ ଆପଣା ପୁତ୍ର ଯୋଷେଫଙ୍କୁ ଡକାଇ କହିଲେ, “ମୁଁ ଯଦି ତୁମ୍ଭ ସାକ୍ଷାତରେ ଅନୁଗ୍ରହ ପାଇଲି, ତେବେ ବିନୟ କରୁଅଛି, ତୁମ୍ଭେ ମୋ’ ଜଙ୍ଘରେ ହସ୍ତ ଦିଅ; ପୁଣି, ମୋ’ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରି ଏହି ମିସର ଦେଶରେ ମୋତେ କବର ଦିଅ ନାହିଁ।


ତହିଁରେ ଅବ୍ରାମ ଉତ୍ତର କଲେ, “ହେ ପ୍ରଭୁ ସଦାପ୍ରଭୁ, ତୁମ୍ଭେ ମୋତେ କ’ଣ ଦେବ ? ମୁଁ ତ ନିଃସନ୍ତାନ ହୋଇ ପ୍ରସ୍ଥାନ କରୁଅଛି, ପୁଣି, ଦମ୍ମେଶକୀୟ ଇଲୀୟେଜର ମୋ’ ଗୃହର ଧନାଧିକାରୀ ଅଟେ।”


ପୁଣି, ସମସ୍ତ ଅଧିପତି ଓ ବୀରଗଣ ଓ ଦାଉଦ ରାଜାଙ୍କର ସମସ୍ତ ପୁତ୍ର ମଧ୍ୟ ଶଲୋମନ ରାଜାଙ୍କର ବଶୀଭୂତ ହେଲେ।


ଏଥିଉତ୍ତାରେ ଯୋଷେଫ ଆପଣା ଗୃହାଧ୍ୟକ୍ଷକୁ ଆଜ୍ଞା ଦେଲେ, “ଏହି ଲୋକମାନଙ୍କ ପଟରେ ଯେତେ ଶସ୍ୟ ଧରଇ, ସେତେ ପରିପୂର୍ଣ୍ଣ କରି ଦିଅ, ପୁଣି, ପ୍ରତ୍ୟେକର ଟଙ୍କା ପ୍ରତ୍ୟେକର ପଟ ମୁଖରେ ରଖ।


ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ପରିଚାଳନା କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତୁ ।


ତେବେ ସେ କହିଲା, “ମୁଁ ଅବ୍ରହାମଙ୍କର ଦାସ।”


ପୁଣି, ମୋହର ପ୍ରଭୁ ମୋତେ ଶପଥ କରାଇ କହିଲେ, “ଆମ୍ଭେ ଯେଉଁମାନଙ୍କ ମଧ୍ୟରେ ବାସ କରୁଅଛୁ, ତୁମ୍ଭେ ଆମ୍ଭ ପୁତ୍ରର ବିବାହ ନିମନ୍ତେ ସେହି କିଣାନ ଦେଶୀୟ ଲୋକମାନଙ୍କ ମଧ୍ୟରୁ କୌଣସି କନ୍ୟା ଗ୍ରହଣ କରିବ ନାହିଁ;


ଏଥିରେ ଦାଉଦଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ; ମାତ୍ର ସେ ଉଠିଲେ ନାହିଁ, କିଅବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ।


ତହିଁ ଉତ୍ତାରେ ତାଙ୍କର ରଥସମୂହର ଅର୍ଦ୍ଧେକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ୍ତ ହେଉଥିଲେ;


ତହୁଁ ଯାକୁବ ଯୋଷେଫଙ୍କୁ ଶପଥ କରିବାକୁ କହନ୍ତେ, “ସେ ତାଙ୍କ ନିକଟରେ ଶପଥ କଲେ।” ସେତେବେଳେ ଇସ୍ରାଏଲ ଶଯ୍ୟାର ମୁଣ୍ଡଆଡ଼େ ପ୍ରଣାମ କରି ପରମେଶ୍ବରଙ୍କ ଆରାଧନା କଲେ।


ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, “ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।”


Swiv nou:

Piblisite


Piblisite