Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 12:5 - ଓଡିଆ ବାଇବେଲ

5 ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ପ୍ରାପ୍ତ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ପ୍ରାପ୍ତ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ।

Gade chapit la Kopi

ପବିତ୍ର ବାଇବଲ

5 ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲ‌ବ୍‌ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ।

Gade chapit la Kopi




ଆଦି ପୁସ୍ତକ 12:5
13 Referans Kwoze  

ସେତେବେଳେ ଅବ୍ରାମ ଆପଣା ଜ୍ଞାତି ଧରା ହୋଇ ଯିବାର ସମାଚାର ଶୁଣିବା ମାତ୍ରକେ (ଯୁଦ୍ଧ ବିଦ୍ୟାରେ) ଶିକ୍ଷିତ ଆପଣା ଗୃହଜାତ ତିନିଶହ ଅଠର ଜଣ ଲୋକଙ୍କୁ ସଙ୍ଗରେ ଘେନି ଶତ୍ରୁଗଣର ପଛେ ପଛେ ଦୌଡ଼ି ଦାନ୍‍ ନଗର ପର୍ଯ୍ୟନ୍ତ ଗଲେ।


ଏଥିଉତ୍ତାରେ ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ, ପୁଣି, ଅବ୍ରାମଙ୍କ ଭାର୍ଯ୍ୟା ସାରୀ ନାମ୍ନୀ ପୁତ୍ରବଧୂଙ୍କୁ ସଙ୍ଗରେ ନେଲେ; ଆଉ ସେମାନେ ସମସ୍ତେ କଲ୍‍ଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ଉତ୍ତରି ବସତି କଲେ।


ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି,ଏହି ଦେଶକୁ ଈଶ୍ୱର ତାହାଙ୍କୁ ନେଇଆସିଲେ,


ଏଥିଉତ୍ତାରେ ସଦୋମର ରାଜା ଅବ୍ରାମଙ୍କୁ କହିଲେ, “ତୁମ୍ଭେ ସମସ୍ତ ସମ୍ପତ୍ତି ନିଅ, ମାତ୍ର ମନୁଷ୍ୟ ସକଳ ଆମ୍ଭଙ୍କୁ ଦିଅ।”


ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି, ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା।


ପୁଣି, ଅବ୍ରାମଙ୍କର ସଙ୍ଗୀ ଲୋଟଙ୍କର ମଧ୍ୟ ଅନେକ ଅନେକ ମେଷ, ଗୋରୁ ଓ ତମ୍ବୁ ଥିଲା।


ଏଥିନିମନ୍ତେ ସେହି ଦେଶ ସେମାନଙ୍କର ଏକତ୍ର ବାସ ପାଇଁ ଉପଯୋଗୀ ହେଲା ନାହିଁ, କାରଣ ସେମାନଙ୍କର ବହୁତ ସମ୍ପତ୍ତି ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ।


ଏଥିଉତ୍ତାରେ ଯାକୁବ ବେର୍‍ଶେବାରୁ ବାହାରି ହାରଣ ଆଡ଼କୁ ଯାତ୍ରା କଲା।


ଏଥିଉତ୍ତାରେ ଏଷୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ରକନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି, ଆପଣାର ସମସ୍ତ ପଶ୍ୱାଦି ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା।


ମାତ୍ର ଯାଜକ ଯଦି କୌଣସି ପ୍ରାଣୀକୁ କ୍ରୟ କରେ, ତେବେ ତାହାର ରୂପାରେ କ୍ରୟ କରାଯାଇଥିବା ସେହି ଲୋକ ତାହା ଭୋଜନ କରିବ; ପୁଣି, ତାହାର ଗୃହରେ ଜନ୍ମ ହୋଇଥିବା ଲୋକମାନେ ତାହାର ଅନ୍ନ ଭୋଜନ କରିବେ।


ତେରହର ବଂଶାବଳୀ। ତେରହ ଅବ୍ରାମ ଓ ନାହୋର ଓ ହାରଣକୁ ଜାତ କଲା। ପୁଣି, ସେହି ହାରଣ ଲୋଟକୁ ଜାତ କଲା;


Swiv nou:

Piblisite


Piblisite