Biblia Todo Logo
Bib sou entènèt

- Piblisite -




ଯିହିଜିକଲ 2:3 - ଓଡିଆ ବାଇବେଲ

3 ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ପୁଣି, ସେ ମୋତେ କହିଲେ,ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ହିଁ କରୁଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ପୁଣି, ସେ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ସୁଦ୍ଧା କରୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

3 ତା'ପରେ ସେ ମୋତେ କହିଲା, “ହେ ମନୁଷ୍ୟ ପୁତ୍ର, ମୁଁ ତୁମ୍ଭକୁ ଇସ୍ରାଏଲର ସନ୍ତାନଗଣଙ୍କ ନିକଟକୁ ପ୍ରେରଣ କରୁଛି। ସେମାନେ ଏକ ବିଦ୍ରୋହୀ ଜାତି। ସେମାନେ ଓ ସେମାନଙ୍କର ପୂର୍ବପୁରୁଷଗଣ ମୋ’ ବିରୁଦ୍ଧରେ ବିଦ୍ରୋହ କଲେ ଓ ଆଜି ପର୍ଯ୍ୟନ୍ତ ପାପ କରି ଗ୍ଭଲିଛନ୍ତି।

Gade chapit la Kopi




ଯିହିଜିକଲ 2:3
42 Referans Kwoze  

ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ; କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟ କାଳରୁ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କରି ନାହୁଁ।


ମୁଁ ତୁମ୍ଭମାନଙ୍କୁ ଜାଣିବା ଦିନଠାରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହୋଇ ଆସିଅଛ।


ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ ? ଯେପରି ଲେଖା ଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ ।


ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି ।


“ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ପଥରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ, ତୁମ୍ଭମାନଙ୍କର ରାଜାଗଣ, ଓ ଅଧିପତିଗଣ ଓ ଦେଶସ୍ଥ ଲୋକ ସମସ୍ତେ ଯେଉଁ ଧୂପ ଜ୍ୱଳାଇଲେ, ସଦାପ୍ରଭୁ କି ତାହା ସ୍ମରଣ କଲେ ନାହିଁ ଓ ତାହା କି ତାଙ୍କ ମନରେ ପଡ଼ିଲା ନାହିଁ ?


“ତୁମ୍ଭେ ଖଣ୍ଡେ ନଳାକାର ପୁସ୍ତକ ନିଅ, ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ, ଯୋଶୀୟଙ୍କ ରାଜତ୍ଵ ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଯିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେହି ସମସ୍ତ ବାକ୍ୟ ତହିଁରେ ଲେଖ।


ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରରେ ଠିଆ ହୋଇ ସେଠାରେ ଏହି କଥା ପ୍ରଚାର କରି କୁହ, “ହେ ଯିହୁଦାର ଲୋକ ସମସ୍ତେ, ସଦାପ୍ରଭୁଙ୍କର ଭଜନା କରିବା ନିମନ୍ତେ ଏହିସବୁ ଦ୍ୱାରରେ ପ୍ରବେଶ କରିଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।


ମାତ୍ର ସଦାପ୍ରଭୁ ମୋତେ କହିଲେ, “ମୁଁ ବାଳକ ବୋଲି କୁହ ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ ଓ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।


ଆହୁରି, ସେମାନେ ବାଲ୍‍-ପିୟୋର ପ୍ରତି ଆସକ୍ତ ହେଲେ ଓ ମୃତମାନଙ୍କର ବଳି ଭୋଜନ କଲେ।


ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ, ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ।


ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ; ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ, ଆମ୍ଭମାନଙ୍କ ରାଜାଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜାଗଣ ହସ୍ତରେ, ଖଡ୍ଗରେ, ବନ୍ଦୀତ୍ୱରେ ଓ ଲୁଟରେ ଓ ମୁଖ ବିଷଣ୍ଣତାରେ ସମର୍ପିତ ହୋଇଅଛୁ।


ଅବ୍ରହାମ, ଇସ୍‍ହାକ ଓ ଯାକୁବ, ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର; ଏହି ଲୋକମାନଙ୍କ ଅବାଧ୍ୟତା ପ୍ରତି, କି ସେମାନଙ୍କ ଦୁଷ୍ଟତା ପ୍ରତି, କିଅବା ସେମାନଙ୍କ ପାପ ପ୍ରତି ଦୃଷ୍ଟି କର ନାହିଁ।


ପୁଣି, ମୋଶା ଓ ହାରୋଣ ସେହି ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେ ସେମାନଙ୍କୁ କହିଲେ, “ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏହି ଶୈଳରୁ ଜଳ ବାହାର କରିବା ?


