Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 7:1 - ଓଡିଆ ବାଇବେଲ

1 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍‍ବକ୍ତା ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ଵର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍ବକ୍ତା ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ୍ଭ ଭ୍ରାତା ହାରୋଣ ତୁମ୍ଭର ଭବିଷ୍ୟଦ୍‍ବକ୍ତା ହେବ।

Gade chapit la Kopi

ପବିତ୍ର ବାଇବଲ

1 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ତୁମ୍ଭଙ୍କୁ ଫାରୋଙ୍କ ନିକଟରେ ପରମେଶ୍ୱର ତୁଲ୍ୟ କରିଅଛି। ଏବଂ ତୁମ୍ଭର ଭାଇ ହାରୋଣ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତା ହେବ।

Gade chapit la Kopi




ଯାତ୍ରା ପୁସ୍ତକ 7:1
11 Referans Kwoze  

ମୁଁ କହିଲି, “ତୁମ୍ଭେମାନେ ଈଶ୍ୱରଗଣ ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ।


ଦେଖ, ଉତ୍ପାଟନ, ଭଗ୍ନ, ବିନାଶ ଓ ନିପାତ କରିବା ନିମନ୍ତେ; ପତ୍ତନ ଓ ରୋପଣ କରିବା ନିମନ୍ତେ ଆମ୍ଭେ ନାନା ଦେଶ ଓ ରାଜ୍ୟ ଉପରେ ଆଜି ତୁମ୍ଭକୁ ନିଯୁକ୍ତ କଲୁ।”


ତହୁଁ ଏଲୀୟ ବାଳକକୁ ନେଇ କୋଠରିରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାକୁ ସମର୍ପଣ କଲେ; ପୁଣି, ଏଲୀୟ କହିଲେ, “ଏହି ଦେଖ, ତୁମ୍ଭର ପୁତ୍ର ଜୀବିତ ହେଲା।”


ମାତ୍ର ଇଲୀଶାୟ ଆପଣା ଗୃହରେ ବସିଥିଲେ ଓ ପ୍ରାଚୀନବର୍ଗ ତାଙ୍କ ସଙ୍ଗେ ବସିଥିଲେ; ଏପରି ସମୟରେ ରାଜା ଆପଣା ସମ୍ମୁଖରୁ ଜଣେ ଲୋକ ପଠାଇଲେ; ମାତ୍ର ସେ ଦୂତ ଇଲୀଶାୟଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଇଲୀଶାୟ ପ୍ରାଚୀନବର୍ଗଙ୍କୁ କହିଲେ, “ଏହି ନରହତ୍ୟାକାରୀର ପୁତ୍ର କିପରି ମୋହର ମସ୍ତକ ନେବା ପାଇଁ ଲୋକ ପଠାଇଅଛି, ଏହା କ’ଣ ତୁମ୍ଭେମାନେ ଦେଖୁଅଛ ? ଦେଖ, ସେ ଦୂତ ପହଞ୍ଚିବା ବେଳେ ଦ୍ୱାର ବନ୍ଦ କର ଓ ତାକୁ ଅଟକାଇବା ପାଇଁ ଦ୍ୱାର ଦୃଢ଼ କରି ଧର; ତାହାର ପ୍ରଭୁର ପଦଶବ୍ଦ କ’ଣ ତାହାର ପଛରେ ନାହିଁ ?”


ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ସକାଶୁ ସେ (ସଦାପ୍ରଭୁ) ତୁମ୍ଭମାନଙ୍କୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି; ତୁମ୍ଭେମାନେ ପ୍ରତି ଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରକୁ ନ ଯାଇ ସ୍ୱ ସ୍ୱ ସ୍ଥାନରେ ଥାଅ।”


ତହୁଁ ସେ କହିଲେ, “ଭଲ, ଆମ୍ଭେ ଏ ବିଷୟରେ ତୁମ୍ଭ ପ୍ରତି ଅନୁଗ୍ରହ କରି, ସେହି ଯେଉଁ ନଗରର କଥା ତୁମ୍ଭେ କହିଲ, ତାହା ଉତ୍ପାଟନ କରିବା ନାହିଁ।


ଯାହା ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ, ଏହା ନୂତନ, ଏହାପରି କି କୌଣସି ବିଷୟ ଅଛି ? ତାହା ତ ଏଥିପୂର୍ବେ ଆମ୍ଭମାନଙ୍କ ପୂର୍ବକାଳୀନ ସମୟରେ ଥିଲା।


ସେ ସେମାନଙ୍କ ପିତୃଗଣ ସାକ୍ଷାତରେ ମିସର ଦେଶରେ, ସୋୟନ-ପଦାରେ ନାନା ଆଶ୍ଚର୍ଯ୍ୟ କର୍ମ କଲେ।


ପୁଣି, ଈଶ୍ୱର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ ।


Swiv nou:

Piblisite


Piblisite