Biblia Todo Logo
Bib sou entènèt

- Piblisite -




ଗାଲାତୀୟ 1:12 - ଓଡିଆ ବାଇବେଲ

12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ଵାରା ପାଇଅଛି।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ମୁଁ କୌଣସି ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇ ନାହିଁ, କିଅବା କେହି ମୋତେ ତାହା ଶିକ୍ଷା ଦେଇ ନାହାନ୍ତି। ସ୍ୱୟଂ ଯୀଶୁ ଖ୍ରୀଷ୍ଟ ତାହା ମୋ’ ନିକଟରେ ପ୍ରକାଶ କରିଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି।

Gade chapit la Kopi

ପବିତ୍ର ବାଇବଲ

12 ମୁଁ ସେହି ସୁସମାଗ୍ଭର ମଣିଷମାନଙ୍କ ପାଖରୁ ପାଇ ନାହିଁ। କୌଣସି ମଣିଷ ମୋତେ ତାହା ଶିକ୍ଷା ଦେଇ ନାହିଁ, ବରଂ ଯୀଶୁ ଖ୍ରୀଷ୍ଟ ସେହି ସୁସମାଗ୍ଭର ମୋ’ ଆଗରେ ପ୍ରକାଶିତ କଲେ।

Gade chapit la Kopi




ଗାଲାତୀୟ 1:12
9 Referans Kwoze  

ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋ'ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ତାହାଙ୍କୁ ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟ ସହିତ ପରାମର୍ଶ ନ କରି


ମୁଁ ପାଉଲ, ଜଣେ ପ୍ରେରିତ ମନୁଷ୍ୟଠାରୁ ନୁହେଁ, କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା,


ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମୋତେ ଦର୍ପ କରିବାକୁ ପଡ଼ୁଅଛି; ମୁଁ ପ୍ରଭୁଙ୍କ ଦର୍ଶନ ଓ ପ୍ରକାଶିତ ବିଷୟ କହିବି ।


କିନ୍ତୁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କ ଦ୍ୱାରା ସେ ସମସ୍ତ ପ୍ରକାଶ କରିଅଛନ୍ତି ଯେଣୁ ସେହି ଆତ୍ମା ସମସ୍ତ ବିଷୟ, ହଁ, ଈଶ୍ୱରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ କରନ୍ତି ।


କାରଣ ମୁଁ ପ୍ରଭୁଙ୍କଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଅଛି, ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ,


ତୁମ୍ଭେମାନେ ବାହ୍ୟ ବିଷୟସବୁ ଦେଖୁଅଛ । ଯଦି କେହି ଆପଣାକୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି, ଆପେ ବିବେଚନା କରୁ ।


ମୁଁ ପ୍ରତ୍ୟାଦେଶ ପ୍ରାପ୍ତ ହୋଇ ଗମନ କଲି; ଆଉ ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ଯେଉଁ ସୁସମାଚାର ପ୍ରଚାର କରୁଅଛି, ତାହା ସେମାନଙ୍କୁ ବୁଝାଇଦେଲି, କିନ୍ତୁ ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ, ଏଥିପାଇଁ ଯେଉଁମାନେ ସମ୍ମାନ ଯୋଗ୍ୟ, କେବଳ ସେମାନଙ୍କୁ ପୃଥକ ଭାବରେ ବୁଝାଇଲି ।


ଅର୍ଥାତ୍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୂଢ଼ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସକ୍ଷିପ୍ତ ଭାବରେ ଲେଖିଅଛି ।


ଯେଣୁ ଆମ୍ଭେମାନେ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭମାନଙ୍କୁ ଏହା କହୁଅଛୁ, ଆମ୍ଭେମାନେ ଯେତେ ଲୋକ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଜୀବିତ ରହି ଅବଶିଷ୍ଟ ଥିବୁ, ଆମ୍ଭେମାନେ କୌଣସି ପ୍ରକାରେ ମହାନିଦ୍ରାପ୍ରାପ୍ତ ଲୋକଙ୍କର ଅଗ୍ରଗାମୀ ହେବୁ ନାହିଁ ।


Swiv nou:

Piblisite


Piblisite