Biblia Todo Logo
Bib sou entènèt

- Piblisite -




ଗାଲାତୀୟ 2:18 - ଓଡିଆ ବାଇବେଲ

18 କାରଣ ମୁଁ ଯାହା ଯାହା ଭାଙ୍ଗିଅଛି, ସେହି ସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କାରଣ ମୁଁ ଯାହା ଯାହା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ବରଂ ଯେଉଁ ବ୍ୟବସ୍ଥାର ବନ୍ଧନକୁ ମୁଁ ଚ୍ଛିନ୍ନ କରିଛି, ତା’ର ପୁନଃ-ପ୍ରତିଷ୍ଠା କରିବାକୁ ଗଲେ, ମୁଁ ଅପରାଧୀ ହେବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ ମୁଁ ଯେଉଁ ଯେଉଁ ମୋଶାଙ୍କ ବ୍ୟବସ୍ଥା ଭାଙ୍ଗିଅଛି, ସେହିସବୁ ଯଦି ଆଉ ଥରେ ନିର୍ମାଣ କରେ, ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି।

Gade chapit la Kopi

ପବିତ୍ର ବାଇବଲ

18 କିନ୍ତୁ ଯେଉଁ ବିଷୟ ଗୁଡ଼ିକୁ ଆମ୍ଭେ ଛାଡ଼ି ଦେଇ ସାରିଛୁ, ମୁଁ ଯଦି ସେହିଗୁଡ଼ିକର ପୁନଃ ପ୍ରଗ୍ଭର ଆରମ୍ଭ କରେ, ତା'ହେଲେ ଏହା ଭୂଲ ହେବ।

Gade chapit la Kopi




ଗାଲାତୀୟ 2:18
9 Referans Kwoze  

କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ । ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ ।


କିନ୍ତୁ ହେ ଭାଇମାନେ, ଯଦି ମୁଁ ଏବେ ସୁଦ୍ଧା ସୁନ୍ନତ ବିଧି ପ୍ରଚାର କରୁଅଛି, ତେବେ କାହିଁକି ମୁଁ ଏଯାଏ ତାଡ଼ନା ଭୋଗ କରୁଅଛି ? ତାହାହେଲେ କ୍ରୁଶ ତ ଆଉ ବିଘ୍ନର କାରଣ ନୁହେଁ ।


ମୁଁ ଈଶ୍ୱରଙ୍କ ଅନୁଗ୍ରହକୁ ବ୍ୟର୍ଥ କରୁ ନାହିଁ; କାରଣ ଯଦି ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଧାର୍ମିକତା ଲାଭ ହୁଏ, ତାହାହେଲେ ଖ୍ରୀଷ୍ଟଙ୍କ ମୃତ୍ୟୁଭୋଗ କରିବା ବୃଥା ।


ଯଦି ତୁମ୍ଭେ ମୋଶାଙ୍କ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ ଲାଭଜନକ, କିନ୍ତୁ ଯଦି ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତରେ ପରିଣତ ହୁଏ ।


କିନ୍ତୁ ଯଦି ଆମ୍ଭମାନଙ୍କର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଆମ୍ଭେମାନେ କ'ଣ କହିବା ? ଯେଉଁ ଈଶ୍ୱର କ୍ରୋଧରେ ପ୍ରତିଫଳ ଦିଅନ୍ତି, ସେ କି ଅଧାର୍ମିକ ? ମୁଁ ମନୁଷ୍ୟ ଭାବରେ କହୁଅଛି ।


Swiv nou:

Piblisite


Piblisite