Biblia Todo Logo
Bib sou entènèt

- Piblisite -




ଏଜ୍ରା 9:2 - ଓଡିଆ ବାଇବେଲ

2 କାରଣ ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି; ଏହିରୂପେ ପବିତ୍ର ବଂଶ ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି; ଆହୁରି, ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କର କନ୍ୟାଗଣକୁ ଗ୍ରହଣ କରିଅଛନ୍ତି; ଏହି ରୂପେ ପବିତ୍ର-ବଂଶ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି; ଆହୁରି, ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି; ଏହିରୂପେ ପବିତ୍ର ବଂଶ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି; ଆହୁରି, ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।”

Gade chapit la Kopi

ପବିତ୍ର ବାଇବଲ

2 ସେମାନେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସେମାନଙ୍କର କନ୍ୟାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ୟଦେଶରେ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି।”

Gade chapit la Kopi




ଏଜ୍ରା 9:2
24 Referans Kwoze  

କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।


କିଅବା ତୁମ୍ଭେ ଆପଣା ପୁତ୍ରମାନଙ୍କ ନିମନ୍ତେ ସେମାନଙ୍କ କନ୍ୟାଗଣକୁ ଗ୍ରହଣ କଲେ, ସେମାନଙ୍କ କନ୍ୟାଗଣ ନିଜ ଦେବଗଣର ଅନୁଗାମିନୀ ହୋଇ ତୁମ୍ଭ ପୁତ୍ରଗଣକୁ ଆପଣାମାନଙ୍କ ଦେବଗଣର ଅନୁଗାମୀ କରି ବ୍ୟଭିଚାର କରାଇବେ।


ଏଥିରେ ଏଲମ୍‍ର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାଙ୍କୁ ଉତ୍ତର କରି କହିଲା, “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଅନ୍ୟଦେଶୀୟ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି।


କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ବାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ବାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅପବିତ୍ର ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର ।


ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ ? ଆଉ କାହିଁକି ଏକ କଲେ? ସେ ଈଶ୍ୱରୀୟ ଏକ ବଂଶ ଉତ୍ପନ କରିବା ନିମନ୍ତେ ଚେଷ୍ଟା କଲେ।ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ।


ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟକ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି।


କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।


ପୁଣି, ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପବିତ୍ର ଲୋକ ହେବ; ଏନିମନ୍ତେ ପଶୁ ଦ୍ୱାରା କ୍ଷେତ୍ରରେ ବିଦୀର୍ଣ୍ଣ ମାଂସ ଖାଇବ ନାହିଁ; ତୁମ୍ଭେମାନେ ତାହା କୁକ୍କୁରମାନଙ୍କ ଆଗରେ ପକାଇ ଦେବ।


ପୁଣି, ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଗୋଷ୍ଠୀ ହେବ; ଏହିସବୁ କଥା ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ।


ଅବିଶ୍ୱାସୀମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ, କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା ? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା ?


ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ।


ଆଉ, ଯଦିବା ତହିଁରେ ଦଶମାଂଶ ରହେ, ତଥାପି ତାହା ପୁନର୍ବାର ବିନଷ୍ଟ ହେବ; ଏଲା ଓ ଅଲୋନ ବୃକ୍ଷ ହଣା ଗଲେ ହେଁ ଯେପରି ତାହାର ଗଣ୍ଡି ରହେ; ସେହିପରି ସେହି ପବିତ୍ର ବଂଶ ଏହି ଗୋଷ୍ଠୀର ଗଣ୍ଡିସ୍ୱରୂପ ଅଟେ।


ତହୁଁ ଇଲୀୟାଶୀବ ମହାଯାଜକର ପୌତ୍ର ଯିହୋୟାଦାର ଏକ ପୁତ୍ର ହୋରୋଣୀୟ ସନ୍‍ବଲ୍ଲଟ୍‍ର ଜୁଆଁଇ ଥିଲା; ତେଣୁ ମୁଁ ତାହାକୁ ଆପଣା ନିକଟରୁ ତଡ଼ିଦେଲି।


ତହିଁରେ ମୁଁ ଯିହୁଦାର ନେତାମାନଙ୍କ ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମଦିନ ଅପବିତ୍ର କରି ଏ କି କୁକର୍ମ କରୁଅଛ ?”


ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି;


ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭମାନେ ବଳବାନ ହେବ ଓ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ।’ ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ।


ଏହା ଦେଖି ଆମ୍ଭେମାନେ କ’ଣ ପୁନର୍ବାର ତୁମ୍ଭର ଆଜ୍ଞା-ଲଙ୍ଘନ କରିବୁ ଓ ଏହି ଘୃଣାଯୋଗ୍ୟ କର୍ମକାରୀ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ କୁଟୁମ୍ବିତା କରିବୁ ? କଲେ ତୁମ୍ଭେ କ’ଣ ଆମ୍ଭମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ କ୍ରୁଦ୍ଧ ହେବ ନାହିଁ ? ତହିଁରେ କେହି ଅବଶିଷ୍ଟ କି ରକ୍ଷିତ ରହିବେ ନାହିଁ।


ଆଉ, ସେ ଆପଣା ଲୋକମାନଙ୍କ ମଧ୍ୟରେ ଆପଣା ବଂଶ ଅପବିତ୍ର କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ତାହାକୁ ପବିତ୍ର କରୁ।”


ତହୁଁ ସେମାନେ ଗିଲୀୟଦ ଦେଶରେ ରୁବେନ୍‍ ସନ୍ତାନଗଣ ଓ ଗାଦ୍‍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ନିକଟକୁ ଆସି ସେମାନଙ୍କୁ କହିଲେ,


ଶଲୋମନ ରାଜା ଫାରୋର କନ୍ୟା ଛଡ଼ା ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ, ସୀଦୋନୀୟ ଓ ହିତ୍ତୀୟ ଅନେକ ବିଦେଶୀୟା ସ୍ତ୍ରୀମାନଙ୍କୁ ପ୍ରେମ କଲେ;


Swiv nou:

Piblisite


Piblisite