Biblia Todo Logo
Bib sou entènèt

- Piblisite -




ଯାତ୍ରା ପୁସ୍ତକ 32:9 - ଓଡିଆ ବାଇବେଲ

9 ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, “ଆମ୍ଭେ ଏହି ଲୋକମାନଙ୍କୁ ଦେଖିଅଛୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, “ଆମ୍ଭେ ଏହି ଲୋକମାନଙ୍କୁ ଦେଖିଅଛୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।

Gade chapit la Kopi

ପବିତ୍ର ବାଇବଲ

9 ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି। ସେମାନେ ଅତିଶୟ ଜି‌ଦ୍‌ଖୋର

Gade chapit la Kopi




ଯାତ୍ରା ପୁସ୍ତକ 32:9
19 Referans Kwoze  

ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି ।


ତୁମ୍ଭେ ଅବାଧ୍ୟ, ତୁମ୍ଭର ଗ୍ରୀବା ଲୌହନଳୀ ଓ ତୁମ୍ଭର କପାଳ ପିତ୍ତଳ ସ୍ୱରୂପ ବୋଲି ଆମ୍ଭେ ଜାଣିଲୁ।


ଆହୁରି ସଦାପ୍ରଭୁ ମୋତେ କହିଲେ, “ମୁଁ ଏହି ଲୋକମାନଙ୍କୁ ଦେଖିଅଛି, ଆଉ ଦେଖ, ଏମାନେ ପ୍ରକୃତରେ ଶକ୍ତଗ୍ରୀବ ଲୋକ ଅଟନ୍ତି।”


“ପ୍ରଭୁ, ମୁଁ ଯଦି ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି, ପ୍ରଭୁ ଆମ୍ଭମାନଙ୍କ ମଧ୍ୟବର୍ତ୍ତୀ ହୋଇ ଗମନ କରନ୍ତୁ; କାରଣ ଏମାନେ ଶକ୍ତଗ୍ରୀବ ଲୋକ, ଆଉ ଆମ୍ଭମାନଙ୍କ ଅପରାଧ ଓ ପାପ ମୋଚନ କରି ଆପଣା ଅଧିକାରାର୍ଥେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତୁ।”


କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ; ଯଦି ଆମ୍ଭେ ଏକ ନିମିଷ ତୁମ୍ଭ ମଧ୍ୟକୁ ଯିବା, ତେବେ ତୁମ୍ଭଙ୍କୁ ସଂହାର କରିବା; ତୁମ୍ଭେ ଏବେ ଆପଣା ଶରୀରରୁ ଆଭରଣ ଦୂର କର, ତହିଁରେ ତୁମ୍ଭ ପ୍ରତି କି କର୍ତ୍ତବ୍ୟ ତାହା ଜାଣିବା।”


ଏନିମନ୍ତେ ସେହି ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଯାଅ; ମାତ୍ର ଆମ୍ଭେ ତୁମ୍ଭର ମଧ୍ୟବର୍ତ୍ତୀ ହୋଇ ଯିବା ନାହିଁ; ଗଲେ ଆମ୍ଭେ ପଥ ମଧ୍ୟରେ ତୁମ୍ଭଙ୍କୁ ସଂହାର କରିବା, କାରଣ ତୁମ୍ଭେ ଶକ୍ତଗ୍ରୀବ ଲୋକ।”


ଯେହେତୁ ମୁଁ ତୁମ୍ଭର ବିଦ୍ରୋହିତା ଓ ଶକ୍ତଗ୍ରୀବତା ଜାଣେ; ଦେଖ, ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହେଉଅଛ, ପୁଣି ମୋ’ ମରଣ ଉତ୍ତାରେ ଆଉ କେତେ ଅଧିକ ନ ହେବ ?