“ତୁମ୍ଭେ ସେହି ବିଦ୍ରୋହୀ-ବଂଶକୁ କୁହ, ତୁମ୍ଭେମାନେ କି ଏହିସବୁର ତାତ୍ପର୍ଯ୍ୟ ଜାଣ ନାହିଁ ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୂଶାଲମକୁ ଆସି ତହିଁର ରାଜାକୁ ଓ ତହିଁର ଅଧିପତିଗଣକୁ ଆପଣାର ନିକଟକୁ ବାବିଲକୁ ନେଇ ଗଲା;


ଏଣୁ ତୁମ୍ଭେ ଏହି ବିଦ୍ରୋହୀ ବଂଶର ଉଦ୍ଦେଶ୍ୟରେ ଗୋଟିଏ ଦୃଷ୍ଟାନ୍ତ କଥା କହି ସେମାନଙ୍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ହଣ୍ଡା ଚଢ଼ାଅ, ତାହା ଚଢ଼ାଅ ଓ ମଧ୍ୟ ତହିଁ ଭିତରେ ଜଳ ଢାଳି ଦିଅ;


ଏଥିରେ ସେ ପୁରୁଷ ମୋତେ କହିଲେ, “ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା ଦେଖାଇବା, ସେହି ସବୁ ତୁମ୍ଭେ ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ତହିଁରେ ମନୋନିବେଶ କର; କାରଣ ଆମ୍ଭେ ଯେପରି ସେହି ସବୁ ତୁମ୍ଭକୁ ଦେଖାଉ, ଏ ଅଭିପ୍ରାୟରେ ତୁମ୍ଭେ ଏଠାକୁ ଆନୀତ ହୋଇଅଛ; ତୁମ୍ଭେ ଯାହା ଯାହା ଦେଖିବ, ତାହାସବୁ ଇସ୍ରାଏଲ ବଂଶକୁ ଜ୍ଞାତ କରାଅ।”


ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍‍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର।”


ତଥାପି ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ, ମାତ୍ର ସେମାନଙ୍କର ଯେଉଁ ପିତୃଲୋକମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ, ସେମାନଙ୍କ ଗ୍ରୀବା ତୁଲ୍ୟ ଆପଣାମାନଙ୍କ ଗ୍ରୀବା ଶକ୍ତ କଲେ।


ପୁଣି ସେମାନେ ତାହାଙ୍କର ବିଧି ଓ ସେମାନଙ୍କ ପିତୃଗଣ ସହିତ କୃତ ତାହାଙ୍କର ନିୟମ ଓ ସେମାନଙ୍କ ପ୍ରତି ଦତ୍ତ ତାହାଙ୍କର ସାକ୍ଷ୍ୟସବୁ ଅଗ୍ରାହ୍ୟ କଲେ। ଆଉ ସେମାନେ ଅସାରତାର ଅନୁଗାମୀ ହୋଇ ଅସାର ହେଲେ ଓ ସଦାପ୍ରଭୁ ଯେଉଁମାନଙ୍କ ତୁଲ୍ୟ କର୍ମ ନ କରିବାକୁ ସେମାନଙ୍କୁ ଆଜ୍ଞା ଦେଇଥିଲେ; ଆପଣାମାନଙ୍କ ଚତୁର୍ଦ୍ଦିଗସ୍ଥ ସେହି ଅନ୍ୟ ଦେଶୀୟମାନଙ୍କର ପଶ୍ଚାଦ୍‍ଗାମୀ ହେଲେ।


ସଦାପ୍ରଭୁ କହନ୍ତି, “ଯେଉଁ ବିଦ୍ରୋହୀ ସନ୍ତାନଗଣ” ମନ୍ତ୍ରଣା କରନ୍ତି, ମାତ୍ର “ଆମ୍ଭ ଦ୍ୱାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ୱାରା ନୁହେଁ, ସେମାନେ ସନ୍ତାପର ପାତ୍ର !


ତହିଁରେ ଯିରିମୀୟ ସମସ୍ତ ଲୋକଙ୍କୁ, ଅର୍ଥାତ୍‍, ସେହି ପ୍ରତ୍ୟୁତ୍ତରକାରୀ ପୁରୁଷ ଓ ସ୍ତ୍ରୀ ସମସ୍ତଙ୍କୁ କହିଲେ,


ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟଠାରୁ ତୁମ୍ଭେମାନେ ଆମ୍ଭର ବିଧିସବୁ ଲଙ୍ଘନ କରିଅଛ ଓ ସେହିସବୁ ପାଳନ କରି ନାହଁ। ଆମ୍ଭ ନିକଟକୁ ଫେରି ଆସ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ଫେରିବା ?”


Swiv nou:

Piblisite


Piblisite