Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 39:1 - ଓଡିଆ ବାଇବେଲ

1 ଏଥିଉତ୍ତାରେ ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ ଓ ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ଵାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରୋଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ।

Gade chapit la Kopi

ପବିତ୍ର ବାଇବଲ

1 କୁଶଳୀ କର୍ମୀମାନେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତାଦ୍ୱାରା ସେମାନେ ସ୍ୱତନ୍ତ୍ର ଧରଣର ପୋଷାକ ତିଆରି କଲେ। ସେହି ବିଶେଷ ପୋଷାକ ଯାଜକମାନେ ଯେତେବେଳେ ସଦାପ୍ରଭୁଙ୍କର କର୍ମ କରିବେ, ସେମାନେ ସେହି ସମୟରେ ପିନ୍ଧିବେ। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଦେଇଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସେହି ପବିତ୍ର ବସ୍ତ୍ର ତିଆରି କଲେ।

Gade chapit la Kopi




ଯାତ୍ରା ପୁସ୍ତକ 39:1
14 Referans Kwoze  

ପୁଣି, ସୁଶୋଭିତ ବସ୍ତ୍ର, ଯାଜକ କର୍ମ କରଣାର୍ଥେ ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରଗଣର ବସ୍ତ୍ର,


ପୁଣି, ଯେଉଁମାନଙ୍କ ନିକଟରେ ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମ ସୂତ୍ର, ଛାଗର ଲୋମ, ରକ୍ତୀକୃତ ମେଷ ଚର୍ମ ଓ ଶିଶୁକ ଚର୍ମ ଥିଲା, ସେମାନେ ପ୍ରତ୍ୟେକେ ତାହା ଆଣିଲେ।


ପୁଣି, ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର, ଅର୍ଥାତ୍‍, ହାରୋଣ ଯାଜକଙ୍କ ନିମନ୍ତେ ପବିତ୍ର ବସ୍ତ୍ର ଓ ଯାଜକ କର୍ମ ନିମନ୍ତେ ତାଙ୍କର ପୁତ୍ରମାନଙ୍କର ବସ୍ତ୍ର, ଏହି ସମସ୍ତ ପ୍ରସ୍ତୁତ କରିବ।


ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;


ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି ।


ଗୃହର ବ୍ୟବସ୍ଥା ଏହି, ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦ୍ଦିଗର ସମୁଦାୟ ସୀମା ମହାପବିତ୍ର ହେବ। ଦେଖ, ଏହା ହିଁ ଗୃହର ବ୍ୟବସ୍ଥା।


ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେହି ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ, ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହାସବୁ ସେଠାରେ ରଖିବେ; କାରଣ ସେହି ସବୁ ପବିତ୍ର; ଆଉ, ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ, ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ।”


ତୁମ୍ଭର ପ୍ରମାଣ-ବାକ୍ୟ ଅତି ନିଶ୍ଚିତ; ହେ ସଦାପ୍ରଭୁ, ପବିତ୍ରତା ସର୍ବଦା ତୁମ୍ଭ ଗୃହର ଶୋଭା।


ପବିତ୍ର ସ୍ଥାନରେ ସେବାକରଣାର୍ଥକ ସୁଶୋଭିତ ବସ୍ତ୍ର, ଅର୍ଥାତ୍‍, ହାରୋଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜକ କର୍ମ ସମ୍ବନ୍ଧୀୟ ବସ୍ତ୍ର,


ଆହୁରି ତୁମ୍ଭେ ଦଶ ଯବନିକା ଦ୍ୱାରା ଆବାସ ପ୍ରସ୍ତୁତ କରିବ; ସେହି ସବୁ ଯବନିକା ଶୁଭ୍ର କ୍ଷୋମ, ନୀଳ, ଧୂମ୍ର ଓ ସିନ୍ଦୂର ବର୍ଣ୍ଣ ସୂତ୍ରରେ ନିର୍ମିତ ହେବ, ତହିଁରେ ଶିଳ୍ପୀତ କିରୂବମାନଙ୍କର ଆକୃତି ରହିବ।


ପୁଣି, ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ,


ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗର ଚୁଙ୍ଗୀ, ପ୍ରାଙ୍ଗଣ ଦ୍ୱାରର ଚୁଙ୍ଗୀ, ଆବାସର ସମସ୍ତ ମେଖ ଓ ପ୍ରାଙ୍ଗଣର ଚତୁର୍ଦ୍ଦିଗର ମେଖସକଳ ନିର୍ମାଣ କଲେ।


ସେମାନେ ସୁବର୍ଣ୍ଣ, ନୀଳ, ଧୂମ୍ର, ସିନ୍ଦୂର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷୌମସୂତ୍ର ନେବେ।


Swiv nou:

Piblisite


Piblisite