ତୁମ୍ଭେମାନେ ଆପଣାମାନଙ୍କ ପିତୃଲୋକଙ୍କ ତୁଲ୍ୟ ଶକ୍ତଗ୍ରୀବ ନ ହୁଅ; ମାତ୍ର ତୁମ୍ଭମାନଙ୍କ ଉପରୁ ତାହାଙ୍କର ପ୍ରଚଣ୍ଡ କ୍ରୋଧ ଯେପରି ନିବୃତ୍ତ ହେବ, ଏଥିପାଇଁ ଆପଣାମାନଙ୍କୁ ସଦାପ୍ରଭୁଙ୍କର ବଶୀଭୂତ କର ଓ ସେ ଚିରକାଳ ନିମନ୍ତେ ଯେଉଁ ସ୍ଥାନ ପବିତ୍ର କରିଅଛନ୍ତି, ତାହାଙ୍କର ସେହି ଧର୍ମଧାମରେ ପ୍ରବେଶ କରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେବା କର।


ଏନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ଧାର୍ମିକତା ସକାଶୁ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାନ୍ତି, ଏହା ଜ୍ଞାତ ହୁଅ ଯେହେତୁ ତୁମ୍ଭେ ଶକ୍ତଗ୍ରୀବ ଲୋକ।


ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍‍ ଭଗ୍ନ ହେବ।


ପୁଣି, ଆପଣା ପିତୃଗଣ ତୁଲ୍ୟ ଅବାଧ୍ୟ ଓ ବିଦ୍ରୋହୀ ବଂଶ ହେବେ ନାହିଁ; ସେହି ବଂଶ ଆପଣା ଆପଣା ଅନ୍ତଃକରଣ ଯଥାର୍ଥ ରୂପେ ସୁସ୍ଥିର କଲେ ନାହିଁ; ଓ ସେମାନଙ୍କ ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।


ଆଉ ସେମାନେ ପାଳିବାକୁ ଅସମ୍ମତ ହେଲେ, କିଅବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଥିଲ, ତାହା ସ୍ମରଣରେ ରଖିଲେ ନାହିଁ; ମାତ୍ର ଆପଣା ଆପଣା ମନ କଠିନ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ; ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ, ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।


ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ହୃଦୟର ଅଗ୍ରଚର୍ମ ସୁନ୍ନତ କର, ଆଉ ଶକ୍ତଗ୍ରୀବ ହୁଅ ନାହିଁ।


ଆମ୍ଭେ ଇସ୍ରାଏଲ ବଂଶ ମଧ୍ୟରେ ଅତି ଭୟଙ୍କର ଏକ ବିଷୟ ଦେଖିଅଛୁ, ସେହି ସ୍ଥାନରେ ଇଫ୍ରୟିମ ମଧ୍ୟରେ ବେଶ୍ୟାବୃତ୍ତି ଦେଖାଯାଏ, ଇସ୍ରାଏଲ ଅଶୁଚି ହୋଇଅଛି।


ଆମ୍ଭେ କ୍ଷେତ୍ରସ୍ଥ ଗିରିଗଣ ଉପରେ ତୁମ୍ଭର ଘୃଣ୍ୟକର୍ମ, ତୁମ୍ଭର ବ୍ୟଭିଚାର, ତୁମ୍ଭର ହିଁ ହିଁ ହେବାର ଓ ତୁମ୍ଭର ବେଶ୍ୟାବୃତ୍ତିର ଦୁଷ୍ଟତା ଦେଖିଅଛୁ। ହେ ଯିରୂଶାଲମ, ତୁମ୍ଭେ ସନ୍ତାପର ପାତ୍ର ! ତୁମ୍ଭେ ଶୁଚିକୃତ ହେବାକୁ ମଙ୍ଗୁ ନାହଁ; ଆହୁରି କେତେ କାଳ ଏପରି ହେବ ?


ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ ?


ତଥାପି ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ, ମାତ୍ର ସେମାନଙ୍କର ଯେଉଁ ପିତୃଲୋକମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ନାହିଁ, ସେମାନଙ୍କ ଗ୍ରୀବା ତୁଲ୍ୟ ଆପଣାମାନଙ୍କ ଗ୍ରୀବା ଶକ୍ତ କଲେ।


ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣାକୁ କଠିନ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ,


Swiv nou:

Piblisite


Piblisite