Biblia Todo Logo
Bib sou entènèt

- Piblisite -




ଏଜ୍ରା 1:9 - ଓଡିଆ ବାଇବେଲ

9 ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପା ଥାଳୀ, ଅଣତିରିଶ ଛୁରୀ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପା ଥାଳୀ, ଅଣତିରିଶ ଛୁରୀ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେହି ଦ୍ରବ୍ୟର ସଂଖ୍ୟା ଏହି; ତିରିଶ ସୁନା ଥାଳୀ, ଏକ ହଜାର ରୂପାଥାଳୀ, ଅଣତିରିଶ ଛୁରୀ;

Gade chapit la Kopi

ପବିତ୍ର ବାଇବଲ

9 ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁସବୁ ବସ୍ତୁ ଆଣିଥିଲା, ସେହି ଦ୍ରବ୍ୟଗୁଡ଼ିକର ସଂଖ୍ୟା ଏହିପରି ଥିଲା: ସୁନାଥାଳୀ 30, ରୂପାଥାଳୀ 1,000, ଛୁରୀ 29,

Gade chapit la Kopi




ଏଜ୍ରା 1:9
14 Referans Kwoze  

ଆଉ, ସେ ଆପଣା ମାଁ'ର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ ।


ଏକ ହଜାର ଡ୍ରାକ୍‌ମା (ଗ୍ରୀସ୍‌ଦେଶୀୟ ମୁଦ୍ରା) ମୂଲ୍ୟର କୋଡ଼ିଏ ସ୍ୱର୍ଣ୍ଣମୟ ପାତ୍ର, ପୁଣି ସ୍ୱର୍ଣ୍ଣ ତୁଲ୍ୟ ବହୁମୂଲ୍ୟ, ଉତ୍ତମ ଉଜ୍ଜ୍ୱଳ ପିତ୍ତଳର ଦୁଇ ପାତ୍ର ତୌଲି ଦେଲି।


ପୁଣି, ସେମାନେ କାର୍ଯ୍ୟ ସମାପ୍ତ କରନ୍ତେ, ରାଜାଙ୍କର ଓ ଯିହୋୟାଦାର ସମ୍ମୁଖକୁ ଅବଶିଷ୍ଟ ମୁଦ୍ରା ଆଣିଲେ, ତଦ୍ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ନାନା ପାତ୍ର, ଅର୍ଥାତ୍‍, ପରିଚର୍ଯ୍ୟାର୍ଥକ ଓ ବଳିଦାନାର୍ଥକ ପାତ୍ର, ପୁଣି ଚାମଚ ଓ ସ୍ୱର୍ଣ୍ଣମୟ ଓ ରୌପ୍ୟମୟ ପାତ୍ର ନିର୍ମାଣ କରାଗଲା। ଆଉ, ସେମାନେ ଯିହୋୟାଦାର ଜୀବନଯାଏ ସଦାପ୍ରଭୁଙ୍କ ଗୃହରେ ନିତ୍ୟ ହୋମବଳି ଉତ୍ସର୍ଗ କଲେ।


ଆଉ ହୂରମ୍‍ ପାତ୍ର ଓ କୋଦାଳ ଓ କୁଣ୍ଡସବୁ ନିର୍ମାଣ କଲା। ଏହିରୂପେ ହୂରମ୍‍ ପରମେଶ୍ୱରଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା।


ଆହୁରି ସେ ଦଶ ମେଜ ନିର୍ମାଣ କରି ମନ୍ଦିରର ଦକ୍ଷିଣ ଭାଗରେ ପାଞ୍ଚୋଟି ଓ ବାମ ଭାଗରେ ପାଞ୍ଚୋଟି ରଖିଲେ। ପୁଣି, ସେ ଏକ ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ।


ନିର୍ମଳ ସୁବର୍ଣ୍ଣର ପାତ୍ର, କତୁରୀ, କୁଣ୍ଡ, ଚାମର ଓ ଅଙ୍ଗାରଧାନୀ; ପୁଣି, ଅନ୍ତରାଗାରର, ଅର୍ଥାତ୍‍, ମହାପବିତ୍ର ସ୍ଥାନର କବାଟ ପାଇଁ ଓ ଗୃହର, ଅର୍ଥାତ୍‍, ମନ୍ଦିରର କବାଟ ପାଇଁ ସୁବର୍ଣ୍ଣର କବ୍‌ଜା କଲେ।


ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ ଶହେ ତିରିଶ ଶେକଲ ପରିମିତ ରୂପାର ଏକ ଥାଳୀ ଓ ସତୁରି ଶେକଲ ପରିମିତ ରୂପାର ଏକ କୁଣ୍ଡ; ଏହି ଦୁଇ ଭକ୍ଷ୍ୟ-ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ;


ତିରିଶ ସ୍ୱର୍ଣ୍ଣମୟ ପାନପାତ୍ର, ଚାରି ଶହ ଦଶ ରୌପ୍ୟମୟ ମଧ୍ୟମ ପାନପାତ୍ର, ପୁଣି ଏକ ସହସ୍ର ଅନ୍ୟାନ୍ୟ ପାତ୍ର,


ମୁଁ ସେମାନଙ୍କ ହସ୍ତରେ ଛଅ ଶହ ପଚାଶ ତାଳନ୍ତ ରୂପା ଓ ଶହେ ତାଳନ୍ତ ରୌପ୍ୟମୟ ପାତ୍ର; ଶହେ ତାଳନ୍ତ ସୁନା;


ତହିଁରେ ଯାଜକମାନେ ଓ ଲେବୀୟମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯିରୂଶାଲମସ୍ଥ ଗୃହକୁ ଆଣିବା ପାଇଁ ସେହି ତୌଲା ରୂପା ଓ ସୁନା ଓ ପାତ୍ରସକଳ ଗ୍ରହଣ କଲେ।


ଆଉ ପ୍ରହରୀବର୍ଗର ସେନାପତି ଅଙ୍ଗାରଧାନୀ ଓ କୁଣ୍ଡସବୁ, ଯାହା ସୁନାର ଥିଲା, ତାହା ସୁନା କରି, ପୁଣି ଯାହା ରୂପାର ଥିଲା, ତାହା ରୂପା କରି ନେଇଗଲା।


Swiv nou:

Piblisite


Piblisite